ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା‘ ଜଗତଜନନୀ । ମା’ଙ୍କୁ ବିଦାୟ ଦେବା ବେଳେ ଭକ୍ତଙ୍କ ଆଖି ଛଳଛଳ । ସରିଲା ମା’ଙ୍କ ନବଦିନାତ୍ମକ ଲୀଳା।
ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା।
ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।
ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ।
ଆଗାମୀ କିଛି ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।
ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ ।
କଟକ ଜଗତପୁର ଅଞ୍ଚଳରେ ମଣିଷମରା ହାତୀକୁ କାବୁ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣାଯାଇଥିଲା । ଏଠାରେ ପହଞ୍ଚିବା ପରେ ଉଦ୍ଧାର ବଣୁଆ ମାଇ ହାତୀକୁ ନେଇ ଅନେକ ରୋଚକ କଥା ସାମ୍ନାକୁ ଆସିଛି ।
ଅନଲାଇନ୍ରେ ଜୁଆ ଖେଳ ଓ ବେଟିଂକୁ କିଛି ରାଜ୍ୟରେ ନିଷିଦ୍ଧ କରାଯାଇଛି ।
୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଜାମ୍ମୁ କାଶ୍ମୀର ଜେଲ୍ ବିଭାଗର ମହାନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜାମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି।
ବର୍ଷାରେ ଭିଜି ରାହୁଲ ଭାଷଣ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭାରତୀୟ ବାୟୁ ସେନାରେ ଶକ୍ତି ବୃଦ୍ଧି ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍)କୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି। ଏହି ଲଢ଼ୁଆ ବିମାନର ନାଁ ରହିଛି ପ୍ରଚଣ୍ଡ। ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ।
ନିଜ ଉଦ୍ୟମରେ କିଛି ଭିନ୍ନ ଓ ନିଆରା କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଆଉ ସୃଷ୍ଚି କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏମିତି କିଛି ଉତ୍ସାହି, ଉଦ୍ୟମୀ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ବିଷୟରେ ଜାଣନ୍ତୁ..
ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର ପରିବେଶ..ଆଜି ପୀଠରେ ମା’ଙ୍କର ମହାନବମୀ ଥିବା ବେଳେ ମଣ୍ଡପରେ ମହାଷ୍ଟମୀ । ତେବେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ତପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ରୀତିନୀତିରେ ପୂଜା ପାଉଛନ୍ତି ।
ଦେଶ ପାଇଁ ଗୌରବର ବିଷୟ। ଭାରତୀୟ ସାମରିକ ଶକ୍ତିରେ ଯୋଡ଼ି ହେବ ନୂଆ ଇତିହାସ । ଭାରତୀୟ ବାୟୁସେନା ପକ୍ଷରୁ (ଆଇଏଏଫ) ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମୁତୟନ କରାଯାଇଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି ।
ଫୁଟବଲ ଫିଲ୍ଡରେ ହିଂସାର ମ୍ୟାଚ୍ । ଗଡ଼ିଲା ଶତାଧିକ ମୁଣ୍ଡ । ଦଳାଚକଟାରେ ଚାଲିଗଲା ୧୨୫ ଜଣଙ୍କ ଜୀବନ ।
ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।
ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ।