• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଶ୍ରୀଲଙ୍କାକୁ ମାତ ଦେଇ ସପ୍ତମଥର ପାଇଁ ଏସିଆ କପ୍‌ ଟାଇଟଲ୍‌ ହାସଲ କରିଛି ଟିମ୍‌ ଇଣ୍ତିଆ । ଫାଇଲାଲ୍‌ରେ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଛି । ବାଂଲାଦେଶରେ ଏସିଆ କପ୍‌ ଅଷ୍ଟମ ସିଜିନ୍‌ ଖେଳାଯାଇଥିଲା । ୮ଟି ସିଜିନ୍‌ ମଧ୍ୟରୁ ଭାରତ ୭ଥର ଚାମ୍ପିଅନ ହୋଇ ଇତିହାସ ରଚିଛି । କ୍ୟାପ୍ଟେନ୍‌ ହରମନ୍‌ପ୍ରିତ କୋର୍‌ଙ୍କ ଅଧିନରେ ଟିମ୍‌ ଏହି ଟାଇଟଲ୍‌ ହାସଲ କରିଛି ।

ଫାଇନାଲରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ବୋଲର୍‌ଙ୍କୁ ସାମ୍ନା କରିପାରିନଥିଲେ । ବ୍ୟାଟିଂରେ ବିପର୍ଯ୍ୟୟ ଘଟି ୯ ୱିକେଟ୍‌ ହରାଇ ମୋଟ ୬୫ ରନ୍‌ରେ ସୀମିତ ରହିଥିଲା ସିଂହଳୀ ଦଳ । ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୮.୩ ଓଭର୍‌ରେ ୨ ୱିକେଟ୍‌ ହରାଇ ଟିମ୍‌ ଇଣ୍ତିଆ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ସ୍ମୃତି ମନ୍ଦନା ସର୍ବାଧିକ ୫୧ ରନ୍‌ କରିଥିଲେ । ରୋମାଞ୍ଚକ କଥା ହେଲା ସ୍ମୃତି ଛକା ମାରି ମ୍ୟାଚ୍‌କୁ ଜିତାଇଥିଲେ ।

 

ସୂଚନାଥାଉକି, ଏସିଆ କପ୍‌ ମୋଟ ୮ ଥର ଆୟୋଜନ ହୋଇଛି । ସେଥିମଧ୍ୟରୁ ୪ଥର ୱାନଡେ ଓ ୩ଥର ଟି-ଟ୍ୱେଣ୍ଟି ଫର୍ମାଟରେ ମ୍ୟାଚ୍‌ ଖେଳାଯାଇଛି । ଯେଉଁଥିରୁ ଭାରତ ୭ଥର ଟାଇଟଲ୍‌ ଜିତିଛି । ପୂର୍ବ ସିଜିନ୍‌ରେ ଟିମ୍‌ ଇଣ୍ତିଆ ଫାଇଲାଲ୍‌ରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା।