Advertisment

କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ବୋରିସ୍ ଜନ୍‌ସନ୍‌ଙ୍କ ଇସ୍ତଫା ପରେ ରେସ୍‌ରେ ଅଛନ୍ତି ଏମାନେ...

ବୋରିସ ଜନସନ୍‌ଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ  ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ବୋରିସ୍ ଜନ୍‌ସନ୍‌ଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସନକ୍ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Who Is The Next UK PM ?

Who Is The Next UK PM ?

କରୋନା ଲକ୍‌ଡାଉନ୍ ସମୟରେ ପାର୍ଟି କରି ଏବେ ହରଡଘଣାରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌। ଇସ୍ତଫା ଦେବା ପାଇଁ ବୋରିସ୍‌ଙ୍କ ଉପରେ ଚାପ ବଢିବା ପରେ ସେ ଇସ୍ତଫା ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଇସ୍ତଫା ଦେବା ପରେ କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛିା ବୋରିସ୍ ଜନ୍‌ସନ୍‌ଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସନକ୍ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। 

Advertisment

ବୋରିସ ଜନସନ୍‌ଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ  ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ପ୍ରାୟ ୩୫୦ ସାଂସଦଙ୍କ ମଧ୍ୟର ବେଶ୍‌ କେତୋଟି ନାଁକୁ ନେଇ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ରେସ୍‌ରେ ଥିବା ପ୍ରମୁଖ ଚେହେରାଙ୍କ ମଧ୍ୟର ବେନ୍ ଓ୍ୱାଲେସ, ପେନି ମୋରଡଣ୍ଟ, ଋଷି ସନକ, ଲିଜ୍ ଟ୍ରସ୍, ମାଇକେଲ୍ ଗୋଭ୍, ଡୋମିନିକ୍ ରାବ୍, ଜେରେମି ହଣ୍ଟ, ନାଦିମ ଜାହାବି, ସାଜିଦ୍ ଜାଭିଦ୍ ଏବଂ Suella Braverman ଇତ୍ୟାଦି ବେଶ୍‌ ଆଗରେ ଅଛନ୍ତି। ତେବେ ଏହି ତାଲିକାରେ ୨ ଭାରତୀୟ ବଂଶୋଦ୍ଭବଙ୍କ ନାଁ ରହିଛି। ଋଷି ସନକ୍‌ ଏବଂ ସୁଏଲା ବ୍ରେଭରମ୍ୟାନ୍‌ଙ୍କ ନାଁ ଏହି ତାଲିକାରେ ରହିଛି। 

ଭାରତର ଏକ ପଞ୍ଜାବୀ ପରିବାର ସହ ରହିଛି ଋଷି ସନକ୍‌ଙ୍କ ସମ୍ପର୍କ। ତାଙ୍କ ପିତା ଯଶବୀର ସନକ୍‌ ଏବଂ ମାତା ଉଷା ସନକ୍‌ ପଞ୍ଜାବୀ ହୋଇଥିବା ବେଳେ ସେମାନେ ପୂର୍ବ ଆଫିକ୍ରାରୁ ଇଂଲଣ୍ଡ ଚାଲି ଆସିଥିଲେ। ଋଷିଙ୍କ ପରିବାରର ସ୍ଥିତି ସେତେବେଳେ ଏତେ ସ୍ୱଚ୍ଛଳ ନଥିଲା। ତାଙ୍କ ପିତା ଜଣେ ଡାକ୍ତର ଥିଲେ ଓ ମା ଏକ ଔଷଧ ଦୋକାନ ପରିଚାଳନା କରୁଥିଲେ। କିନ୍ତୁ ସେମାନେ ଋଷିଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଇଥିଲେ।

Advertisment

୧୯୮୦ ମସିହାରେ ସାଉଥଟନରେ ଜନ୍ମଗ୍ରହଣ କରିଥିବା ଋଷି ଅକ୍ସଫୋର୍ଡ ୟୁନିର୍ଭସିଟିରେ ପାଠ ପଢ଼ିଛନ୍ତି।  ଏହାସହ ସେ ଷ୍ଟାନଫୋର୍ଡ ୟୁନିଭର୍ସିଟର MBA  କରିଛନ୍ତି।  ଏହି ସମୟରେ ଭାରତର ବିଶିଷ୍ଟ ଧନୀ ତଥା ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏହି ସମ୍ପର୍କ ୨୦୦୯ରେ ବିବାହର ରୂପ ନେଇଥିଲା। ୨୦୦୪ରେ ଋଷି ସନକ୍ କାର୍ଲିଫର୍ଣ୍ଣିଆର ଏକ ବ୍ୟାଙ୍କିଙ୍ଗ୍‌ କମ୍ପାନୀରେ ଚାକିରି କରିଥିଲେ। 

ରିଚମଣ୍ଡର କନଜରଭେଟିଭ୍ ପାର୍ଟି ଟିକେଟର ସାଂସଦ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ଋଷି ସନକ୍। ଆଉ ନିର୍ବାଚନରେ ସେ ବିଜୟୀ ମଧ୍ୟ ହୋଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୯ର ବିଜୟ ସହ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଥିଲେ ଋଷି ସନକ୍। ତେବେ ୪୨ ବର୍ଷୀୟ ଋଷି ସନକ୍‌ଙ୍କ ଫେବୃଆରୀ ୨୦୨୦ରେ ଚାନ୍ସେଲର ଅଫ ଏକଶ୍ଚେକର୍ ଭାବେ ବୋରିସ ଜନ୍‌ସନ୍‌ ନିଯୁକ୍ତି ଦେଇଥିଲେ।  ଯାହାକି ତାଙ୍କର ପୂର୍ଣ୍ଣ ପଦ ଥିଲା। ଭାରତୀୟ ବଂଶୋଦ୍ଭବ ଋଷି ସନକ୍‌ଙ୍କ ବ୍ରିଟେନ୍ ରାଜନୀତିରେ ଭଲ ପ୍ରଭାବ ରହିଛି।  ଏବେ ବୋରିସ ଜନସନଙ୍କ ଇସ୍ତଫା ପରେ ଋଷି ସନକ୍ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Suella Braverman ଗୋଆର ମୂଳ ବାସିନ୍ଦା। ସେ ଏବେ ବ୍ରିଟିଶ୍ କ୍ୟାବିନେଟରେ ଆଟର୍ଣ୍ଣି ଜେନେରାଲ୍ ଅଛନ୍ତି। ୪୨ ବର୍ଷୀୟା ବ୍ରେଭରମ୍ୟାନ୍‌ଙ୍କ ‘ବ୍ରେକଜିଟ୍’ ସମର୍ଥକଙ୍କ ଗୋଷ୍ଠୀର ସମର୍ଥନ ମିଳିବାର ସମ୍ଭାବନା ରହିଛି। ୧୯୮୦ ମସିହା ଏପ୍ରିଲ୍ ୩ରେ ସେ ଜନ୍ମଗ୍ରହଣ କରିଥିଲେ। ସେହିଭଳି ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।  ସେପଟେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ନେଇ ଏକ ସର୍ବକ୍ଷେଣ ରିପୋର୍ଟ ପ୍ରକାଶ ପାଇଛି। ସେଥିଲେ ବେନ୍ ଓ୍ୱାଲେସଙ୍କୁ ସବୁଠାରୁ ଅଧିକ ୧୩ ପ୍ରତିଶତ ମତ ମିଳିଥିବା ବେଳେ ଋଷି ସନକଙ୍କ ୧୦ ପ୍ରତିଶତ ମତ ମିଳିଛି। 

UK PM Boris Johnson Boris Johnson UK PM
Advertisment
Advertisment