Advertisment

ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା !

ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହି ବାତ୍ୟାର ନାଁ ରହିବ 'ବିପର୍ଯ୍ୟୟ'।

author-image
Chandan Shishu
ଅଦ୍ୟତନ ହୋଇଛି
within 24 hours Low-pressure area to intensify over Arabian Sea

within 24 hours Low-pressure area to intensify over Arabian Sea

ଆରବ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା। ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ସକାଳେ ଅବପାତର ରୂପ ନେଇଛି। କାଳକ୍ରମେ ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ବାତ୍ୟା ରୂପ ନେବ। ବାତ୍ୟା ରୂପ ନେଇ ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି। ତେବେ ବାତ୍ୟାଟି କେଉଁଠି ସ୍ଥଳଭାଗ ଛୁଇଁବ, ଏଯାଏ ସ୍ପଷ୍ଟ ହୋଇନି। ତେବେ ଏହା ଗୋଆଠୁ ୯୨୦ କିମି ଓ ମହାରାଷ୍ଟ୍ରଠୁ ୧୦୨୦ କିମି ଦୂରରେ ରହିଛି। 

Advertisment

ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହି ବାତ୍ୟାର ନାଁ ରହିବ ବିପର୍ଯ୍ୟୟ। ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି।  ତେବେ ଅନେକ ମଡେଲରେ ଦେଶର ପଶ୍ଚିମ ଉପକୂଳ ଯିବା ନେଇ ସୂଚନା ଦେଉଛି। ସ୍କାଏ ମେଟ୍‌ ସମେତ କିଛି ପାଣିପାଗ ସଂସ୍ଥାର ମଡେଲ ପ୍ରଥମେ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଓମାନ ଓ ୟେମେନ୍‌କୁ ଯିବାର ସମ୍ଭାବନା ରହିଛି।  ତେବେ ଲ୍ୟାଣ୍ଡଫଲ୍‌ ନେଇ ଭାରତୀୟ ପାଣିପାଗ ବିଭାଗ କିଛି କହିନି।  

Advertisment

ତେବେ ବାତ୍ୟା ଦ୍ୱାରା ମୌସୁମୀ ମୁମ୍ବାଇରେ ପହଞ୍ଚିବା ପାଇଁ ସହଜ ହେବ। ତେବେ ଆସନ୍ତା ୮ରୁ ୧୦ ପର୍ଯ୍ୟନ୍ତ କର୍ଣ୍ଣାଟକରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପିଥିବା ସମୁଦ୍ର ଅଶାନ୍ତ ରହିବ। ସେହିପରି ୯ରୁ ୧୧ ପର୍ଯ୍ୟନ୍ତ ଗୁଜରାଟ ନିକଟବର୍ତ୍ତୀ ସମୁଦ୍ର ଅଶାନ୍ତ ରହିବ। 

Cyclone Alert Sea Level
Advertisment
Advertisment