Advertisment

ଶୁଦ୍ଧକ୍ରିୟାରେ ସାମିଲ ହେବାକୁ ଯାଉଥିଲେ...ଦୁଇ ସାଙ୍ଗଙ୍କ ଗଲା ଜୀବନ

ଦୁର୍ଘଟଣାର ଚିତ୍ର ଏତେ ଭୟାନକ ଯେ ସେ ଦୃଶ୍ୟକୁ ଦେଖିଲେ ଆଖିରୁ ଗଡିପଡିବ ଲୁହ । ହେଲେ କାର୍‌କୁ ଦେଖିବା ପରେ ଆପଣ ବି କହିପାରିବେ କେତେ ଭୟଙ୍କର ଥିଲା ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ସାଙ୍ଗଙ୍କ ଉଡିଯାଇଥିଲା ପ୍ରାଣ। ଦାରିଙ୍ଗବାଡି ଥାନା ୫୯ ନମ୍ବର ଡବେରି ଠାରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।

author-image
Sarbeswar
ଅଦ୍ୟତନ ହୋଇଛି
Accident

Accident

ଆଉ କିଛି ବାଟ ଥିଲା ସମ୍ପର୍କୀୟଙ୍କ ଘର। ସଂପର୍କୀୟଙ୍କ ଶୁଦ୍ଧକ୍ରିୟା ଭୋଜିରେ ସାମିଲ ହେବାକୁ ବାଇକ୍‌ରେ ଘରୁ ବାହାରି ପଡିଥିଲେ ଦୁଇ ସାଙ୍ଗ ବାଳକୃଷ୍ଣ ଓ ଯୁଗାନ୍ତ। ପିଲାଟି ଦିନରୁ ଏମାନେ ଏମିତି ସାଙ୍ଗ ଯେ ଦୁହେଁ ଦୁହିଁଙ୍କୁ ଛାଡି ଟିକିଏ ମାତ୍ର ରହିପାରନ୍ତି ନାହିଁ। ସେଇଥି ଲାଗି ତ ଏକାଠି ଶୁଦ୍ଧକ୍ରିୟାରେ ସାମିଲ ହେବା ପାଇଁ ବାହାରିଥିଲେ ଘରୁ। ହେଲେ କିଏ ବା ଜାଣିଥିଲା ବାଟରେ ଏମାନଙ୍କୁ ଅପେକ୍ଷା କରିଛି ଯମ...ସଂପର୍କୀୟଙ୍କ ଶୁଦ୍ଧ ଘରକୁ ଯାଇ ନିଜେ ଶବ ହୋଇଗଲେ ଏଇ ଦୁଇ ସାଙ୍ଗ...ବାସ୍‌ ଦୁର୍ଘଟଣାର କଥା ଘରେ ପହଞ୍ଚିବା ପରେ ଭେଣ୍ଡିଆ ପୁଅକୁ ହରାଇ ଛାତି ବାଡେଇ କାନ୍ଦୁଛି ମାଆ, ଭୋ ଭୋ ହୋଇ କାନ୍ଦୁଛନ୍ତି ବାପା।

Advertisment

ଦୁର୍ଘଟଣାର ଚିତ୍ର ଏତେ ଭୟାନକ ଯେ ସେ ଦୃଶ୍ୟକୁ ଦେଖିଲେ ଆଖିରୁ ଗଡିପଡିବ ଲୁହ । ହେଲେ କାର୍‌କୁ ଦେଖିବା ପରେ ଆପଣ ବି କହିପାରିବେ କେତେ ଭୟଙ୍କର ଥିଲା ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ସାଙ୍ଗଙ୍କ ଉଡିଯାଇଥିଲା ପ୍ରାଣ। ଦାରିଙ୍ଗବାଡି ଥାନା ୫୯ ନମ୍ବର ଡବେରି ଠାରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।

ଅଧିକ ପଢ଼ନ୍ତୁ: ହତ୍ୟା ପରେ ସାଙ୍ଗର ଶବକୁ ଫିଙ୍ଗୁଥିଲା ସାଙ୍ଗ, ଘାଟି ତଳକୁ ଖସି ଚାଲିଗଲା ଜୀବନ

Advertisment

ଦୁଇ ଭେଣ୍ଡିଆ ପୁଅଙ୍କ ସଡକ ଦୁର୍ଘଟଣାରେ ଜୀବନ ଚାଲିଯିବା ପରେ ଗାଁରେ ଏବେ ଶୋକାକୁଳ ପରିବେଶ । କେହି ବିଶ୍ୱାସ କରିପାରୁନାହାନ୍ତି କି ଶୁଦ୍ଧକ୍ରିୟା ଲାଗି ଯାଇଥିବା ଦୁଇ ସାଙ୍ଗଙ୍କ ଏମିତି ଅକାଳ ମୃତ୍ୟୁ ହେବ। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ଲିହେରି ଗ୍ରାମର ତିନି ଜଣ ଯୁବକ ବାଇକ ଯୋଗେ କିଲାବାଡ଼ି ଗ୍ରାମକୁ ଏକ ଶୁଦ୍ଧିକ୍ରିୟା ଭୋଜିକୁ ଯାଇ ଘରକୁ ଫେରୁଥିବା ସମୟରେ ଡବେରି ଠାରେ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଯୁବକଙ୍କୁ ଦାରିଙ୍ଗବାଡି ହସ୍ପିଟାଲକୁ ଅଣାଯିବା ପରେ ଡାକ୍ତର ବାଳକୃଷ୍ଣ ମଲିକ ଓ ମନିଲ ପ୍ରଧାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଯୁବକ ଏବେ ବି ଗୁରୁତର ଅଛନ୍ତି। ତେବେ ଦୁର୍ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍‌।

 (ରିପୋର୍ଟ- ଅଜିତ ନାୟକ, ବାଲିଗୁଡ଼ା)

Road Accident
Advertisment
Advertisment