• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାର ଭିତରେ ଜୀଅନ୍ତା ଜଳିଗଲେ ପତ୍ନୀ । ବାହାରୁ ଛିଡ଼ା ହୋଇ ଦେଖୁଥିଲେ ପତି । ସବୁ ଦେଖୁଥିଲେ ମଧ୍ୟ କରିପାରିନଥିଲେ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୟା ଜିଲ୍ଲା ଟିକାରି କୁର୍ଥା ରୋଡ୍‌ରେ । ତେବେ ପୁରା ଘଟଣାଟି ହେଲା କାର୍ ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ଜଳିଗଲା । ହେଲେ ଦୁର୍ଗାଗ୍ୟ ବଶତଃ ସେଥିରେ ବସିଥିଲେ ଜଣେ ମହିଳା ।

ନିଆଁ ଲାଗିବ କାରଣରୁ କାର୍‌ ଡୋର ଆଉ ଖୋଲି ନଥିଲା । ଫଳରେ ତାଙ୍କ ସ୍ୱାମୀ କାର୍ ବାହାରେ ଥାଇ ଯେତେ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ବେଳକୁ ବେଳ କାର ନିଆଁ ଅଧିକ ହେଉଥିବାରୁ ସ୍ୱାମୀ କାର୍ ପାଖକୁ ଯିବା ପାଇଁ ମଧ୍ୟ ଭୟ କଲେ । କାରଣ ନିଆଁ ଯୋଗୁଁ କାର୍‌ ବିସ୍ଫୋରଣ ହେବାର ବି ସମ୍ଭାବନା ରହିଥିଲା । ଏହି ଘଟଣା ଘଟିଛି ଗତ ଗୁରୁବାର ରାତିରେ ।

କାର୍‌ ଭିତରେ ଜୀଅନ୍ତା ଜଳି ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଉଛନ୍ତି ସଙ୍ଗିତା ଦେବୀ । ସେ ତାଙ୍କ ସ୍ୱାମୀ ରାମ କୁମାରଙ୍କ ସହ କୁର୍ଥା ରୋଡ୍ ନିକଟସ୍ଥ ମାଉ ଗାଁକୁ ଯାଉଥିଲେ । ହଠାତ୍ ସେମାନେ ଏକ ଦୁର୍ଘଟଣାର ସମ୍ମୁଖୀନ ହେଲେ । ଏକ ବ୍ରିଜ୍‌ ଉପରେ ଯାଉଥିବା ବେଳେ କାର୍‌ ଉପରେ ତାଙ୍କର କଣ୍ଟ୍ରୋଲ ରହିନଥିଲା । ତାପରେ କାର୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ସେଥିରେ ନିଆଁ ଲାଗିଯାଇଥିଲା ।

ରାମ କୁମାର ନିଜ ପାଖ ଡୋର ଖୋଲି ତୁରନ୍ତ ବହାରକୁ ଆସିଥିଲେ । କିନ୍ତୁ ତାଙ୍କ ପତ୍ନୀ ବସିଥିବା ପାଖ ଡୋର ଖୋଲିନଥିଲା । ରାମ କୁମାର ତୁରନ୍ତ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ । ଆଉ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ କାର୍ ଭିତରେ ଥିବା ମହିଳାଙ୍କୁ ରକ୍ଷା କରିପାରିନଥିଲା । ମହିଳାଙ୍କ ମୃତଦେହକୁ ଗୟା ସ୍ଥିତ ଏକ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।