କିଏ ସେହି ୩ ସିନିୟର, ଯେଉଁମାନଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବିଜେବି କଲେଜ ଛାତ୍ରୀ । ସିନିୟରଙ୍କ ମାନସିକ ନିର୍ଯାତନା ସହି ନପାରି ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍ରେ ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି।
ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ୫୮ ବର୍ଷୀୟ ଏକନାଥ ସିନ୍ଦେ। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିବା ଜଣେ ଶିବସୈନିକ ଭାବେ ଏକନାଥ ସିନ୍ଦେ ଜଣାଶୁଣା।
ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।
ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ନିଲମ୍ବିତ ବିଜେପି ନେତା ନୁପୂର ଶର୍ମାଙ୍କୁ କଡ଼ା ଭର୍ତ୍ସନା କରିବା ସହ ପୂରା ଦେଶକୁ କ୍ଷମା ମାଗିବା ପାଇଁ କହିଛନ୍ତି।
ଚେନ୍ନାଇରେ ଜଣେ ମେଡିକାଲ୍ ଆଶାୟୀ NEET ପରୀକ୍ଷାର କିଛି ସପ୍ତାହ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ବାପାମା’ ଓ ଭାଇ-ଭଉଣୀଙ୍କୁ କିଛି ମେସେଜ୍ ଦେଇଥିବା ଜଣାପଡ଼ିଛି। ଯାହା ଏବେ ସାମ୍ନାକୁ ଆସିଛି।
ଶୋଇ ଥିବାବେଳେ ଫ୍ଲାଏ ଓଭରରୁ ବାଲି ବୋଝେଇ ହାଇୱା ଖସି ୨ ଜଣଙ୍କ ଜୀବନ ଚାଲି ଯାଇଛି। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ କମ୍ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍ ହ୍ରାସ ପାଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି।
ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି।
ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ପୁରୀ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯାତ୍ରା କରିବେ ତିନି ଠାକୁର।
କୌଣସି ସରକାରୀ ନୁହେଁ ବରଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଛି ଗୋସେବା ା ଏଇଠି ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ସୁବିଧା ରହିଛି।
ଆପଣ ଯଦି WhatsAppରେ କିଛି ଶେୟାର କରୁଛନ୍ତି, ତା’ହେଲେ ଅନେକ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍। ଏଥିପ୍ରତି ଧ୍ୟାନ ନଦେଲେ ହୁଏତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ।
ନିରୀହ ଆଦିବାସୀଙ୍କ ନାଁରେ ବ୍ୟାଙ୍କରେ ଖାତା ଖୋଲି ସରକାରଙ୍କ ବିଭିନ୍ନ ଯୋଜନାରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଗୋଟିଏ ଖାତାରୁ ଟଙ୍କା ଉଠା ଯାଇଥିବା ଜଣାପଡ଼ିଛି।
ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି। EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି।
ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ, ଗୁରୁବାର। ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି। ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।
ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି। ଫଳରେ ରାତି ଅଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି।
ଇସ୍ତଫା ପତ୍ର ଦେବା ପରେ ଉଦ୍ଧବ ଠାକ୍ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ସେଲିବ୍ରେସନ ମୁଡ୍ରେ ମହାରାଷ୍ଟ୍ର ବିଜେପି।
ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଏଥିମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସରକାର ବଞ୍ଚାଇ ପାରିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ? ସମୟ ଯେତେ ପାଖେଇ ଆସୁଛି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ସରକାର ଉପରେ କ୍ଷମତା ଯିବାର ଭୟ ସେତେ ବଢ଼ୁଛି।
ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି।