କିଛିଦିନ ସୁନା ଓ ରୁପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ୍ରାସ ପାଇଛି। ଆଜି ପୁଣି ଏହା ହ୍ରାସ ପାଇଛି। ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୫୬ ଟଙ୍କାରେ ପହଞ୍ଚିଛି।
୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ କରୋନା ପ୍ରିକସନ୍ ଡୋଜ୍ ଦିଆଯିବ। ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।
ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାକୁ ନେଇ ବିଧାନସଭା ହୁଲ୍ସ୍ତୁଲ୍ ହୋଇଛି। ଆଜି ଗୃହରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା।
ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍ ଚିଲିଜ୍ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ରୋହିତ ଶର୍ମା ଏମିତି ଏକ ଛକା ମାରିଥିଲେ, ବଲ୍ ଯାଇ ସିଧାସଳଖ ଗ୍ୟାଲେରୀରେ ବସିଥିବା ଜଣେ କୁନି ଝିଅର ଦେହରେ ବାଜିଥିଲା। ଏହାପରେ ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ କୁନି ଝିଅ ନିକଟରେ ରୁଣ୍ଡ ହୋଇଯାଇଥିଲେ।
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ NCB(Narcotics Control Bureau) ଅଭିଯୁକ୍ତ ଦର୍ଶାଇଛି। ଏହାସହ ରିୟା ଗଞ୍ଜେଇ କିଣିବା ଓ ଏଥିପାଇଁ ପେମେଣ୍ଟ୍ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।
ଆଜି ସକାଳେ ଯୁବତୀ ଜଣକ ସାଇକେଲରେ ଯୋକଡିଆ ବ୍ରିଜ୍ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ପରେ ବ୍ରିଜ୍ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ।
ଶ୍ରୀଲଙ୍କାରେ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ ଆଜି ଦୁଇ ଦୁଇଟି ଭିନ୍ନ ଘଟଣା ଘଟିଛି । ପ୍ରଥମତଃ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହେବା ସହ ଏନେଇ ଘୋଷଣା କରିଛନ୍ତି ଗୋଟାବାୟା ରାଜପାକ୍ସେ। ଏହାର କିଛି ସମୟ ମଧ୍ୟରେ ହିଁ ଶ୍ରୀଲଙ୍କା ସରକାରର ସମସ୍ତ ମନ୍ତ୍ରୀ...
ନକଲି କ୍ରିକେଟ ଲିଗ୍, ପଡ଼ିଆ, କ୍ରିକେଟର, କମେଣ୍ଟେଟର ଓ ଅମ୍ପାୟାର...ସବୁକିଛି ଏଠି ନକଲି। ହେଲେ ଏଥିପାଇଁ ଚାଲିଥିବା ବେଟିଂ କିନ୍ତୁ ଥିଲା ଅସଲି।
ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।
ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି।
ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ।
ମହାରାଷ୍ଟ୍ର ପରେ ଗୋଆରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। ଗୋଆରେ କଂଗ୍ରେସ ସଙ୍କଟର ସମ୍ମୁଖୀନ ହୋଇଛି। ୧୧ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।
ଭରା ନଈରେ ବିଦ୍ୟୁତ୍ ତାର ସାହାଯ୍ୟରେ ନଦୀ ପାର୍ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ।
ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍ ପରିଚିତ ଥିଲେ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୋର କାର୍ଡ jeemain.nta.nic.inରୁ ଡାଉନଲୋଡ୍ କରିପାରିବେ।
ସରକାରୀ ନୀତି ନିୟମର ଧଜିଆ ଉଡ଼ାଇ ମାଫିଆମାନେ ବୋହି ନେଉଛନ୍ତି ଟ୍ରକ୍ ଟ୍ରକ୍ ପଥର। ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି।
ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସମ୍ପୂର୍ଣ୍ଣ ଟ୍ରକ୍ଟି ପାଣି ଭିତରେ ବୁଡ଼ି ଯାଇଥିଲା। ପିଡିଏସ୍ ଚାଉଳ ଧରି ଯାଉଥିବା ଟ୍ରକ୍ଟି ଭାସି ଯାଇଛି।
ଜୟପୁରା କାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ ପରେ ଓଟିଭିର କାମାକ୍ଷାନଗର ପ୍ରତିନିଧିଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ୱେବ୍ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି।