• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାଶ୍ମୀର ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା କାଣ୍ତ । ଆତଙ୍କବାଦୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ । କାଶ୍ମୀର ସୋପିଆନ୍ ଜିଲ୍ଲାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତକ ହେଲେ ପୁରନ କ୍ରିଷନ ଭଟ୍ଟ ।

ଚୌଧୁରୀ ଗଣ୍ଡ ଅଞ୍ଚଳର ନିଜ ଘର ନିକଟରେ ହିଁ ଆତଙ୍କବାଦୀମାନେ ପୁରନଙ୍କୁ ଗୁଳି କରିଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ସୋପିଆନ୍ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁରା ଅଞ୍ଚଳକୁ ଘେରାଉ କରି ରଖିଛନ୍ତି ସୁରକ୍ଷାକର୍ମୀ ଏବଂ ସଂପୃକ୍ତ ଆତଙ୍କବାଦୀକୁ ଧରିବା ପାଇଁ ଚାଲିଛି ଅପରେସନ ।

ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ପୂର୍ଣ୍ଣଙ୍କୁ ତାଙ୍କ ଘର ପାଖରେ ପଛ ପଟୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ତାଙ୍କର ନିଜସ୍ୱ ବ୍ୟବସାୟ ଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ଝିଅ ୭ମ ଶ୍ରେଣୀ ଓ ପୁଅ ୫ମ ଶ୍ରେଣୀରା ପଢ଼ୁଛନ୍ତି।” ଏହି ଘଟଣାକୁ ନେଇ ଘାଟିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଛି।

କିଛି ମାସ ହେଲା କାଶ୍ମୀରକୁ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ଓ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଏହାକୁ ନେଇ କାଶ୍ମୀର ପଣ୍ଡିତ ସଂଘର୍ଷ ସମିତି କ୍ଷୋଭ ପ୍ରକାଶ କରିଛନ୍ତି ।