• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଦିନରେ ବି ଶୀତର ପ୍ରକୋପ

  • ଅଜି ଠାରୁ ଆସନ୍ତା ୨୪ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଜାଡ଼ ମାଡ଼ରେ କମ୍ପନ । ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ସକାଳଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାରେ ତୀବ୍ର ଶୀତ ଲହରୀର ସମ୍ଭାବନା ଥିବାରୁ ଏହି ୭ଟି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ତେବେ ଶୀତର ପ୍ରଭାବ ଆଗାମୀ ୨ରୁ ୩ ଦିନ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । କିଛି ଜିଳ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୁତ ହେବ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଏବେ ବଢ଼ିଛି ଶୀତ । ପାଣିପାଗ ବିଭାଗ ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଦେଇଛି । ପାହାଡିଆ ଅଞ୍ଚଳ ସାଙ୍ଗକୁ ଖଣି ଅଞ୍ଚଳ ହୋଇଥିବାରୁ ଜାଡରେ ଥରୁଛି ସମଗ୍ର ଜିଲ୍ଲା । ହାଡ଼ ଭଙ୍ଗା ଜାଡ଼ରେ ଅସହାୟ, ବେସାହାରାଙ୍କ ଦୁଖ ଦ୍ୱିଗୁଣିତ ହେଉଛି । ରାସ୍ତାକଡ, ଫୁଟପାଥ, ବସ ଷ୍ଟପ, ରେଲୱେ ଷ୍ଟେସନରେ ଶୀତ କାକରରେ ଜୀବନ କାଟୁଛନ୍ତି ।

ବିର୍ଷା ମୁଣ୍ଡା ଛକ ନିକଟରେ ଥିବା ବସ ଷ୍ଟପରେ ଅତି ଦୟନୀୟ ଅବସ୍ଥାରେ ଶୋଇଛନ୍ତି ଲୋକେ । କେବଳ ସେତିକି ନୁହେଁ ବିର୍ଷା ମୁଣ୍ଡା ଛକରୁ ପ୍ଳାଣ୍ଟସାଇଡ ଛକ ଯାଏଁ ଗରିବ ଲୋକେ ରାସ୍ତା କଡରେ ଶୋଇଛନ୍ତି । ପୁଣି ଘରୋଇ ବସ ଷ୍ଟାଣ୍ଡରେ ମଧ୍ୟ ସମାନ ଚିତ୍ର ଦେଖିବକା ମିଳିଥିଲା । କୁକୁର ମଣିଷ ଗୋଟିଏ ସ୍ଥାନରେ ଶୋଉଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ରାତ୍ରୀ ଆଶ୍ରୟସ୍ଥଳୀ ମଧ୍ୟ କରାଯାଇଛି । ତେବେ ରାତ୍ରୀ ଆଶ୍ରୟସ୍ଥଳୀ କାହା ସ୍ୱାର୍ଥରେ ତାହା ଅସ୍ପଷ୍ଟ ।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ମଧ୍ୟ ଶୀତ ପ୍ରକୋପ ବଢିବାର ଲାଗିଛି । ଦୁଇ ଦିନ ହେଲା ଏପରି ଶୀତ ହେଉଛି ଯେ, ବାହାରିବା ମୁସ୍କିଲ ହୋଇ ପଡୁଛି । ରାତିରେ ତାପମାତ୍ରା ବଢୁ ଥିବାରୁ ରାତି ୮ଟା ନହେଉଣୁ ବ୍ୟବସାୟ ସବୁ ଠପ ହୋଉ ଯାଉଛି । ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଶୀତରୁ ରକ୍ଷା ପାଇଁ ମର୍ଣ୍ଣିଂ ଓ୍ୱର୍କ କରୁଛନ୍ତି ଲୋକେ । ସେପଟେ ରାସ୍ତାକଡ଼ ଚା ଦୋକାନରେ ସକାଳୁ ସକାଳୁ ଭିଡ଼ ବି ଜମୁଛି ।