• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ। କେନାଲ ତଳକୁ ବାଇକ୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲା ହାତୀବାରି ନିକଟ ଦେଓ କେନାଲରେ ଏହି ଅଭାବନୀୟ ଘଟଣା ଘଟିଛି। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଆହତଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ହାତୀବାରି ଗାଁରୁ ଯାତ୍ରା ଦେଖି ୪ ଜଣ ଯୁବକ ଏକ ବାଇକ୍‌ରେ ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇବା ଯୋଗୁ ହାତୀବାରି ହୁଡ଼ିସାହି ନିକଟରେ ଥିବା ଦେଓ କେନାଲ ତଳକୁ ବାଇକ୍‌ ଖସି ପଡ଼ିଥିଲା।

ଫଳରେ ପାଣିରେ ବୁଡ଼ି ୪ ଜଣ ଯୁବକଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲେ।

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now