/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666095243.jpg)
Roger Binny
ରୋଜର୍ ବିନ୍ନି ହେଲେ BCCIର ନୂଆ ବସ୍ । ଆଜି ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର AGM ବସିଥିଲା । ଏଥିରେ ବିସିସିଆଇ ର ନୂଆ ସଭାପତି ପଦ ସହ ଅନ୍ୟାନ୍ୟ ପଦବୀ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିଛନ୍ତି । ତେଣୁ ନିର୍ଦ୍ୱନ୍ଦ୍ୱରେ ସଭାପତି ହୋଇଛନ୍ତି ବିନ୍ନି । ସେହିପରି ଏଥର ବି ଜୟ ଶାହ ସମ୍ପାଦକ ପଦ ବଜାଏ ରଖିଛନ୍ତି । ତାସହ ବୋର୍ଡ ଉପାଧ୍ୟକ୍ଷ ଭାବେ ରାଜୀବ ଶୁକ୍ଲା, କୋଷାଧକ୍ଷ ଭାବେ ଆଶିଷ ସେଲାର,ସଂଯୁକ୍ତ ସଚିବ ଭାବେ ଦେବଜିତ୍ ସାଇକିଆ ଏବଂ ଅରୁଣ ଧୁମଲ ଆଇପିଏଲ୍ ଚେୟାମ୍ୟାନ୍ ଭାବେ ସର୍ବ ସମ୍ମତକ୍ରମେ ଚୟନ ହୋଇଛନ୍ତି ।
Former India cricketer Roger Binny appointed as the next BCCI President taking over from Sourav Ganguly.
(File Pic) pic.twitter.com/Tndldfc2el
— ANI (@ANI) October 18, 2022
୧୯୮୩ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍ରେ ଥିଲେ ରୋଜର୍ ବିନି । କପିଲ ଦେବଙ୍କ ସହ ଘନିଷ୍ଠ ଥିବା ବିନି ସେତେବେଳର ଧୂଆଁଧାର ପେସ୍ ବୋଲର୍ ସହ ଅଲରାଉଣ୍ଡର ଭାବେ ବେଶ୍ ପରିଚିତ ଥିଲେ । ୮୩ ବିଶ୍ୱକପ୍ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବି ବିନ୍ନିଙ୍କ ନାଁରେ ରହିଛି ।
୧୯୮୩ ଦିନିକିଆ ବିଶ୍ୱକପ୍ରେ ୧୮ ୱିକେଟ ନେଇଥିଲେ ବିିନ୍ନି । ୨୦୦୦ ଜୁନିୟର ବିଶ୍ୱ ବିଜେତା ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ । ପଶ୍ଚିମବଙ୍ଗ କ୍ରିକେଟ୍ ଟିମ୍ର ପ୍ରଶିକ୍ଷକ ଦାୟିତ୍ୱ ବି ତୁଲାଇଥିଲେ । ୨୦୧୨ରେ ଜାତୀୟ ଚୟନକର୍ତ୍ତା ହୋଇଥିଲେ ରୋଜର ବିନ୍ନି । ଭାରତୀୟ କ୍ରିକେଟ୍ ଦଳରେ ସାମିଲ ହେବାରେ ପ୍ରଥମ ସେ ଆଙ୍ଗ୍ଲୋ-ଇଣ୍ଡିଆନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)