Advertisment

ଆସିବ କି ଖରାଦିନିଆ ବାତ୍ୟା ? ମେ' ପ୍ରଥମ ସପ୍ତାହରୁ ଆସୁଛି ଲଘୁଚାପ

ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ପ୍ରାକ୍ ମୌସୁମୀ ସମୟର ମେ ଓ ମୌସୁମୀ ପରବର୍ତ୍ତୀ ନଭେମ୍ବର ମାସ ହେଉଛି ବାତ୍ୟାର ସବୁଠୁ ପ୍ରକୃଷ୍ଟ ସମୟ। ଏପରିକି ମେ ରେ ଫନି, ୟଶ, ଅମ୍ପନ ଭଳି ବାତ୍ୟା ରାଜ୍ୟକୁ ଲଗାତର ଭାବେ ପ୍ରଭାବିତ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Weather Update

Weather Update

ବାତ୍ୟା ମାସ ମେ' ରେ ଆସୁଛି ଲଘୁଚାପ। ମେ ୫ ତାରିଖ ପାଖାପାଖି ଦକ୍ଷିଣ  ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପରେ ଅବପାତରେ ପରିଣତ ହେବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ହେଲେ ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ବର୍ତ୍ତମାନ ଆକଳନ ଅନୁସାରେ ଏହା ଓଡ଼ିଶାକୁ ପ୍ରଭାବ ପକାଇବନି ବୋଲି ବି ଆଇଏମଡି ଡିଜି କହିଛନ୍ତି। ତେବେ ଲଘୁଚାପ ପୂର୍ବରୁ ପୁରା ରାଜ୍ୟରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆକଳନ କରିଛି ଆଇଏମଡି।

Advertisment

ଆସିବ କି ଖରାଦିନିଆ ବାତ୍ୟା ? ମେ' ପ୍ରଥମ ସପ୍ତାହରୁ ଆସୁଛି ଲଘୁଚାପ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗରରେ ଏବେ ଏକ ଲଘୁଚାପ କ୍ଷେତ୍ର ଦାନା ବାନ୍ଧୁଛି। ମେ' ୫ ତାରିଖ ପାଖାପାଖି ଏହା ଲଘୁଚାପ ଓ ପରେ ଅବପାତର ରୂପ ନେଇ ପାରେ। ହେଲେ ପହିଲା ବେଳକୁ ଏନେଇ ସ୍ପଷ୍ଟ ଚିତ୍ର ମିଳିପାରେ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଅବପାତଟି ବାତ୍ୟାରେ ପରିଣତ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ଗତିବିଧିରେ ସ୍ପଷ୍ଟତା ଆସିବ। ତେବେ ବର୍ତ୍ତମାନର ଆକଳନ ଅନୁଯାୟୀ ଏହାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି।

ସାଧାରଣତଃ ପ୍ରାକ୍ ମୌସୁମୀ ମାସ ଏପ୍ରିଲ, ମେ, ଜୁନ୍ ଓ ମୌସୁମୀ ପରବର୍ତ୍ତୀ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ। ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ପ୍ରାକ୍ ମୌସୁମୀ ସମୟର ମେ ଓ ମୌସୁମୀ ପରବର୍ତ୍ତୀ ନଭେମ୍ବର ମାସ ହେଉଛି ବାତ୍ୟାର ସବୁଠୁ ପ୍ରକୃଷ୍ଟ ସମୟ। ଏପରିକି ମେ ରେ ଫନି, ୟଶ, ଅମ୍ପନ ଭଳି ବାତ୍ୟା ରାଜ୍ୟକୁ ଲଗାତର ଭାବେ ପ୍ରଭାବିତ କରିଛି। ତେଣୁ ଏଇ ମାସରେ ଆସୁଥିବା ଲଘୁଚାପ କାଳେ ବାତ୍ୟାକୁ ବଦଳିଯିବ ସେଇ ଆଶଙ୍କା ଘାରିଛି।

Advertisment

ଲଘୁଚାପ ପୂର୍ବରୁ ଆସନ୍ତା ୩ରୁ ୫ଦିନ ଯାଏଁ ଓଡିଶା ସମେତ, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାରରେ ତାପମାତ୍ରା ବଢିବା ସହ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେବେ ମେ ମାସରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Weather Update
Advertisment
Advertisment