ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପିକ୍ଅପ୍ ଭ୍ୟାନ୍-ଟ୍ରକ୍ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ରାସ୍ତାରେ ଯିବା ବେଳେ ପୁଅକୁ ନଡରିବାକୁ ପରାମର୍ଶ ଦେଉଥିଲେ। ଭାବିଥିଲେ ମେଡିକାଲରୁ ଆସିବା ପରେ ପୁଅକୁ ଆରାମ ଲାଗିବ। ହେଲେ ସିଏ ନିଜେ ବି ଜାଣିନଥିଲେ। ତାଙ୍କୁ ରାସ୍ତାରେ ଅନେଇ ବସିଛି ଯମ। ଚାହୁଁଚାହୁଁ ଟ୍ରକ୍ ଆସି ତାଙ୍କ ବାଇକ୍କୁ ଧ୍କକା ଦେଲା। ବାସ୍ କେଇ ମୁହୂର୍ତ୍ତରେ ବାପା-ପୁଅଙ୍କ ଚାଲିଗଲା ଜୀବନ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ନୂଆପଡା ଲଖନା ଥାନା କୁଶଦହନା ଗାଁରେ।
ବଲାଙ୍ଗିର ପାଟଣାଗଡ ନୂଆପଡା ଗାଁର ଆଶିଷ ମେହେର ଓ ମଳୟ ମନହିରା। ବାହାଘର ପାଇଁ ସାଙ୍ଗ ହୋଇ ଘରୁ ବାହାରିଥିଲେ। ଯୋଜନା ମୁତାବକ ବାଇକ୍ରେ ବି ଗଲେ। ହେଲେ ବାଟରେ ଏମାନଙ୍କୁ ଯମ ଜଗିଥିଲା ବୋଲି କିଏ ବା ଜାଣିଛି? ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ଭୁବନେଶ୍ୱରରୁ ଯାଉଥିବା ଏକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଆଶିଷ ଓ ମଳୟଙ୍କ ଗାଡି ସହ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଡିଯାଇଥିଲା ଦୁହିଁଙ୍କର ପ୍ରାଣବାୟୁ।
ହୋମଗାର୍ଡଙ୍କ ଉପରେ ଅଜଣା ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ରାସ୍ତାରୁ ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ୍।
ଦୁର୍ଘଟଣାରେ ସୁନ୍ଦରଗଡ଼ର ଯୁବ ସମ୍ବାଦିକ ଖଗେଶ୍ବର ତରେଇଙ୍କର ମୃତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖଗେଶ୍ଵର ନିଜ ବନ୍ଧୁଙ୍କ ସହ ବାଇକ୍ ଯୋଗେ କୋଇଡାରୁ ଯାଜପୁରକୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ। କିନ୍ତୁ ବାଟରେ ମୃତ୍ୟୁ ଯେମିତି ତାଙ୍କୁ ଅନେଇ ବସିଥିଲା। କେନ୍ଦୁଝର ଦମକଳ କେନ୍ଦ୍ର ସାମ୍ନାରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ପରେ ଯେବେ ଘରେ ଶବ ପହଞ୍ଚିଲା ତାହାର ଦୃଶ୍ୟ ବଡ କଷ୍ଟଦାୟକ ଥିଲା।
କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।
ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲେ, ହେଲେ ୭ ଦିନ ବି ଏକାଠି ରହିପାରିଲେନି। ବିବାହର ୩ ଦିନ ପରେ ସଡ଼କ ଦୁର୍ଘଟଣାରେ ନବ ଦମ୍ପତିଙ୍କ ମୃତ୍ୟୁ ହୋଇଛି।
ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ବାଇକ୍ ଧକ୍କା ହୋଇଥିଲା।
ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ। କେନାଲ ତଳକୁ ବାଇକ୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର ସହ ଅଟୋର ଧକ୍କା ହୋଇଥିଲା।
