କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା। ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ। କିନ୍ତୁ ଏହାକୁ ଯଥାଯଥ ପ୍ରମାଣିତ କରିବା ପାଇଁ ନିର୍ବାଚନୀ ମୈଦାନରେ ବଳ ଖଟାଉଛନ୍ତି, ଛାଇ...
ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ।
ଦିନେ ଯେଉଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା, ଏବେ ତା’ର ଗୁମର ଖୋଲିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ବେ କାହିଁକି ପଦ୍ମପୁରକୁ ମିଳିପାରିନି ଜିଲ୍ଲା ମାନ୍ୟତା, ଟିଟିଲାଗଡ଼ ସଭାମଞ୍ଚରେ ସତ ଓଗାଳିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।
ଜମିଲାଣି ନିର୍ବାଚନୀ ମାହୋଲ୍, ହିଟୱେଭଠୁ ଟପିଲାଣି ପ୍ରଚାର ମୈଦାନର ତାତି। ହେଲେ ନୀଳଗିରିରେ କିନ୍ତୁ ଖାଁ ଖାଁ ପରିବେଶ। କାରଣ ସେଠି ଏଯାଏଁ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହାନ୍ତି ବିଜେଡି, ବିଜେପି କି କଂଗ୍ରେସ।
ନୀଳଗିରି ଗଣିତ ଏବେବି ଅବୁଝା ରହିଛି ରାଜ୍ୟର ୩ ପ୍ରମୁଖ ଦଳ ପାଇଁ। ଟିକେଟ୍ ଘୋଷଣାକୁ ଆଶାୟୀ ମାନେ ଚାହିଁ ରହିଥିବା ବେଳେ, ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି।
କମ୍ପ୍ୟୁଟର ସିକ୍ୟୁରିଟି କମ୍ପାନୀ McAfee ସର୍ଭେରୁ ଜଣାପଡିଛି ଯେ ୭୫% ଭାରତୀୟ ଡିପଫେକ ବିଷୟବସ୍ତୁର ସାମ୍ନା କରୁଛନ୍ତି।
ସୋନପୁର ସମାବେଶରେ ଗର୍ଜନ। ଆଉ ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ବଚନ। ରାଜନୀତିର ଚାଣକ୍ୟ ଶାହଙ୍କ,'ଓଡିଶାକୁ ଦରକାର ଡବଲ ଇଞ୍ଜିନ ସରକାର' ମନ୍ତ୍ର ପାଇ ଏବେ ଦ୍ୱିଗୁଣା ଉତ୍ସାହରେ ରାଜ୍ୟ ବିଜେପି।
ସୋସିଆଲ ମିଡିଆରେ ଧୋନିଙ୍କ ନାଁରେ ଚାନ୍ଦା ଆଦାୟ କରୁଛନ୍ତି ସାଇବର ଠକ। ନିଜକୁ ଧୋନି କହି ଫ୍ୟାନ୍ସଙ୍କଠୁ ଲୁଟୁଥିଲେ ଟଙ୍କା। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା...
ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ।
ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ।
ପ୍ରଚାର ଶ୍ରୀଗଣେଶ ପାଇଁ କାହିଁକି ସୋନପୁରକୁ ବାଛିଲା ବିଜେପି? ସାରା ପଶ୍ଚିମ ଓଡ଼ିଶାକୁ ଶୁଭିବ କି ଶାହଙ୍କ ହୁଙ୍କାର? କୁହାଯାଉଛି ସାରା ପଶ୍ଚିମ ଓଡ଼ିଶାରେ ଏବେ ବି ବିଜେପିର ଭଲ ଲହର ରହିଛି, ତାସହ ସୋନପୁର ହେଉଛି ସେଠିକାର ଏକ ବଡ଼ ପଲିଟିକାଲ ଷ୍ଟ୍ରାଟେଜିକ୍ ପଏଣ୍ଟ।
ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ।
ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍। ପରେ ଡ୍ରୋନ୍ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା।
କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟକୋପରେ ଜଳିବ ଉପକୂଳରୁ ଉପାନ୍ତ। କାଲିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି।
ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି।
୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପୁଅର ଜନ୍ମଦିନକୁ ନିଆରା କରିବା ପାଇଁ ବାପାଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ। ପିଲାଟି ବେଳୁ ପୁଅକୁ ଦେଇଥିବା ସଂସ୍କାରକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି।
ଆନ୍ଧ୍ରପ୍ରଦେଶ ନରସରାୱପେଟ୍ ଜିଲ୍ଲାର ଏକ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।