• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତରେ ଏବେ ଶୀତଋତୁ ଚାଲିଛି। ସାରାଦେଶ ଶୀତରେ ଥରୁଥିବା ବେଳେ ବର୍ଷାର ଆଗମନ ଲୋକଙ୍କୁ ଚିନ୍ତାରେ ପକେଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ରବିବାର ବର୍ଷା ହୋଇଥିଲା। ସାଧାରଣତଃ, ପ୍ରତିବର୍ଷ ଡିସେମ୍ବର ମାସର ଶେଷ ସପ୍ତାହରେ ବର୍ଷା ଦେଖାଯାଏ, ଯେତେବେଳେ ପାଗ ଅଧିକ ଥଣ୍ଡା ହୋଇଥାଏ। ଏବେ ପାହାଡ ଉପରେ ତୁଷାରପାତ ହେଉଛି ଏବଂ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି। ଉଲ୍ଲେଖଥାଉ କି ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ଜାଣିବା ପାଣିପାଗ ଉପରେ ବର୍ଷାର ପ୍ରଭାବ କ’ଣ?

ଯଦିଓ ଶୀତଦିନେ ବର୍ଷା ହେବା ଏକ ସାଧାରଣ କଥା, କିନ୍ତୁ ବାରମ୍ବାର ବର୍ଷା ହେବା ଶୁଭ ଲକ୍ଷଣ ନୁହେଁ। ପାଣିପାଗ ବିଜ୍ଞାନ ଅନୁଯାୟୀ ପାଶ୍ଚାତ୍ୟ ବିଶୃଙ୍ଖଳା ହେତୁ ଏପରି ହୋଇଥାଏ। ଏହା ଭାରତୀୟ ଉପମହାଦେଶର ଉତ୍ତର ଅଞ୍ଚଳରେ ଏକ ଶୀତ ଦିନରେ ଆସୁଥିବା ଏକ ଝଡ, ଯାହା ସମୁଦ୍ରରୁ ଆର୍ଦ୍ରତା ସଂଗ୍ରହ କରି ବର୍ଷା କିମ୍ବା କୁଆପଥର ଆକାରରେ ଭାରତ, ପାକିସ୍ଥାନ ଏବଂ ନେପାଳର ଉତ୍ତର ଭାଗକୁ ଆଣିଥାଏ।

ଏହି ଅଳ୍ପ କିଛି ଅଞ୍ଚଳରେ ମହାସାଗରର ଆର୍ଦ୍ରତାର ପ୍ରଭାବ କାହିଁକି ହୁଏ ଏହାର ମଧ୍ୟ କାରଣ ଅଛି। ନିମ୍ନ ଚାପର ସାଇକ୍ଲୋନିକ୍ ସିଷ୍ଟମ ପଶ୍ଚିମ ପବନ ମାଧ୍ୟମରେ ଭାରତରେ ପହଞ୍ଚେ । ଏହି ପବନକୁ ହିମାଳୟ ଅଟକାଇ ଥାଏ ଏବଂ ଏହା ହିମାଳୟ ଉପରେ ବର୍ଷା କିମ୍ବା ତୁଷାରପାତ ଆକାରରେ ବରଷିଯାଏ। କୃଷି କ୍ଷେତ୍ରରେ ଏହି ଝଡ଼ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଶେଷକରି ଉତ୍ତର ଭାରତରେ ଗହମ ପରି ରବି ଫସଲ ପାଇଁ ଏହି ଝଡର ଆବଶ୍ୟକ ଥାଏ। ଅବଶ୍ୟ, ଅଧିକ ବର୍ଷା କିମ୍ବା ତୁଷାରପାତ କାରଣରୁ ଡାଲି ଏବଂ ତେଲ ବିହନ ପରି ଫସଲ ନଷ୍ଟ ହୋଇଯାଏ।

ପାଶ୍ଚାତ୍ୟ ବିଶୃଙ୍ଖଳାରୁ ଏହି ଆର୍ଦ୍ରତା କ୍ରମାଗତ ବର୍ଷା କିମ୍ବା ବରଫ ଆକାରରେ ଦୃଶ୍ୟମାନ ହୁଏ। ଏନେଇ ପାହାଡର ଏହି ଦୃଶ୍ୟକୁ ଉପଭୋଗ କରିବା ନେଇ ପର୍ଯ୍ୟଟକମାନେ ପର୍ବତ ଉପରେ ପାଣିପାଗ ଉପଭୋଗ କରିବାକୁ ଆସିଥାନ୍ତି। ଏହି ସମୟରେ ପାଣିପାଗ ବିଭାଗ କ୍ରମାଗତ ଭାବରେ ଥଣ୍ଡା ବୃଦ୍ଧି ପାଇଁ ଚେତାବନୀ ଦେଉଛି। ଚଳିତ ବର୍ଷ ସାଧାରଣ ଶୀତ ଅପେକ୍ଷା ଅଧିକ ଥଣ୍ଡା ହେବାର ଚେତାବନୀ ଦିଆଯାଇଛି। ଚଳିତ ଥର ଅତ୍ୟଧିକ ଥଣ୍ଡା ହେବ, ଯାହା ମାର୍ଚ୍ଚ ପର୍ଯ୍ୟନ୍ତ ରହିବା ଅନୁମାନ କରାଯାଏ।

ତେବେ ପାଶ୍ଚାତ୍ୟର ଏହି ପ୍ରଭାବ କେବଳ ଉତ୍ତର ଭାରତରେ ଦୃଶ୍ୟମାନ ହେବାର ପ୍ରତ୍ୟକ୍ଷ କାରଣ ହେଉଛି ଏହାର ଭୌଗୋଳିକ ଅବସ୍ଥାନ। ଯେତେବେଳେ ହିମାଳୟକୁ ଧକ୍କା ଦେଇ ସ୍ଥିର ଆର୍ଦ୍ରତା ବରଫ କିମ୍ବା ଜଳ ଆକାରରେ ପଡ଼େ, ସେତେବେଳେ ଉତ୍ତର ଭାଗ ଏହାର ଅଧୀନକୁ ଆସେ। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଇଛନ୍ତି ଯେ ଚଳିତ ବର୍ଷ ଥଣ୍ଡା ଅଧିକ ହେବ।