ଏହି ଘଟଣା ଘଟିଛି ଗତ ଗୁରୁବାର ରାତିରେ ।
ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଶିଶୁପୁତ୍ର ହସ୍ପିଟାଲ୍ ବେଡ୍ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି।
ଯାନବାହାନ ଚଳାଚଳ ପାଇଁ କେତେ ଯେ ନିୟମ ସୃଷ୍ଟି ହେଉଛି, କିନ୍ତୁ ଥମୁନି ସଡ଼କ ଦୁର୍ଘଟଣାର ସଂଖ୍ୟା। କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ବଢି ଚାଲିଥିବାବେଳେ ଆଞ୍ଚଳିକ ପରିବହନ ବିଭାଗ ନିଦରେ ଶୋଇଥିବା ଅଭିଯୋଗ ହୋଇଛି।
ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ ସରିବା ପରେ ଭାରି ଖୁସି ଥିଲେ ସବୁ ଶ୍ରଦ୍ଧାଳୁ। ପୁଣି କେମିତି ଜଗାର ଡୋରି ଲାଗିବ ଆଉ ଥରେ କେମିତି ପୁରୀ ଆସିବେ କିଛି ଏମିତି କଥା ହୋଇ ଘରକୁ ଫେରୁଥିଲେ ପର୍ଯ୍ୟଟକ। ବାଟ ଅଧିକ ଥିବାରୁ ବସ୍ ବି ରହିରହି ଆଗକୁ ବଢୁଥିଲା। ରାସ୍ତା କଡରେ ଚା’ ଦୋକାନ ଦେଖି ଡ୍ରାଇଭର ଗାଡି ଅଟକେଇଥିଲା। ହେଲେ କେହି ଜଣେ ହେଲେ ବି ଚିନ୍ତା କରିନଥିଲେ ଚା’ ଦୋକାନ ପାଖରେ ଛକି ରହିଥିଲା ଯମ
ଏନଏଚ୍ ୧୬ ଭଦ୍ରକ ଆଖୁଆପଦାରେ ଦୁର୍ଘଟଣା
ଦୁର୍ଘଟଣାର ଚିତ୍ର ଏତେ ଭୟାନକ ଯେ ସେ ଦୃଶ୍ୟକୁ ଦେଖିଲେ ଆଖିରୁ ଗଡିପଡିବ ଲୁହ । ହେଲେ କାର୍କୁ ଦେଖିବା ପରେ ଆପଣ ବି କହିପାରିବେ କେତେ ଭୟଙ୍କର ଥିଲା ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ସାଙ୍ଗଙ୍କ ଉଡିଯାଇଥିଲା ପ୍ରାଣ। ଦାରିଙ୍ଗବାଡି ଥାନା ୫୯ ନମ୍ବର ଡବେରି ଠାରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।
ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଉଥିଲା ବୋଲି ପରିବାର ଲୋକ କହିଛନ୍ତି ।
ଶ୍ରମିକ ଥିବା ଟ୍ରକ୍ ସହ ଆଖୁ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି ।
ନିୟନ୍ତ୍ରଣ ହରାଇ ବସ୍ ଭିତରେ ପଶିଗଲା କାର୍। ଫଳରେ ଘଟଣାସ୍ଥଳରେ କାର୍ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି।
ଡିଭାଇଡରରେ ପିଟି ହୋଇ ଜଳିଗଲା ବସ୍। ରୋଗୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଜଳି ଯାଇଛି।
ମୃତ୍ୟୁ ସତରେ ଖୁବ୍ ନିଷ୍ଠୁର । କେତେବେଳେ ଯେ ମାଡ଼ି ଆସେ ଜଣାପଡ଼େ ନାହିଁ ।
୩୨୬ ନମ୍ବର ଜାତୀୟ ରାଜପଥର ସାଙ୍କେଶ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ ।
ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟରେ ଦୁର୍ଘଟଣା ଘଟିଛି ।
ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁ ଅଛନ୍ତି।