୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ।
ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ହାଜର ହୋଇନଥିଲେ। ଶେଷରେ ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ତାଙ୍କ ଘରେ ରେଡ୍ କରିଛନ୍ତି।
ଯଦି ହଠାତ୍ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଜୁଲାଇ ପ୍ରଥମ ସପ୍ତାହରେ କାଶୀପୁର ବ୍ଳକ୍ ଅନ୍ତର୍ଗତ ଦୁଡୁକାବାହାଲ ଗାଁରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଏବେ ତାହା କଲ୍ୟାଣସିଂହପୁର ବ୍ଲକ୍କୁ ବ୍ୟାପିଲାଣି।
କଟକ ଚୌଧୁରୀ ବଜାରର ମୁଖ୍ୟ ରାସ୍ତାରେ ଜାଇକା ଡ୍ରେନରେ ମାଟି ଧସି ହେବାପରେ ହଠାତ୍ ରାସ୍ତାରେ ୬ ଫୁଟର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।
ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି(Salary Hike) ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଡିଏ ବୃଦ୍ଧି(DA Hike)ଠୁ ଆରମ୍ଭ କରି ବକେୟା ଡିଏ (Due DA) ସରକାର ପ୍ରଦାନ କରିପାରନ୍ତି। ଏହାସହ PF ଉପରେ ମିଳିବାକୁ ଥିବା ସୁଧ ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠା ଯାଇପାରେ।
ଅର୍ପିତାଙ୍କ ଘରୁ ୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏ ୩ଟି ବଳା ଓ ଗୋଟିଏ ସୁନା କଲମ ସମେତ ୫ କିଲୋ ସୁନା ଓ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଜବତ ହୋଇଛି।
ଟିକାକରଣ ବେଳେ ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ କରୋନା ଭ୍ୟାକ୍ସିନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି।
ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’
ଅନ୍ଧାର ରାତିରେ ଜଣେ ମହିଳା ନିଜର କଅଁଳା ଛୁଆକୁ ଧରି ଆତ୍ମହତ୍ୟା କରିବା ପାଇଁ କଟକ ରେଲ୍ୱେ ଷ୍ଟେସନର ରେଳ ଧାରଣାରେ ବସିଥିଲେ। ଜଣେ ମହିଳା ପୋଲିସ୍ ଦେବଦୂତ ସାଜି ଆସିଲେ ଓ ଜୀବନ ବଞ୍ଚାଇଲେ।
ଗତକାଲି ସନ୍ଧ୍ୟାରେ ବଡ଼ ଭାଇ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରି ପାରିନଥିଲେ। ଆଜି ତାଙ୍କ ଶବ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।
ପୁରୀରେ ଖୁବ୍ଶୀଘ୍ର ନିର୍ମାଣ ହେବ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି।
ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଅର୍ପିତାଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ଫ୍ଲାଟ୍ରୁ ନଗଦ ୨୯ କୋଟି ଟଙ୍କା ଠାବ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ୫ କିଲୋ ସୁନା ମଧ୍ୟ ମିଳିଛି।
ଅନାଥ ଶିଶୁକୁ ମିଳିଗଲା ନୂଆ ମା’ କୋଳ। ଜଣେ ସ୍ପେନୀୟ ମହିଳା ଗଜପତିର ଏକ ଅନାଥ ଶିଶୁକୁ କୋଳେଇ ନେଇଛନ୍ତି।
ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ମଧ୍ୟାହ୍ନ ଭୋଜନରେ ସବୁ ଖାଦ୍ୟ ନିରାମିଷ ଥିଲା।
କେମିତି ୩ ଭଉଣୀଙ୍କ ମୃତ୍ୟୁ ଘଟିଲା ? ଏହା ଆତ୍ମହତ୍ୟା ନା ହତ୍ୟାର ରୂପ ଦିଆଯାଇଛି। ତାହା ଜଣାପଡ଼ିନି। ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।
ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍ ଯୋଗେ ବାବୁସାନ ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ଘରକୁ ଯାଇଥିଲେ। ପ୍ରଥମେ ବାପା, ମା’ଙ୍କ ପାଖକୁ ଯିବି। ଯେତେବେଳେ ଯାହା ଦରକାର ପଡିବ ତାହି କହିବି ବୋଲି ସେ କହିଛନ୍ତି।
ବାନ୍ତି କରିବା ଆଳରେ କନଷ୍ଟେବଲ୍କୁ ଚକ୍ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା।
୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲକ୍ଷ୍ୟ।