/odishatv-khabar/media/post_attachments/uploadimage/library/16_9/16_9_0/accident_1675310415.jpg)
accident
ଦୁର୍ଘଟଣା ନେଇଗଲା ଜୀବନ । ଘରକୁ ଫେରିବା ସମୟରେ ଛକି ବସିଥିଲା ମୃତ୍ୟୁ । ମଧ୍ୟପ୍ରଦେଶର ବୁରହାନପୁର(Burhanpur Road Accident )ରେ ବଡ ଧରଣର ଦୁର୍ଘଟଣା ଘଟିଛି। ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଶେଖପୁର ମଧ୍ୟରେ ବଡ଼ ଦୁର୍ଘଟଣା ଘଟିଛି । ଏକ ମିନି ଟ୍ରକ୍ ସହ ଆଉ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଅଟୋ ଓ ବୋଲେରୋ ପିକଅପ୍ ମୁହାଁମୁହିଁ ଧକ୍କା : ୪ ମୃତ, ୪ ଗୁରୁତର
ପୋଲିସ୍ ସୂଚନା ଅନୁସାରେ, ରାସ୍ତାର ଉଭୟ ପଟୁ ଆସୁଥିବା ଏକ ଆଖୁ ବୋଝେଇ ଟ୍ରକ୍ ସହ ଏକ ଶ୍ରମିକ ବୋଝେଇ ମିନି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୨ ନାବାଳିକା ଓ ଜଣେ ମହିଳା ଥିବେ ଜଣାଯାଇଛି । ସେହିପରି ଦୁର୍ଘଟଣାରେ ଗୁରୁତର ୮ ଜଣଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛି । ସ୍ଥାନୀୟ ଲୋକଙ୍କ ଖବର ପାଇବା ପରେ ଖକନାର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣାରେ ଆହତ ଓ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଚଳିତ ବର୍ଷ ବୁରହାନପୁର ଜିଲ୍ଲାରେ ଏହା ସବୁଠାରୁ ବଡ ଦୁର୍ଘଟଣା ବୋଲି କୁହାଯାଉଛି । ଏଥି ସହିତ ସରକାରୀ ନିୟମ ଅନୁଯାୟୀ ମୃତ ଲୋକଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବ। ଏହି ଘଟଣାରେ ସ୍ଥାନୀୟ ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)