ଡିଭାଇଡରରେ ପିଟି ହୋଇ ଜଳିଗଲା ବସ୍। ରୋଗୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଜଳି ଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ଫାଲ୍ପାଦୁ ନିକଟରେ ଆଜି ଭୋର ୫ଟାରେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ବେଳେ ବସ୍ରେ ପ୍ରାୟ ୨୦ ଜଣ ରୋଗୀ ଥିଲେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା କୁହୁଡି ଠାରେ ଥିବା ସାଇ ସେବା ସଦନ ହସ୍ପିଟାଲ୍ରୁ ପ୍ରାୟ ୨୦ ଜଣ ରୋଗୀଙ୍କୁ ନେଇ ଯାଉଥିବା ବସ୍ଟି ଫାଲ୍ପାଦୁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ବସ୍ଟି ଜଳି ଯାଇଥିଲା। ବସ୍ଟି ରୋଗୀଙ୍କୁ ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।
Also Read
ଖବରପାଇ ବାଣିଗୋଚ୍ଛା ପୋଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସ୍ରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇ ବାଣିଗୋଚ୍ଛା ଓ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠା ଯାଇଛି। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଅଘଟଣ ପରେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ଥିବାବେଳେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।