• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷୀଙ୍କ ପାଇଁ ଖୁସି ଖବର । କେରଳ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଉଁଥିବା ଏବର୍ଷ ସାମାନ୍ୟ ବିଳମ୍ବ ହୋଇଛି । ଫଳରେ ପ୍ରାୟ ୧ ସପ୍ତାହ ବିଳମ୍ବରେ ତଥା ଜୁନ୍‌ ୮ରେ ମୌସୁମୀ କେରଳ ଛୁଇଁଛି ।

ବିଳମ୍ବରେ ଛୁଇଁବ ଓଡ଼ିଶା !

କେରଳକୁ ମୌସୁମୀ ଛୁଇଁଥିବା ବେଳେ ଓଡ଼ିଶାକୁ ବିଳମ୍ବରେ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନୀ । କାରଣ କେରଳକୁ ବିଳମ୍ବରେ ଛୁଇଁଥିବାରୁ ଓଡ଼ିଶାକୁ ମଧ୍ୟ ବିଳମ୍ବରରେ ଆସିପାରେ ବୋଲି କୁହାଯାଉଛି ।

ସାଧାରଣତଃ କେରଳ ଛୁଇଁବାର ଏକ ସପ୍ତାହ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ । ଫଳରେ ମୌସୁମୀ ଜୁନ୍‌ ୧୬ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି । ତେବେ କେବେ ଓଡ଼ିଶା ଛୁଇଁବ ମୌସୁମୀ ନିର୍ଦ୍ଦିଷ୍ଟ ଭାବେ ଆକଳନ ହୋଇନି ।

 ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ପ୍ରାକ୍‌ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ପ୍ରାକ୍‌ ମୌସୁମୀ ବର୍ଷା ହୋଇ ନ ଥିବାରୁ ବିହନ ଅନୁକୂଳ ହୋଇ ନାହିଁ ।

ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରିଥିଲେ IMD ଡିଜି ।

ସୂଚନାଯୋଗ୍ୟ ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା।