Advertisment

Child Abduction Cases in Odisha: ବଢ଼ୁଛି ଉଦ୍‌ବେଗ; ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ ?

ପୁଣି ଶିଶୁ ନିଖୋଜ ଅଭିଯୋଗ, ପୁଣି ଅଭାବନୀୟ ପରିସ୍ଥିତି। ଆଜିକୁ ୬ ଦିନ ହେବ ୧୧ ବର୍ଷର ପୁଅକୁ ନପାଇ ଭାଙ୍ଗି ପଡିଛି ମାଆ। ଏପଟେ ହଜିଲା ପୁଅକୁ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରୁଛି ଅସହାୟ ବାପା।

author-image
Sujit kumar Swain
Rising Child Abductions Spark Panic Across Odisha

Rising Child Abductions Spark Panic Across Odisha

ଥମୁନି ଛୁଆ ଚୋରି ଓ ଶୁଶୁ ନିଖୋଜ ଘଟଣା। ସପ୍ତାହକ ତଳେ ରାଜଧାନୀ, ଦୁଇ ଦିନ ତଳେ ମୟୁରଭଞ୍ଜ ଠାକୁରମୁଣ୍ଡା ପରେ ଏପଟେ ପୁରୀ ଡେଲାଙ୍ଗରେ ଛୁଆ ନିଖୋଜ ଘଟଣା ନେଇ ରାଜ୍ୟବ୍ୟାପୀ ହଇଚଇ। ତେବେ ରାଜଧାନୀ ଘଟଣା ଭଳି ଠାକୁରମୁଣ୍ଡା ମାମଲାରେ ଛୁଆ ଉଦ୍ଧାର ହୋଇଥିଲେ ବି ଡେଲାଙ୍ଗ ଘଟଣା ଏଯାଏଁ ରହସ୍ୟାବୃତ୍ତ ହୋଇ ରହିଛି। ୬ ଦିନ ହେବ ନିଖୋଜ ଥିବା ୧୧ ବର୍ଷର ପୁଅ ଆଶୀର୍ବାଦ ମିଳୁନଥିବାରୁ ଆଜି ରାସ୍ତାକୁ ଓହ୍ଲାଇଥିଲେ ପରିବାର ଓ ଅଞ୍ଚଳବାସୀ।

Advertisment

ପୁଣି ଶିଶୁ ନିଖୋଜ ଅଭିଯୋଗ, ପୁଣି ଅଭାବନୀୟ ପରିସ୍ଥିତି। ଆଜିକୁ ୬ ଦିନ ହେବ ୧୧ ବର୍ଷର ପୁଅକୁ ନପାଇ ଭାଙ୍ଗି ପଡିଛି ମାଆ। ଏପଟେ ହଜିଲା ପୁଅକୁ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରୁଛି ଅସହାୟ ବାପା। ପୁରୀ ଡେଲାଙ୍ଗ ବ୍ଲକ୍ ରତନପୁର ଗାଁର ମାନସ ସାହୁଙ୍କ ପୁଅ ଆଶୀର୍ବାଦ। ଗତ ୧୩ ତାରିଖ ସଂଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରଦିନ ଡେଲାଙ୍ଗ ଥାନାରେ ଏତାଲା ଦେଇଥିଲେ ପରିବାର ଲୋକେ। ପୋଲିସର ସବୁ ଚେଷ୍ଟା ପରେ ବି ହାତ ଖାଲି। ଦମକଳ ବାହିନୀ, ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମର ତନାଘନା ପରେ ମଧ୍ୟ ମିଳୁନି ଆଶୀର୍ବାଦ ସମ୍ପର୍କରେ ସୂଚନା। ତେଣୁ ଛୁଆକୁ ଉଦ୍ଧାର ପାଇଁ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ ଅଂଚଳବାସୀ। ଡେଲାଙ୍ଗ-କଣାସ ଓ ଖୋର୍ଦ୍ଧା ପଟ୍ଟନାୟିକିଆ ରାସ୍ତାକୁ ଅବରୋଧ କରି ପୋଲିସ ଓ ପ୍ରଶାସନଠୁ ନ୍ୟାୟ ଦାବି କରିଥିଲେ। ପୁରୀ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା। ହେଲେ ଆଶୀର୍ବାଦ ଏବେ କେଉଁଠି, କେଉଁ ଅବସ୍ଥାରେ ଅଛି, ସେ ସମ୍ପର୍କରେ କାହାରି ପାଖରେ କିଛି ବି ଉତ୍ତର ନାହିଁ।

ଅଧିକ ପଢ଼ନ୍ତୁ: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ

Advertisment

ଏପଟେ ଦୁଇ ଦିନ ତଳେ ମୟୂରଭଞ୍ଜ ଠାକୁରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ। ଅପହରଣର ୩ ଦିନ ପରେ ଯାଜପୁର ରୋଡ୍ ଥାନା କାଚହୁଡ଼ି ସାହିରୁ ଶିଶୁକୁ ଉଦ୍ଧାର କରି ପୋଲିସର ଜିମା ଦେଇଛି ଯାଜପୁର ରୋଡ୍ କିନ୍ନର ସଂଘର କର୍ମକର୍ତ୍ତା। ଠାକୁରମୁଣ୍ଡା ପୋଲିସର ସୂଚନା ଅନୁସାରେ ଯାଜପୁର ଅଂଚଳର ଜଣେ ଛଦ୍ମବେଶୀ କିନ୍ନର ଲିପୁ ନାୟକ ଶିଶୁକୁ ଚୋରି କରି ଯାଜପୁର ପଳାଇଥିଲା। ଏ ମାମଲାରେ ପୋଲିସ ଲିପୁ ଓ ତାର ଜଣେ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି। ଗତ ୧୭ ତାରିଖ ଦିନ ଶିଶୁଟି ନିଜ ମାଆ ସହ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବାବେଳେ ଠାକୁରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତ କିନ୍ନର ବେଶରେ ଆସି ପିଲାଟିକୁ ସାଂଗରେ ନେଇ ଚଂପଟ୍ ମାରିଥିଲା। ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ଯାଂଚ କରିବା ସହ କିନ୍ନର ସଂଘକୁ ଯୋଗାଯୋଗ ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇପାରିଛି।

ଏ ଘଟଣାର କିଛି ଦିନ ଆଗରୁ ଗତ ୧୨ ତାରିଖରେ ଭୁବନେଶ୍ବର ରାମମନ୍ଦିର ଆଗରୁ ଜଣେ ଦୃଷ୍ଟିବାଧିତ ମହିଳାଠାରୁ ତାଙ୍କ ଦେଢ ବର୍ଷର ପୁଅକୁ ଚୋରାଇ ନେବା ଘଟଣାରେ ସଫଳତା ପାଇଥିଲା ପୋଲିସ। ବିଗତ ୪ ବର୍ଷରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଥିବା ନେଇ ଖୋଦ୍ ବିଧାନସଭାରେ ସରକାରଙ୍କ ତଥ୍ୟ ପରେ ବଢୁଥିବା ପିଲା ଚୋରି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ଅଧିକାର କର୍ମୀ।

Missing Children Odisha Missing Children
Advertisment
Advertisment