Advertisment

କାଶ୍ମୀର ଘାଟିରେ ଆତଙ୍କୀ ହମଲା; ଗ୍ରେନେଡ୍‌ ମାଡ଼ରେ ୨ ପ୍ରବାସୀ ଶ୍ରମିକ ମୃତ

ଦୀପାବଳି ପୂର୍ବରୁ ପୁଣି ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍‌ଲା ହୋଇଛି। ସୋପିଆନ୍ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
ଅନନ୍ତନାଗରେ ବଡ଼ ଆତଙ୍କୀ ଆକ୍ରମଣ : ବିଜେପି ନେତା ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା

Terrorist attack

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ପୁଣି ଟାର୍ଗେଟ କିଲିଂ । ସୋପିଆନ୍ ଜିଲ୍ଲାରେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମୋନିଷ କୁମାର ବୋଲି ଚିହ୍ନଟ ହୋଇଛନ୍ତି । ଏହି ଘଟଣାରେ ଲସ୍କର-ଇ-ତୋଇବାର ୨ ଆତଙ୍କବାଦୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Advertisment

ପୋଲିସ କହିବା ଅନୁଯାୟୀ ଗତକାଲି ରାତିରେ ଶ୍ରମିକମାନେ ଘରେ ଶୋଇଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ଗ୍ରେନେଡ୍ ମାଡ କରିବା ପରେ ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କୀ । ଏଥିରେ ଦୁଇ ଜଣ ଶ୍ରମିକ ଆହତ ହୋଇଥିଲେ । ପୋଲିସ ପହଞ୍ଚି ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । 

ଜମ୍ମୁ-କାଶ୍ମୀର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାରଙ୍କ କହିବା ମୁତାବକ, ‘ଲସ୍କର-ଇ-ତୋଇବାର ଜଣେ ଆତଙ୍କବାଦୀ ଇମ୍ରାନ ବସିର୍‌କୁ ଗିରଫ କରାଯାଇଛି। ଇମ୍ରାନ୍ ହିଁ ଶ୍ରମିକମାନେ ଶୋଇଥିବା ଅବସ୍ଥାରେ ଗ୍ରେନେଡ୍ ମାଡ କରିଥିଲା । ତାକୁ ପଚରାଉଚରା ଜାରି ରହିଛି’।

Advertisment

ଉଲ୍ଲେଖଯୋଗ୍ୟ, ତିନି ଦିନ ପୂର୍ବେ ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତକୁ ଗୁଳି ମାଡ କରି ହତ୍ୟା କରିଥିଲେ। ପୋଲିସ ମୁତାବକ, ପୂରନ୍ କୃଷ୍ଣ ଭଟ୍ଟଙ୍କ ଉପରେ ଦକ୍ଷିଣ କାଶ୍ମୀର ଜିଲ୍ଲାର ଚୌଧରୀ ଗୁଣ୍ଡ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ଆକ୍ରମଣ ହୋଇଥିଲା । କୃଷ୍ଣ ଭଟ୍ଟ ନିଜ ଘର ବାହାରେ ଥିବା ବଗିଚା ଆଡ଼କୁ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ।

Terrorist Attack Jammu Kashmir
Advertisment
Advertisment