କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରବଳ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ। ଦଳ ଘୋଷଣା ହେବା ପରେ ଏବେ ଫ୍ୟାନ୍ସଙ୍କ ମନରେ ଅସନ୍ତୋଷ ତେଜିବାରେ ଲାଗିଛି। ଦଳରେ ରିଙ୍କୁ ସିଂ ଓ କେ ଏଲ୍ ରାହୁଲଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କେଉଁଝର। ୩ ପ୍ରମୁଖ ଦଳର ଯୋଦ୍ଧା ନିଜର କର୍ମୀ, ସମର୍ଥକ ଏବଂ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ ନାମାଙ୍କନ ଭରିଛନ୍ତି।
ଯେଉଁ ଦଳ ପାଇଁ ଦିନେ ଓକିଲାତି କରୁଥିଲେ ଏବେ ସେଇ ଦଳ ତାଙ୍କୁ ଟିକେଟ ଖଣ୍ଡିଏ ଦେଲାନି। ଶେଷରେ ଖଣ୍ଡପଡାରୁ ବିଜେଡି ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ।
ବିଜେଡିର ବଡ ଭୋଟ୍ ବ୍ୟାଙ୍କ ଉପରେ ଜୋରଦାର ମାଡ଼। ଶାସକ ଦଳର ଏସ୍ଏଚ୍ଜି ସିଷ୍ଟମ୍କୁ ଇସିଆଇ ଝଟକା। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଆକ୍ସନ ମୋଡରେ ନିର୍ବାଚନ କମିଶନ୍।
ଆଖିରେ ସର୍ଜରି ହୋଇଥିବା ହେତୁ ସେ ମେଡିକାଲ ଅବଜର୍ଭେସନରେ ରହିଛନ୍ତି। ଆଜି ତାଙ୍କ ଆଖିରେ ସର୍ଜରୀ ହୋଇଛି।
ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ।
ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତ୍ରୀ ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍ କରିଯାଇଛି।
ମାଆଙ୍କ ବିଗ୍ରହର ପଛ ପଟ ସମ୍ପୂର୍ଣ୍ଣ ଶଙ୍ଖ ଚିହ୍ନରେ ଘୋଡ଼ାଇ ହୋଇ ରହିଛି। ଏହାକୁ ଘୋର ନିନ୍ଦା କରିଛନ୍ତି ମନ୍ଦିରର ସେବାୟତ।
ସୁନ୍ଦରଗଡ଼ ଜିଲ୍ଲାର ୧୧୨ଟି ଗାଁର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରତି ସଶକ୍ତ କରିଥିଲେ ରଣଜିତ୍। ପରିବେଶ ସଂରକ୍ଷଣ ଓ ପୁନଃଦ୍ଧାର କ୍ଷେତ୍ରରେ ବି ସେ ପ୍ରୋତ୍ସାହିତ କରିଛନ୍ତି।
ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି।
ମହାଲଢ଼େଇ ପୂର୍ବରୁ ମୈଦାନକୁ ଓହ୍ଲାଇଲେ ମହାଯୋଦ୍ଧା। ଗୋଟିଏ ଦିନରେ ଦେଖିବାକୁ ମିଳିଲା ରାଜ୍ୟର ପୁଳା ପୁଳା ହେଭିୱେଟଙ୍କ ପାୱାର ଶୋ'। ମୁଖ୍ୟମନ୍ତ୍ରୀ ନବୀନଙ୍କଠୁ ଆରମ୍ଭ କରି ବିଜେପିର ଅନେକ ବରିଷ୍ଠ ନେତା ଆଜି ଭରିଛନ୍ତି ନାମାଙ୍କନ। ଏଇଠୁ ବାଜିଛି ଯୁଦ୍ଧାରମ୍ଭର ବିଗୁଲ୍।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ। ଦାଦନ ଖଟି ଦେଶୀ ଯୋଗାଡ଼ରେ ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି। ଉତ୍କଟ ଜଳସଙ୍କଟ ଭିତରେ ପାହାଡ଼ ଶିଖରରୁ ଝରି ଆସୁଥିବା ବୁନ୍ଦା ବୁନ୍ଦା ଜଳକୁ...
ଚୁଲିକି ଗଲା ବିଜେଡିରେ ପରିବାରବାଦ ବିରୋଧୀ ନାରା। ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ଘୋଷା ସହ ଏକଦା ଦଳୀୟ ନେତା ଯାହାକୁ ଏହାର ଟ୍ରେଣ୍ଡ୍ ସେଟର୍ କରିଥିଲେ, ତାଙ୍କରି ପରିବାରରୁ ହିଁ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ...
ବଳକା ୩ ଆସନ ଲାଗି ପ୍ରାର୍ଥୀ ଘୋଷଣା ସହ ସମସ୍ତ ୧୪୭ ସିଟରେ ବିଜେଡିର ପ୍ରାର୍ଥୀ ଘୋଷଣା ସରିଛି। ୩୫ ମହିଳାଙ୍କ ସହ ରଣାଙ୍ଗନରେ ଲଢେଇ ପାଇଁ ପ୍ରସ୍ତୁତ ଯୋଦ୍ଧା। ହେଲେ ଦଳ ଏଥର ଟିକେଟ ବଣ୍ଟନରେ ଅନେକ କିଛି ନୂଆ ପ୍ରୟୋଗ ବି କରିଛି। ୫୩ ନୂଆ...
ପୁରୀ ପରେ ଖୋର୍ଦ୍ଧାରେ ନାମାଙ୍କନ ବେଳେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ। ହଟ୍ ସିଟ୍ ଭୁବନେଶ୍ବର ପାଇଁ ଆଜି ଅପରାଜିତା ଓ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପରିସର୍ ପାଲଟିଥିଲା ରଣକ୍ଷେତ୍ର। ଉଭୟଙ୍କ ସମର୍ଥକ ପ୍ରାୟ ୨ ଘଣ୍ଟା ଧରି ମୁହାଁମୁହିଁ...
SVEEP କାର୍ଯ୍ୟକ୍ରମ ଦ୍ୱାରା ସୁଜାତା ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଏପରିକି SHG ମହିଳାମାନଙ୍କୁ ଧମକା ଯାଉଥିବା ଅଭିଯୋଗ କରିଛି ବିଜେପି।
୯ଟି ପର୍ଯ୍ୟାୟରେ ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଶେଷରେ ବିବାଦୀୟ ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନରୁ ଯୋଦ୍ଧା ଘୋଷଣା କଲେ ମୁଖିଆ।