• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିବା ବିକ୍ରି କରି ଘରକୁ ଫେରୁଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଅଟୋ ଓ ବୋଲେରୋ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ସକାଳେ ୭ଜଣ ପରିବା ବିକାଳି ଏକ ଅଟୋ ଯୋଗେ କେନ୍ଦୁଝର ବଜାରରୁ ପରିବା ବିକ୍ରି କରି ନିଜ ଘର ବଡ଼ କଣ୍ଡମରାକୁ ଫେରୁଥିଲେ । ବସନ୍ତପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ ମାନେ ହେଲେ ଜୀବନ ନାୟକ, ରାଧୁ ନାୟକ, ନବୀନ ନାୟକ ଓ ପ୍ରହଲ୍ଲାଦ ନାୟକ । ଅନ୍ୟ ୪ ଗୁରୁତର ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ନରଣପୁର-ଡୁବୁରୀ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।