Advertisment

ଧର୍ମ ସହିଲେ ହେଲା !! ପ୍ରଚାର ପାଇଁ ମାଆ ଚର୍ଚ୍ଚିକାଙ୍କ ବିଗ୍ରହ ପଛ ପଟେ ବିଜେଡି ଶାଢ଼ୀ

ମାଆଙ୍କ ବିଗ୍ରହର ପଛ ପଟ ସମ୍ପୂର୍ଣ୍ଣ ଶଙ୍ଖ ଚିହ୍ନରେ ଘୋଡ଼ାଇ ହୋଇ ରହିଛି। ଏହାକୁ ଘୋର ନିନ୍ଦା କରିଛନ୍ତି ମନ୍ଦିରର ସେବାୟତ।

author-image
Manoranjan Behera
ଅଦ୍ୟତନ ହୋଇଛି
BJD Saree In Charchika Temple

Charchika Temple

ଶେଷରେ ପ୍ରଚାର ପାଇଁ ମାଆ ଚର୍ଚ୍ଚିକାଙ୍କୁ ବି ଛାଡ଼ିଲେନି। ମାଆ ଚର୍ଚ୍ଚିକାଙ୍କୁ ଲାଗି ହୋଇଛି ବିଜେଡିର ଶଙ୍ଖ ଚିହ୍ନର ଶାଢ଼ୀ। ଏଭଳି କଛି ଘଟଣା ଘଟିଛି କଟକ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ମନ୍ଦିରରେ। ଆଜି ମାଆଙ୍କ ପାଖରେ ଶଙ୍ଖ ଚିହ୍ନ ଥିବା ବିଜେଡିର ଶାଢ଼ୀକୁ ଲାଗି କରାଯାଇଛି। ସକାଳୁ ସ୍ନାନ ପରେ ମାଆଙ୍କୁ ନୂତନ ଶାଢ଼ୀ ପିନ୍ଧାଇବା ପରମ୍ପରା ରହିଛି। ନାଲୀ ରଙ୍ଗର ଶାଢ଼ୀ ମାଆଙ୍କୁ ପିନ୍ଧା ଯିବା ପରେ ବିଗ୍ରହ ପଛ ପଟେ ଶଙ୍ଖ ଚିହ୍ନ ଥିବା ଶାଢ଼ୀକୁ ଲାଗି କରାଯାଇଛି।

Advertisment

ମାଆଙ୍କ ବିଗ୍ରହର ପଛ ପଟ ସମ୍ପୂର୍ଣ୍ଣ ଶଙ୍ଖ ଚିହ୍ନରେ ଘୋଡ଼ାଇ ହୋଇ ରହିଛି। ଆଜି ବାଙ୍କି ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ଏପରି ହୋଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ, ଏହାକୁ ଘୋର ନିନ୍ଦା କରିଛନ୍ତି ମନ୍ଦିରର ସେବାୟତ। କାହିଁକି ଦଳୀୟ ରାଜନୀତିରେ ମାଆଙ୍କୁ ବ୍ୟବହାର କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଘଟଣାକୁ ସ୍ୱୀକାର କରିଛି ବିଜେଡି, ଏଥିରେ ରାଜନୀତି କରିବା କଥା ନୁହେଁ ବୋଲି ଯୁକ୍ତି ବାଢ଼ିଛି ଦଳ।

ଅଧିକ ପଢ଼ନ୍ତୁ: ଆଗେ ଦେଲେ, ଏବେ ଭୋଟ ଦେବାକୁ ବାଧ୍ୟ କଲେ ! ବିଜେଡି ଯୋଜନାକୁ ସାତ ଜୁହାର

Advertisment

ଚାଲିଛି ନାମାଙ୍କନ ପତ୍ର ଦାଖଲ ପର୍ବ। ଆଜି କଟକରେ ହେଭିୱେଟଙ୍କ ନାମାଙ୍କନ। ଏକାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ସୋଫିଆ ଫିରଦୋସ, ଚୌଦ୍ୱାର-କଟକ ଆସନର ବିଜେଡି ପ୍ରାର୍ଥୀ ଶୌଭିକ ବିଶ୍ୱାଳ, ବିଜେପି ପ୍ରାର୍ଥୀ ନୟନ ମହାନ୍ତି, କଟକ-ସଦର ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ, କଟକ-ସଦର ବିଜେଡି ପାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ସହ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି।

ତେବେ ବାରବାଟୀ-କଟକରୁ ଟିକେଟ ଆଶାୟୀ ଥିବା ବିଜେପି ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି।

BJD Odisha Politics General Elections 2024
Advertisment
Advertisment