Advertisment

BJD Executive Delay: କାହିଁକି ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି ? ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା?

ନବମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ନବୀନ । ମାତ୍ର ଏଯାଏଁ ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି । ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା ?

author-image
Santosh Kumar Sahoo
ବିଦ୍ରୋହ ଆଶଙ୍କାରେ ଚାପିଦେଲେ !

ବିଦ୍ରୋହ ଆଶଙ୍କାରେ ଚାପିଦେଲେ !

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ। କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ପାଇଁ ସାହସ ଜୁଟାଇ ପାରିଲେନି। ଯାହାକୁ ନେଇ ଦଳ ଭିତରେ ଏବେଠୁ ଅସନ୍ତୋଷ ଦେଖାଦେଲାଣି। କିନ୍ତୁ ଦଳ କହୁଛି ସବୁ କିଛି ଠିକ୍ ସମୟରେ ହେବ। ମାତ୍ର ଦଳ ପରିଚାଳନାକୁ ନେଇ ବରିଷ୍ଠଙ୍କଠାରୁ କନିଷ୍ଠ ନେତାଙ୍କ ଯାଏଁ ବୟାନବାଜି, ନବୀନଙ୍କ ମୁଣ୍ଡ ବିନ୍ଧା ଯେ ବଢାଇ ଦେଇଛି ଏଥିରେ ସନ୍ଦେହ ନାହିଁ ।

Advertisment

ଅଧିକ ପଢ଼ନ୍ତୁ: ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ସମରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ବଢିଲା

ନବମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ନବୀନ । ମାତ୍ର ଏଯାଏଁ ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି । ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା ? ନା ଅସନ୍ତୁଷ୍ଟଙ୍କୁ ଅନ୍ଧାରରେ ରଖି ସ୍ଥିତି ସୁଧାରିବାକୁ ଏ ରଣନୀତି ? କିନ୍ତୁ ଏହା ପୂର୍ବରୁ ଦଳୀୟ ନିର୍ବାଚନ ବେଳେ ନବୀନ ସଭାପତି ହେବା କ୍ଷଣି କାର୍ଯ୍ୟକାରିଣୀ ଘୋଷଣା ହୋଇଯାଉଥିଲା । କିନ୍ତୁ ଏଥର ବ୍ୟତିକ୍ରମ କାହିଁକି, ତାକୁ ନେଇ ଦଳୀୟ ନେତାଙ୍କ ଭିତରେ ଚର୍ଚ୍ଚା । ବିଭିନ୍ନ ଗୋଷ୍ଠୀ ଭିତରେ ଆଲୋଚନା ବି ହେଉଛି । ଏମିତିରେ ବି ଦଳ ଭିତରେ ଫାଟ ଜଳ ଜଳ ହୋଇ ଦିଶୁଚି । ଯେଉଁଥିପାଇଁ ଏଯାଏଁ ୧୫ ସାଂଗଠନିକ ଜିଲ୍ଲାରେ ସଭାପତି ଚୟନ ହୋଇପାରି ନାହିଁ । ଯାହାକୁ ଖୋଦ୍ କିଛି ନେତା ସ୍ୱୀକାର ବି କରିଛନ୍ତି । କିନ୍ତୁ ଦଳ କହୁଛି ଖୁବ୍ ଶୀଘ୍ର କାର୍ଯ୍ୟକାରିଣୀ ଘୋଷଣା ହେବ।

ସେପଟେ ଗତକାଲି ଶଙ୍ଖ ଭବନରେ ଅନୁପସ୍ଥିତ ଥିବା ରାଜା ସ୍ବାଇଁଙ୍କଠାରୁ ପ୍ରଫୁଲ୍ଲ ମଲ୍ଲିକଙ୍କ ଯାଏଁ, ଏଭଳି ନେତାଙ୍କ ଆଭିମୁଖ୍ୟ ଆଗକୁ କ’ଣ ରହୁଛି, ସେମାନଙ୍କ ଉପରେ ସୁପ୍ରିମୋ ପୁଣିଥରେ ଆସ୍ଥା ପ୍ରକଟ କରିବେ ନା ପକ୍ଷ ଛେଦନ କରିବେ ତାକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି ।

Advertisment

ଖାଲି ବିଜେଡି କାର୍ଯ୍ୟକାରିଣୀ ନୁହେଁ, ଟ୍ରଷ୍ଟ ବୋର୍ଡ ବି ଗଠନ ନେଇ ଘୋଷଣା ହୋଇନାହିଁ । ବିଜେଡି ସମ୍ବିଧାନ ଅନୁଯାୟୀ ୭ ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ ହେବ । ଯାହାର କାମ ଦଳର ପାଣ୍ଠି ଓ ସଂପତ୍ତିର ତଦାରଖ କରିବା । କିନ୍ତୁ ଟ୍ରଷ୍ଟ ବୋର୍ଡ ସଂପର୍କରେ କୌଣସି ଘୋଷଣା ହୋଇନଥିବାରୁ ପାର୍ଟିରେ ଏବେଠୁ ନେତା ଓ କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଲାଣି। ୨୪ ବିପର୍ଯ୍ୟୟ ପରେ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ଯାଏଁ ଅଧିକାଂଶ ଏବେ ଦଳୀୟ ପରିଚାଳନା ନେଇ ପ୍ରଶ୍ନବାଚୀ ଲଗାଇଛନ୍ତି। ଏଭଳି ସ୍ଥଳରେ ପାର୍ଟି ସୁପ୍ରିମୋଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ଏବେ ଦେଖିବାର କଥା, ନବୀନ କେତେ ଶୀଘ୍ର କାର୍ଯ୍ୟକାରିଣୀ ଘୋଷଣା କରୁଛନ୍ତି, ସେଥିରେ କିଏ କିଏ ସ୍ଥାନ ପାଉଛନ୍ତି, ଆଉ ଅସନ୍ତୁଷ୍ଟଙ୍କୁ କିଭଳି ମ୍ୟାନେଜ୍ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ମିଳିଲାନି ନିମନ୍ତ୍ରଣ, ଅସନ୍ତୋଷ ଝାଡ଼ିଲେ ପୁରୁଖା ନେତା

Odisha Naveen Patnaik BJD
Advertisment
Advertisment