• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଶୀତ ବଢିବାକୁ ଥିବାରୁ ୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୪ ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା,ବରଗଡ ଏବଂ କନ୍ଧମାଳ ଅର୍ଥାତ ଏହି ସବୁ ଜିଲ୍ଲାର ସ୍ଥାନେ ସ୍ଥାନେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ସେହିପରି କାଲି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଛି । ଅସହ୍ୟ ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିବା ସହ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି । ଦାରିଙ୍ଗ ବାଡ଼ିର ବିଭିନ୍ନ ସ୍ଥାନରେ ଆଜି ତୁଷାର ପାତ ହୋଇଛି । ଅସହ୍ୟ ଜାଡ଼ ସ୍ଥାନୀୟ ଲୋକଙ୍କୁ ଅଧିକ କଷ୍ଟ ଦେଉଥିବା ବେଳେ ତୁଷାରପାତ ଦେଖି ଟୁରିଷ୍ଟ ଏହାର ମଜା ଉଠାଉଛନ୍ତି ।

ସୁନ୍ଦରଗଡ଼ରେ କୋଇଡ଼ାରେ ଲଗାତର ଦ୍ୱିତୀୟ ଦିନ ପାଇଁ ତୁଷାରପତା ହୋଇଛି ରାସ୍ତାଘାଟ, ଘର ଛପର ଚାରିଆଡ଼େ ତୁଷାର ପଡ଼ିଥିବା ଦେଖିବାକୁ ମିଳିଛି ଏହାସହ ଦୁଇ ଦିନ ହେଲା ପାରଦ ୪ ଡିଗ୍ରୀ ତଳେ ରହିଛି । ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ରାତି ୮ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଇଛି । ସକାଳୁ ସକାଳୁ ଲୋକେ ଉଠି ନିଆ ପୁଉଁଥିବା ମଧ୍ୟ ଦେଖିବାକୁ ମିଳିଛି । ଏମିତିକି ଦିନ ୯ଟା ନ ହେବା ଯାଏ ଲୋକେ ଘରୁ ବାହାରୁ ନାହାନ୍ତି ।

ସେହିପରି ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ମଧଥ୍ୟ ହାଡଭଙ୍ଗା ଶୀତ ଯୋଗୁଁ ଚାଷୀଙ୍କ ନାହିଁନଥିବା କଷ୍ଟ ନୁଭବ କରୁଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ମଣ୍ଡିରେ ଚାଷୀମାନେ ଟୋକନ ପାଇ ମଣ୍ଡିକୁ ଧାନ ଆଣିଛି ହେଲେ ସରକାରୀ ଷ୍ଟୋରେଜ ଅଭାବରୁମଣ୍ଡିରୁ ମିଲର୍ସଙ୍କ ଧାନ ଉଠାଣକୁ କେବଳ ଭରସା । ମିଲର୍ସ ଗାଡି ମଣ୍ଡିକୁ ଆସିଲେ ଧାନ ଉଠୁଛି ନହେଲେ ଦିନଦିନ ଧରି ମଣ୍ଡିରେ ପ୍ରବଳ ଥଣ୍ଡାରେ ଧାନକୁ ଜଗିଛି ଚାଷୀ । ଜିଲ୍ଲାର ଅଧିକାଂଶ ମଣ୍ଡିରେ ଏହି ସମସ୍ୟା ଲାଗିରହିଛି । ତେବେ ଧାନବିକ୍ରୀ ସମସ୍ୟା ସହିତ ଚାଷୀଙ୍କୁ କନ୍ଦାଉଛି ଥଣ୍ଡା । ଦିନବେଳେ ଚଳିଯାଉଥିବାବେଳେ ରାତ୍ରିକାଳରେ ପ୍ରବଳ ଥଣ୍ଡା ଯୋଗୁଁ ଚାଷୀମାନେ ତ୍ରାହିତ୍ରାହି ଡାକୁଛି ।