/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686366266.jpg)
Very severe Cyclone Biparjoy to intensify in next 24 hours
ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ବାତ୍ୟା 'ବିପର୍ଯ୍ୟୟ' କ୍ରମେ ଘନୀଭୂତ ହେବାରେ ଲାଗିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ଏହି ବାତ୍ୟା। ଏହା ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି। କ୍ରମେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।
ବାତ୍ୟା 'ବିପର୍ଯ୍ୟୟ' ଏବେ ଗୋଆଠୁ ୭୨୦ କି.ମି., ମୁମ୍ବାଇ ଠାରୁ ୭୨୦ କି.ମି., ପୋରବନ୍ଦରଠୁ ୭୪୦ କି.ମି., କରାଚିଠୁ ୧୦୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି।
VSCS BIPARJOY at 2330 hrs IST of 09th June over eastcentral Arabian Sea near lat 16.0N & long 67.4E. Likely to intensify further & move north-northeastwards during next 24hrs. for details visit: https://t.co/EGetkpfIzSpic.twitter.com/gzIdXrzhGT
— India Meteorological Department (@Indiametdept) June 9, 2023
ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି। ଏଥିସହ ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ଗୁଜରାଟକୁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ବାତ୍ୟା ‘ବିପର୍ଯ୍ୟୟ’ କେଉଁଠି ଲ୍ୟାଣ୍ଡ୍ଫଲ୍ କରିବ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। ‘ବିପର୍ଯ୍ୟୟ’ ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)