ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍ ତଦନ୍ତ କରିବାକୁ କମିଟି ପକ୍ଷରୁ ସୁପାରିସ କରାଯାଇଛି।
ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଦୀପାବଳି ପୂର୍ବରୁ ପୁଣି ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍ଲା ହୋଇଛି। ସୋପିଆନ୍ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି।
ମାୟାବିନୀଙ୍କ ମାୟାଫାସରେ ପଡ଼ି ନ୍ୟୁଡ୍କଲର ଶିକାର ହୋଇଛନ୍ତି ଅବିବାହିତ ଯନ୍ତ୍ରୀ। ପରେ ମାୟାବିନୀଙ୍କ ଦ୍ୱାରା ବ୍ଲାକ୍ମେଲର ଶିକାର ହୋଇ ପ୍ରାୟ ୬ ଲକ୍ଷ ଟଙ୍କା ହରାଇଛନ୍ତି ଯନ୍ତ୍ରୀ।
ରାଜ୍ୟରେ ଘଟୁଥିବା ଅନେକ ସଡ଼କ ଦୁର୍ଘଟଣାର ତଦନ୍ତ ଅଧାରେ ରହିଯାଉଛି । ଦୁର୍ଘଟଣାର ବାସ୍ତବ କାରଣ ଜଣାପଡ଼ୁନି, କି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି । ଫଳରେ ଦିନକୁ ଦିନ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା ।
ଧାମନଗରରେ ଧମାକା କରିବେ କି ରାଜୁ ଦାସ? ବିଦ୍ରୋହ କରି ସ୍ୱାଧୀନ ଭାବେ ଲଢ଼ିବା, ବିଜେଡିକୁ ମହଙ୍ଗା ପଡିବ କି? ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ ବି କାହିଁକି ରାଜୁ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନି ବିଜେଡି?
ଜେଲରେ ହେବ ଜେରା ! ସତ ଓଗାଳିବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗର କ୍ରାଇମ୍ ସିଣ୍ଡିକେଟ୍ର ରହସ୍ୟ ଭେଦ କରିବାକୁ ତାକୁ ସେହି ଝାରପଡ଼ା ଜେଲର ଚାରିକାନ୍ଥ ଭିତରେ ହିଁ ପଚରାଉଚରା କରିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ ।
ଏଣିକି ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ହେବ ପଡ଼ିବ ମହଙ୍ଗା ।
ପୁଣିଥରେ ଜମ୍ମୁ-କଶ୍ମୀରରେ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ଆତଙ୍କବାଦୀମାନେ ଶୋପିଆନରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି।
ମହିଳା ଏସିଆ କପ୍ କ୍ରିକେଟ୍ରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ତିଆ ଚାମ୍ପିୟନ । ସ୍ମୃତି ମନ୍ଦନା ସର୍ବାଧିକ ୫୧ ରନ୍ କରି ଟିମ୍ ପାଇଁ ବିଜୟୀ ଇନିଂସ ଖେଳିଲେ ।
ଗାଁଗହଳିର ଲୋକଙ୍କୁ ଭଲ ରାସ୍ତା ଖଣ୍ଡେ ଯୋଗାଇବାକୁ ସରକାରଙ୍କ ସୂଦୁରପ୍ରସାରୀ ଲକ୍ଷ୍ୟ-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ହେଲେ କେମିତି ଏ ଯୋଜନାରେ ଚାଲିଛି ହରିଲୁଟ୍, ଯାହାର ଚାକ୍ଷୁସ ପ୍ରମାଣ ଧରାପଡ଼ିଛି କୋରାପୁଟ ଜିଲ୍ଲା ଜୟପୁରରେ ।
ଆସୁଛି ଲଘୁଚାପ, ବଢ଼ୁଛି ବର୍ଷା ଭୟ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ
ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍..ନଭେମ୍ବର ୧୨ ଭୋଟ୍, ଡିସେମ୍ବର ୮ରେ ଗଣତି
ଧାମନଗର ନିର୍ବାଚନ ମଣ୍ଡଳୀ ଏବେ ଉଠୁଛି ପଡ଼ୁଛି। କାମ ଦେଲାନି ଚାପ, ମ୍ୟାନେଜ କରି ପାରିଲାନି ବିଜେଡି। ସ୍ୱାଧୀନ ଭାବେ ଲଢ଼ିବେ ରାଜେନ୍ଦ୍ର
ହନିଟ୍ରାପ, ବ୍ଲାକମେଲ୍, ହତ୍ୟା ଧମକ..ସମ୍ପତ୍ତି ଅର୍ଜିବା ପାଇଁ ଯୁବତୀଙ୍କୁ ମୋହରା ସଜାଇ ବଡ଼ବଡ଼ିଆଙ୍କୁ ଚୁନା ଲଗାଇଥିବା ଅର୍ଚ୍ଚନା ନାଗ୍ଙ୍କୁ ବେଲ୍ ନା ପୁଣି ସେହି ଜେଲ୍ ?
ଦୀପ ତଳ ଅନ୍ଧାର । ଅଧାପନ୍ତରିଆ ରାସ୍ତା ଛାଡ଼ି ପାର୍ ଠିକାଦାର । ଜୟପୁର ବ୍ଲକ କୁସୁମପୁଟ ଓ ଜଗନ୍ନାଥପୁର ଗାଁ ରାସ୍ତା ରାସ୍ତା ନୁହେଁ ତ ମରଣଯନ୍ତା ।
୬୮ଟି ଆସନ ବିଶିଷ୍ଟ ବିଧାନସଭା ଲାଗି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।
ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି ।
୫ ବର୍ଷର ଶିଶୁ ହାତରେ ବିମାନର ଷ୍ଟେରିଂ । ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।