ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।
ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।
ଆଜି ବି ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ଜାରି କରିଛି ୱାର୍ଣ୍ଣିଂ । ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।
ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।
ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।
ଗତକାଲି ରାଜ୍ୟର ୨୪ ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଦିନ ୧୧.୩୦ ସୁଦ୍ଧା କେବଳ ରାଜଧାନୀ ତାପମାତ୍ରା ୪୦ ଡିଗ୍ରୀ ଟପି ଯାଇଥିଲା ।
୨୧ ଯାଏଁ ନିଦାଘରୁ ନିସ୍ତାର ନାହିଁ: ପାଣିପାଗ ବିଭାଗ । ଅସହ୍ୟ ଗୁଳୁଗୁଳିରେ ଡାକ୍ତରଖାନାରେ ଛଟପଟ ରୋଗୀ, ସଂପର୍କୀୟ ।
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।
ଜଙ୍ଗଲ ଭିତର ଦେଇ ବୋହି ଯାଇଥିବା ଝରଣା ଶୁଖିଗଲାଣି ।
ପାଣି ଅଭାବରୁ ହାତୀ ମୃତ୍ୟୁ ଘଟଣାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସେ କହିଛନ୍ତି, ହାତୀ ମରିଥିବା ଅଞ୍ଚଳରେ ୩ଟି ପୋଖରୀରେ ପାଣି ଅଛି।
ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତାଠାରୁ ଅଧିକ ରହିବ।
ରାଜଧାନୀରେ ପୁଣି ତାତିର ପ୍ରକୋପ । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୧.୬ ଡିଗ୍ରୀ ।
ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।
କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆସନ୍ତା ୧୮, ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ ।
ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।
ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ SRC । ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ।
ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କଲା ରାଜସ୍ୱ ବିଭାଗ । ଗ୍ରୀଷ୍ମ ପ୍ରବାହ ସହ ଦାଉ ସାଧୁଛି ଜଳକଷ୍ଟ ।
ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ପାର୍ କଲା ତାପମାତ୍ରା । ଭୁବନେଶ୍ୱର, ଚାନ୍ଦବାଲି ଓ ହୀରାକୁଦରେ ୪୦ ଉପରେ ଆଜି ରହିଥିଲା ପାରଦ । ଗଲା ଦୁଇ ଦିନ ଭଳି ଆଜି ବି ପ୍ରଚଣ୍ଡ ତାତିରେ ସିଝିଛି ସାରା ଓଡ଼ିଶା
ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା ।
କାହା ମୁଣ୍ଡରେ ଓଦା କପଡା ତ କାହା ମୁଣ୍ଡରେ ଛତା । କଳା ଚଷମା ଓ ରୁମାଲଟିଏ ନବାନ୍ଧିଲେ ଖରାରେ ମୁହଁ କାଢିବା ମୁସ୍କିଲ । ଡହ ଡହ ଖରାରେ କାନ ମୁଣ୍ଡ ଝାଇଁ ମାରିଯାଉଛି । ଝାରସୁଗୁଡାରେ ଦିନ ୧୧ଟା ନହେଉଣୁ କଲବଲ କରିଛି ତାତି । ଆଉ ୨ଟା ବେଳକୁ ପାରଦ ୪୨ ଡିଗ୍ରୀ ପାର୍ । ଝାରସୁଗୁଡା ଭଳି ସମ୍ବଲପୁରରେ ବି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଲୋକେ ଘରୁ ପାଦ କାଢିବାକୁ ଡରିଲେଣି । ତତଲାଗଡ ଟିଟିଲାଗଡରେ ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ । ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିପବନ ବସେଇ ଉଠେଇ ଦେଉନି । ବାରିପଦାରେ ବି ମୁଣ୍ଡଫଟା ଖରା । ହଠାତ୍ ତାପମାତ୍ରାରେ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।
ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨ ଦଶମିକ ୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।