Advertisment

ଘଡ଼ଘଡ଼ି ସହ ବର୍ଷା ହେବ, ୫୦ କିମି ବେଗରେ ପବନ ବହିବ

୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି। ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Rainfall Alert

କାଳବୈଶାଖୀ ବର୍ଷା

ତାତିରେ ଲାଗିଲା ବ୍ରେକ୍। ଆଶ୍ୱସ୍ତ ଉପକୂଳରୁ ଉପାନ୍ତ। ଗତକାଲି ସାରା ରାଜ୍ୟରେ ଅଗ୍ନିବର୍ଷା ହୋଇଥିବା ବେଳେ ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଥଣ୍ଡା ପବନ ଯୋଗୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏପରିକି ରାଜଧାନୀ ଭୁବନେଶ୍ବରରେ ଗତକାଲି ତୁଳନାରେ ପାରଦ ପାଖାପାଖି ୭ ଡିଗ୍ରୀ ଖସିଛି। ଆଜି ରାଜ୍ୟରେ କେଉଁଠି ବି ତାପମାତ୍ରା ୪୦ ଉପରକୁ ଯାଇନାହିଁ।

Advertisment

ଗତକାଲି ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ମାଡ଼ରେ ଅସ୍ତବ୍ୟସ୍ତ ଜୀବନ। ଆଉ ଆଜି ହଠାତ୍ ମେଘାଛନ୍ନ ଆକାଶ, ଥଣ୍ଡା ପବନ ସାଙ୍ଗକୁ କାଁ ଭାଁ ଝିପଝିପି ବର୍ଷା। ୪୩ ଡିଗ୍ରୀ ସେଲସିଅସ୍ ସହ ଗତକାଲି ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଥିଲା ସେଇଠି ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ତାପମାତ୍ରା ଖସି ଆସିଥିଲା ୨୯ ଡିଗ୍ରୀକୁ। କେବଳ ରାଜଧାନୀ ନୁହେଁ ବରଂ ରାଜ୍ୟର ଅନ୍ୟାନ୍ୟ ସହରରେ ମଧ୍ୟ ତାପମାତ୍ରା ଗତକାଲି ଅପେକ୍ଷା ଢେର କମ ରେକର୍ଡ ହୋଇଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଗତକାଲି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ୪୨.୮ ଡିଗ୍ରୀ ଥିବା ବେଳେ ଆଜି ୩୭.୬ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲି, ବାଲେଶ୍ୱର, ସମ୍ବଲପୁରକେନ୍ଦୁଝର ଭଳି ସହର ଯେଉଁଠି ଗତକାଲି ଅଗ୍ନିବର୍ଷା ହେଉଥିଲା ଆଜି ପାଗରେ ଢେର୍ ପରିବର୍ତ୍ତନ ହୋଇଛି। ଫଳରେ ପ୍ରାୟ ଦୁଇ ସପ୍ତାହ ହେଲା ଗୁଳୁଗୁଳି ଓ ଝାଞ୍ଜି ମାଡ଼ରେ ଅସ୍ତବ୍ୟସ୍ତ ଜନସାଧାରଣ ସାମୟିକ ଆଶ୍ୱସ୍ତି ଲାଭ କରିଛନ୍ତି।

Advertisment

ଅଚାନକ ପାରଦ ଏପରି ଖସିବା ନେଇ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେଇଛି। ଯାହାଫଳରେ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଜଳୀୟ ବାଷ୍ପ ଆସୁଛି। ଏହା ସହ ବାୟୁମଣ୍ଡଳ ଉପରି ଭାଗରେ ଏକ ଟ୍ରାପ୍ ଲାଇନ୍ ରହିଛି। ଉଭୟ ଟ୍ରାପ୍ ଲାଇନ୍ ଏବଂ ଜଳୀୟବାଷ୍ପ ମିଶ୍ରିତ ହୋଇ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା କରାଇବାରେ ସହାୟକ ହେବ। ବର୍ଷାର ପରିମାଣ ଆସନ୍ତାକାଲିଠାରୁ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ସାଙ୍ଗକୁ ୪୦ ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ରିପୋର୍ଟ: ପି. ଗୋବିନ୍ଦ ରାଜୁ ସୁବୁଦ୍ଧି

Jujumara Station Heat Wave Weather Update
Advertisment
Advertisment