Advertisment

UK PM Race: ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍‌ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍‌ ଅଛନ୍ତି। ୮୮ ଭୋଟ୍‌ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍‌।

author-image
Rajalaxmi Sahoo
UK PM Race: Rishi Sunak Leads

UK PM Race: Rishi Sunak Leads

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍‌ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍‌ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ ଲାଗି ହୋଇଥିବା ପ୍ରଥମ ରାଉଣ୍ଡ ଭୋଟିଂରେ ଋଷି ସୁନକ୍‌ଙ୍କୁ ଜବରଦସ୍ତ ସମର୍ଥନ ମିଳିଛି। 

Advertisment

୮୮ ଭୋଟ୍‌ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍‌। ବୁଧବାର ହୋଇଥିବା ଏଲିମିନେସନ୍‌ ରାଉଣ୍ଡ ଭୋଟିଂରେ ଋଷି ସୁନକ୍‌ଙ୍କୁ ୨୫% ସାଂସଦଙ୍କ ସମର୍ଥନ ସହ ୮୮ଟି ଭୋଟ୍‌ ମିଳିଥିଲା।ଦ୍ୱିତୀୟ ସ୍ଥାନରେ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ Penny Mordauntଙ୍କୁ ୬୭ ଭୋଟ୍‌ ମିଳିଥିଲା। ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରୁସ୍ ୫୦ଟି ଭୋଟ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି।

‌ଆଜି ଏହି ୫ ଜଣଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡର ଭୋଟିଂ ହେବ। ଏହାପରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରତିନିଧି ନିର୍ବାଚିତ ହେବେ। ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିବା ଲାଗି ବ୍ରିଟେନ ସାଂସଦଙ୍କ ସମର୍ଥନ ଜୁଟାଇବା ଋଷି ସୁନକ୍‌ଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

Advertisment

କନଜରଭେଟିଭ୍ ପାର୍ଟିରେ ନେତା ଚୟନ ଲାଗି ଏକ କମିଟି ରହିଥାଏ। ଏଥିରେ କନଜରଭେଟିଭ୍ ପାର୍ଟିର ସାଂସଦ ସଦସ୍ୟ ରହିଥାନ୍ତି। ନେତା ଚୟନ ଲାଗି ୩ଟି ପର୍ଯ୍ୟାୟରେ ଚୟନ କରାଯାଇଥାଏ। ନୋମିନେସନ, ଏଲିମିନେସନ ଏବଂ ସିଲେକ୍ସନ୍। ନୋମିନେସନ ସରିଥିବାବେଳେ ଏଲିମିନେସନ ରାଉଣ୍ଡରେ ଋଷି ସୁନକ୍‌ ଆଗରେ ରହିଛନ୍ତି। 

ଜୁଲାଇ ୨୧ ସୁଦ୍ଧା ମାତ୍ର ୨ ଜଣ ପ୍ରାର୍ଥୀ ଏହି ପ୍ରକ୍ରିୟାରେ ରହିବେ। ଏହାପରେ କନଜରଭେଟିଭ୍ ପାର୍ଟିର ୨ ଲକ୍ଷ ସଦସ୍ୟଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ହେବା ଲାଗି ନିଜର ଦାବି ଉପସ୍ଥାପନ କରିବେ। ଯାହାକୁ ଅଧିକ ଭୋଟ୍‌ ମିଳିବ ସେ ହେବ ବ୍ରିଟେନର  ପରବର୍ତ୍ତୀ ପ୍ରଧାନମନ୍ତ୍ରୀ।

Boris Johnson Rishi Sunak UK PM Race UK PM Boris Johnson UK PM
Advertisment
Advertisment