Advertisment

‘ମୁଁ ଆଉ ଧନୀ ହେବାକୁ ଚାହୁଁନି, ଏବେ ସବୁ ବାଣ୍ଟିବି’

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍‌ ଗେଟ୍ସ ଆଉ ଧନୀ ହେବାକୁ ଚାହୁଁ ନାହାନ୍ତି। ୨୦ ଅରବ ଡଲାର ଦାନ କରିବା ପାଇଁ ସେ ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bill Gates says he doesn't want to be rich anymore

Bill Gates says he doesn't want to be rich anymore

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍‌ ଗେଟ୍ସ (Bill Gates) ଆଉ ଧନୀ ହେବା ପାଇଁ ଚାହୁଁ ନାହାନ୍ତି। ଏପରିକି ସେ ଧନୀ ତାଲିକାରେ ମଧ୍ୟ ରହିବାକୁ ଚାହୁଁ ନାହାନ୍ତି। କାରଣ ଧନୀ ହେବାର ମୋହ ତାଙ୍କର ଭାଙ୍ଗି ଯାଇଛି। ସେ ୨୦ ଅରବ ଡଲାର ଦାନ କରିବା ପାଇଁ ଘୋଷଣା କରିଛନ୍ତି। ମହାମାରୀ କୋଭିଡ୍‌ ଓ ଅନ୍ୟ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ସହାୟତା ଲାଗି ନିଜ ଫାଉଣ୍ଡେସନକୁ ଏହି ଅର୍ଥରାଶି ଦାନ କରିବା ପାଇଁ ବିଲ୍‌ ଗେଟ୍ସ  ଘୋଷଣା କରିଛନ୍ତି। ଏହି ଦାନ ପରେ ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ(Bill and Melinda Gates Foundation) ପାଖରେ ପାଖାପାଖି ୭୦ ଅରବ ଡଲାର ଫଣ୍ଡ ଜମାରାଶି ହୋଇଛି। ଯାହାକି ବିଶ୍ୱର ସବୁଠାରୁ ବଡ଼ charity ସଂସ୍ଥା ଗୁଡ଼ିକ ମଧ୍ୟରେ ସାମିଲ ହୋଇଛି। 

Advertisment

Berkshire Hathawayର ମୁଖ୍ୟ ତଥା ଆମେରିକାର ବରିଷ୍ଠ ନିବେଶକ ୱାରେନ୍‌ ବଫେଟ୍‌(Warren Buffett) ଗତ ମାସରେ ବିଲ୍‌ ଗେଟ୍ସ ଫାଉଣ୍ଡେସନକୁ ୩.୧  ଅରବ ଡଲାର ଦାନ ଲାଗି ଘୋଷଣା କରିଥିଲେ। ଗେଟ୍ସ ଆଶା ରଖିଛନ୍ତି ଯେ, ଅନ୍ୟ ଧନୀ ବ୍ୟକ୍ତିମାନେ ମଧ୍ୟ ଏହି ଦାନରେ ସାମିଲ ହୁଅନ୍ତୁ। 

୨୦୨୬ ସୁଦ୍ଧା ବାର୍ଷିକ ବଜେଟ୍ ୫୦% ବୃଦ୍ଧି କରିବାକୁ ଗେଟ୍ସ ଫାଉଣ୍ଡେସନ୍ ଯୋଜନା କରିଛି। ଏହି ଅର୍ଥରାଶିରେ ଶିକ୍ଷା ସୁବିଧା, ଗରିବମୁକ୍ତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ବ୍ୟବହାର କରାଯିବ। ବିଲ୍ ଗେଟ୍ସ ଓ ତାଙ୍କର ପୂର୍ବତନ ପତ୍ନୀ ମେଲିଣ୍ଡା ୨୦ ବର୍ଷ ପୂର୍ବେ ଏହି ଫାଉଣ୍ଡେସନର ପ୍ରତିଷ୍ଠା କରିଥିଲେ। ଉଭୟ ସେମାନଙ୍କର ସମ୍ପତ୍ତିର ଏକ ବଡ଼ ଅଂଶ ଦାନ କରିଥିଲେ। ତେବେ ୨୦୨୧ରେ ବିଲ୍‌ ଗେଟ୍ସ ଓ ମେଲିଣ୍ଡାଙ୍କ ଛାଡ଼ପତ୍ର ହୋଇଥିଲା। 

Advertisment

Bloomberg's Billionaire Index ଅନୁସାରେ, ୧୧୩ ଅରବ ଡଲାର ନେଟ୍‌ୱର୍ଥ ସହ ବିଲ୍‌ ଗେଟ୍ସ ବିଶ୍ୱର ସବୁଠାରୁ ୪ର୍ଥ ଧନୀ ବ୍ୟକ୍ତି। ହେଲେ ଏବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାକୁ ତାଙ୍କର ଆଉ ଇଚ୍ଛା ନାହିଁ। ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଶେଆର କରି ସେ ଲେଖିଛନ୍ତି, ‘ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ତଳକୁ ଖସି ଯିବାକୁ ମୁଁ ଚାହୁଁଛି ଓ ଶେଷରେ ଏହି ତାଲିକାରୁ ବାଦ୍‌ ପଡ଼ିବାକୁ ଯାଉଛି। ମୋ ଟଙ୍କାକୁ ସମାଜର ହିତରେ ଦାନ କରିବାକୁ ଚାହୁଁଛି। ଯେଉଁଥିରେ ଲୋକଙ୍କ ଜୀବନରେ ସୁଧାର ଆସିବ। ମୁଁ ଆଶା କରୁଛି, ଅନ୍ୟମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ’।

୨୦ ଅରବ ଡଲାର ଦାନ କରିବା ପରେ ବିଲ୍‌ ଗେଟ୍ସଙ୍କ ନେଟ୍‌ୱର୍ଥ ୯୩ ଅରବ ଡଲାର ହୋଇଯିବ ଓ ଧନୀ ତାଲିକାରେ ସେ ୮ ନମ୍ବରକୁ ଖସି ଆସିବେ। ସେପଟେ ଟେସ୍‌ଲାର ସିଇଓ ଏଲନ ମସ୍କ ୨୧୭ ଅରବ ଡଲାର ନେଟ୍‌ୱର୍ଥ ସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ନମ୍ବର ୧ ରେ ଅଛନ୍ତି। ଆମାଜନ୍‌ ଫାଉଣ୍ଡର ୧୩୪ ଅରବ ଡଲାର ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ Bernard Arnault ୧୨୭ ଅରବ ଡଲାର ସହ ତୃତୀୟ ସ୍ଥାନରେ ଅଛନ୍ତି। 

Bill Gates World's Richest Person Microsoft Co-founder Bill Gates
Advertisment
Advertisment