Advertisment

ବୈଜୟନ୍ତଙ୍କ ଗୁରୁତର ଆଖି ସର୍ଜରୀ; ନିର୍ବାଚନୀ ପ୍ରଚାର କିଛିଦିନ ସ୍ଥଗିତ

ଆଖିରେ ସର୍ଜରି ହୋଇଥିବା ହେତୁ ସେ ମେଡିକାଲ ଅବଜର୍ଭେସନରେ ରହିଛନ୍ତି। ଆଜି ତାଙ୍କ ଆଖିରେ ସର୍ଜରୀ ହୋଇଛି।

author-image
Manoranjan Behera
Baijayant Panda

Baijayant Panda

ଆଗାମୀ କିଛି ଦିନ ପାଇଁ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବିଜେପି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆଖିରେ ସର୍ଜରି ହୋଇଥିବା ହେତୁ ସେ ମେଡିକାଲ ଅବଜର୍ଭେସନରେ ରହିଛନ୍ତି। ଆଜି ତାଙ୍କ ଆଖିରେ ସର୍ଜରୀ ହୋଇଛି। ଆଜି ସର୍ଜରୀ ହୋଇନଥିଲେ ହୁଏତ ବୈଜୟନ୍ତଙ୍କୁ ଆଖି ହରାଇବାକୁ ପଡ଼ିଥାନ୍ତା ବୋଲି ସୂଚନା ମିଳିଛି।

Advertisment

ବିଜେପି ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତାଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ାରେ ପ୍ରଚାର ଜୋରଦାର ହୋଇଛି। ସମସ୍ତ ନିର୍ବାଚନ ମଣ୍ତଳୀରେ ଗସ୍ତ କରି ପ୍ରଚାର କରୁଛନ୍ତି ବୈଜୟନ୍ତ। ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଉଛି। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବୈଜୟନ୍ତ।

ନିକଟରେ ବୈଜୟନ୍ତ ପଣ୍ଡା ପାଟକୁରା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ। ପ୍ରଥମେ ବୈଜୟନ୍ତ ବାରିମୂଳ ବଙ୍ଗାଳୀ ସାହି ବଜାରରେ ପହଁଚିବା ପରେ ବିଜେପି କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରିଥିଲେ। ପରେ ପରେ ତିଳୋତ୍ତମା ଦେଇପୁରଠାରେ ଆୟୋଜିତ କାର୍ଯ୍ୟକତା ସମ୍ମିଳନୀରେ ଯୋଗଦେଇଥିଲେ ବୈଜୟନ୍ତ। ୧୩ ନମ୍ବର ଜୋନର କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ସହ ବହୁ ପ୍ରମୁଖ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ। ଏହି ଅବସରରେ ଅନ୍ୟଦଳ ଛାଡି ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ।

Baijayant Panda Odisha Politics General Elections 2024
Advertisment
Advertisment