Advertisment

ରାହୁଲ-ସୋନିଆଙ୍କୁ ମୋଦିଙ୍କ ସିଧା ନିଶାନା; କହିଲେ, କାହିଁକି ଡରୁଛନ୍ତି ସେହଜାଦା?

ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ।

author-image
Manoranjan Behera
ଅଦ୍ୟତନ ହୋଇଛି
PM Modi

PM Modi

ଡର ନାହିଁ, ପଳାଅ ନାହିଁ। ଆଜି କିଛି ଏଭଳି ଭାବେ ରାହୁଲ ଗାନ୍ଧି ଓ ପୁରା କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ପଶ୍ଚିମବଙ୍ଗ ଦୁର୍ଗାପୁରରେ ନିର୍ବାଚନୀ ସଭାକୁ ସମ୍ବୋଧନ ବେଳେ ନିଜ ଚିରାଚରିତ ଢଙ୍ଗରେ ରାହୁଲଙ୍କୁ ସେହଜାଦା କହି ସମ୍ବୋଧନ କରିଛନ୍ତି।

Advertisment

କାହିଁକି ଡରୁଛନ୍ତି? କାହିଁକି ପଳାଉଛନ୍ତି..ଏତେ ଭୟ, ଏତେ ବିଚଳିତ କଣ ପାଇଁ ବୋଲି ମୋଦି ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ, ସୋନିଆ ଗାନ୍ଧିଙ୍କ ନାଁ ନନେଇ ବି ପ୍ରବଳ ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ଛାଡ଼ି ସୋନିଆ ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ, ଏକଥା ନିର୍ବାଚନର ବହୁ ପୂର୍ବରୁ ସଂସଦରେ ସେ କହିଥିଲେ। ଆଉ ତାହା ସତ ବି ହେଲା। କଂଗ୍ରେସର ପରିସ୍ଥିତି ଏତେ ଶୋଚନୀୟ ହୋଇଛି କି, ଗତ ଥରରୁ ବି ଏଥର କମ୍ ଭୋଟ୍ ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପଶ୍ଚିମବଙ୍ଗର ଦୁର୍ଗାପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି, ‘ଏଥର ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। କୌଣସି ମତଦାନର ଆବଶ୍ୟକତା ନାହିଁ। ମୁଁ କହିଥିଲି ସେହଜାଦା(ରାହୁଲ ଗାନ୍ଧି) ୱାଏନାଡ ଆସନରୁ ହାରିଯିବେ, ତେଣୁ ସେ ଆଉ ଏକ ଆସନ ଦେଖି ନାମାଙ୍କନ ଭରିବେ, ଏଠେ ଠିକ୍ ତାହା ହୋଇଛି। ରାହୁଲ ଗାନ୍ଧି ଏବେ ଆମେଠିରୁ ଲଢେଇ କରିବାକୁ ଭୟ କରୁଛନ୍ତି। ସେଥିପାଇଁ ଏଥର ରାଏବରେଲୀରୁ ଟିକେଟ ନେଇଛନ୍ତି। ମୁଁ ତାଙ୍କୁ କହିବାକୁ ଚାହୁଁଛି, ଡର ନାହିଁ, ପଳାଅ ନାହିଁ।’

Advertisment

ମୋଦି ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧି ଏବେ ଆମେଠିରୁ ଲଢେଇ କରିବାକୁ ଭୟ କରୁଛନ୍ତି। ସେଥିପାଇଁ ଏଥର ରାଏବରେଲୀରୁ ଟିକେଟ ନେଇଛନ୍ତି। ମୁଁ ତାଙ୍କୁ କହିବାକୁ ଚାହୁଁଛି, ଡର ନାହିଁ, ପଳାଅ ନାହିଁ।

ଉତ୍ତର ପ୍ରଦେଶ ରାୟବରେଲୀରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଆମେଠିରୁ ପ୍ରାର୍ଥୀ ହୋଇଛନ୍ତି କିଶୋରୀ ଲାଲ୍ ଶର୍ମା। ପ୍ରେସ ରିଲିଜ ଜରିଆରେ କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ରାୟବରେଲୀ ଓ ଆମେଠିକୁ ନେଇ ସସପେନ୍ସ ଲାଗି ରହିଥିଲା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆଜି ହିଁ ଏହି ଦୁଇ ଆସନରୁ ପ୍ରାର୍ଥୀ ଘୋଷଣା କରିଛି।

PM Modi Congress Rahul Gandhi General Elections 2024
Advertisment
Advertisment