ପାହାଡ଼ରେ ତୁଷାରପାତ ହେତୁ ଉତ୍ତର ଭାରତର ଅନେକ ସହରରେ ଶୀତଳ ପ୍ରକୋପ। ଏହି କାରଣରୁ ଦିଲ୍ଲୀ ସମେତ ଅନେକ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଡିସେମ୍ବର ୨୧ପର୍ଯ୍ୟନ୍ତ ଉତ୍ତର ଭାରତର ଅନେକ ସହରରେ ଥଣ୍ଡା ଆହୁରି ଥରାଇବ ବୋଲି ପାଣିପାଗ ବିଭାଗ କହିଛି ।
ଓଡ଼ିଶାରେ ବି ପଡ଼ୁଛି ବରଫ... ହଁ ଦାରିଙ୍ଗବାଡ଼ିରେ ଏ ବର୍ଷର ପ୍ରଥମ ତୁଷାରପାତ ହେଇଛି.. ଏଇ ଶୀତରେ ଯଦି କୁଆଡ଼େ ବୁଲାବୁଲି ପାଇଁ ଚିନ୍ତା କରୁଛନ୍ତି.. ତା’ହେଲେ ଦାରିଙ୍ଗବାଡ଼ି ଆଡ଼େ ଟିକେ ମାଡ଼ିଯାଆନ୍ତୁ.. ଆପଣଙ୍କୁ ନିଶ୍ଚୟ କାଶ୍ମୀର କାଶ୍ମୀର ଫିଲ୍ ହେବ..
ଜାଡ଼ରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତର ସବୁଠି କୋହଲା ପବନ ସାଙ୍ଗକୁ ତଳମୁହାଁ ପାରଦ । ଏପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା, କୋଇଡା ଓ କଲମଙ୍ଗ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।
ଓଡ଼ିଶାବାସୀଙ୍କୁ ଥରାଉଛି ଶୀତ । ସକାଳ କୁହୁଡ଼ି ଓ କୋହଲା ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି ।
ଆରମ୍ଭ ହୋଇଛି ଶୀତର ରାଜୁତି । ଘନ କୁହୁଡି ସହ ଶୀତରେ ଥରୁଛି ସାରା ଓଡ଼ିଶା । ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ ।
ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି ।
ଆଗାମୀ ୪ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନର ରାତ୍ରୀ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ମୟୂରଭଂଜ ଜିଲ୍ଲା କରଞ୍ଜିଆରେ ପାରଦ କେତେ ରହିଛି, କିଭଳି ଜାଡ଼ ପଡୁଛି, ସେ ନେଇ ଦେଖନ୍ତୁ ଏ ଭିଡିଓ..
ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ ।
ଆଜିଠୁ ଆହୁରି ବଢିବ ଥଣ୍ଡା। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଆସନ୍ତା ୫ ଦିନ ଯାଏଁ ଜାଡ଼ ମାଡ଼ରେ ଜଡ଼ସଡ଼ ହେବ ସାରା ଓଡ଼ିଶା। ଜୟପୁରରେ କେମିତି ରହିଛି ଶୀତ ଦେଖନ୍ତୁ ଏ ଭିଡିଓ
ବଢ଼ିବ ଥଣ୍ଡା । ସକାଳୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜି ଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ।
ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧ ଦଶମିକ ୫ରୁ ୩ ଡିଗ୍ରୀ ଯାଏ ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦ ଦଶମିକ୨ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି ରାତିର ତାପମାତ୍ରା।
ଜାଡ଼ରେ ଥରୁଛି ସାରା ଓଡ଼ିଶା.. କିଛି ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡ଼ି ଦେଖିବାକୁ ମିଳୁଛି.. ଆଗକୁ କେମିତି ପାଣିପାଗ ରହିବ ଜାଣନ୍ତୁ..
ବାଲେଶ୍ୱରରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବଢ଼ିଛି। ଆକାଶ ମେଘୁଆ ଥିଲେ ବି ଶୀତର ପ୍ରଭାବ ରହିଛି। ସ୍ଥାନୀୟ ଲୋକଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର...
ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦେଖନ୍ତୁ କଟକରେ କେମିତି ଚାଲିଛି ଶୀତବସ୍ତ୍ରର ବ୍ୟବସାୟ ଏହି ରିପୋର୍ଟରେ...
ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ। ଆସନ୍ତା ୪୮ ଘଣ୍ଟାରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା
ଆଜିଠୁ କମିପାରେ ବର୍ଷାର ପରିମାଣ । ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଢିପାରେ ଶୀତ । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ ।
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ତେବେ ୩ରୁ ୪ ଦିନ ପରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଣି ଜମି ରହିଥିବାର ମଧ୍ୟ ଖବର ଆସିଛି । କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତରରେ ମଧ୍ୟ ବର୍ଷା ସାଙ୍ଗକୁ କୋହଳା ପାଗ ସୃଷ୍ଟି ହୋଇଛି ।
ବଣାଇରେ କେମିତି ରହିଛି ଶୀତର ପ୍ରଭାବ ଦେଖନ୍ତୁ ଏହି ଭିଡିଓରୁ ।
ବର୍ଷା ଛାଡିଲା ପରେ ରାଜ୍ୟରେ ବଢିଛି ଶୀତ । ଟିଟିଲାଗଡରେ ଆରମ୍ଭ ହୋଇଛି ଶୀତ । ଘନ ଘନ କୁହିଡି ଯୋଗୁ ରାସ୍ତା ଘାଟ ଠିକ ଭାବରେ ଦୃଶ୍ୟମାନ ମଧ୍ୟ ହେଉନାହିଁ । ଆଉ ଏହି ଶୀତର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ଶୁଣନ୍ତୁ ଶୀତକୁ ନେଇ କଣ ରହିଛି ଲୋକଙ୍କ ପ୍ରତିକ୍ରିୟା ।
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଚାଷୀ କାଟିଥାନ୍ତା ଫୁଲକୋବି। ଦୁଇ ପଇସା ପାଇଥାନ୍ତା, ମାସ ମାସ ଧରି ଯେଉଁ ରକ୍ତ ନିଗାଡ଼ିଥିଲା ତାହାର ମୂଲ୍ୟ ପାଇଥାନ୍ତା। କିନ୍ତୁ ସବୁକିଛି ବିଗିଡ଼ି ଗଲା। କୋବି ବାଡ଼ିରେ ଏବେ ଆଣ୍ଠୁଏ ପାଣି।
ଆସନ୍ତାକାଲିଠୁ ଶୁଖିଲା ପାଗ। ଜୱାଦ୍ ପ୍ରଭାବରେ ଉପକୂଳ ତଥା ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ରହିଛି। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା।
୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।