Advertisment

ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଜନଜୀବନ

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା ହିଁ ଥଣ୍ଡା । ଆଜି ବି ରାଜ୍ୟରେ ଜାରି ରହିବ ଶୀତ ଲହରି । ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ରାତି ତାପମାତ୍ରା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
bone-chilling winter

bone-chilling winter

ଭୁବନେଶ୍ୱର:ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା ହିଁ ଥଣ୍ଡା । ଆଜି ବି ରାଜ୍ୟରେ ଜାରି ରହିବ ଶୀତ ଲହରି । ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ରାତି ତାପମାତ୍ରା । ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି ।ଏହାସହ ବାଲେଶ୍ୱରରେ ୧୨.୪ ଡିଗ୍ରୀ, ଚାନ୍ଦବାଲିରେ ୧୧.୭ , କଟକରେ ୧୧.୬, ପାରଦ୍ୱୀପରେ ୧୫.୨, ଭୁବନେଶ୍ୱରରେ ୧୨.୪, ଗୋପାଳପୁରରେ, ୧୪.୪, ପୁରୀରେ ୧୫.୫, ଅନୁଗୁଳରେ ୧୦.୬, ବାରିପଦାରେ ୧୧.୨, ଝାରସୁଗୁଡ଼ାରେ ୮.୮, କେନ୍ଦୁଝରରେ ୮.୬, ସମ୍ବଲପୁରରେ ୧୦.୪, ସୁନ୍ଦରଗଡ଼ରେ ୭.୫, ହିରାକୁଦରେ ୯.୫, ତାଲଚେରରେ ୧୩.୦, ଭବାନୀପାଟଣାରେ ୯.୦, ବଲାଙ୍ଗୀରରେ ୧୦.୦, କୋରାପୁଟରେ ୯.୬, ଟିଟିଲାଗଡ଼ରେ ୮.୩, ମାଲକାନଗିରିରେ ୧୨.୫, ସୋନପୁର ୮.୨, ନୟାଗଡ଼ରେ ୧୨.୦, ବୌଦ୍ଧ ୯.୦, ଛତ୍ରପୁର ୧୨.୦, ପାରଳାଖେମୁଣ୍ଡିରେ ୧୨.୦ ଡିଗ୍ରି, ରାୟଗଡା ୧୦.୦ ରେକର୍ଡ ହୋଇଛି ତାପମାତ୍ରା ।

Advertisment

ଥଣ୍ଡାର ପ୍ରକୋପ ବଢ଼ିବା ପରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏମିତିକି ଥଣ୍ଡାର ପ୍ରକୋପ ବଢ଼ିବା ପରେ ଲୋକଙ୍କ ଜୀବନଚର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ଆସିଛି । ସକାଳେ ସୂର୍ଯ୍ୟ ଉଦୟ ହେବା ତ ଦୂରର କଥା ଦିନ ଦ୍ୱିପ୍ରହର ଯାଏଁ ସୂର୍ଯ୍ୟଦେବଙ୍କ ଦର୍ଶନ ମିଳୁନି । ସକାଳୁ ଘରୁ ବାହାରିବା ପୂର୍ବରୁ ଲୋକେ ଦୁଇ ଥର ଭାବୁଛନ୍ତି ।

Advertisment

କେବଳ ଏତିକି ନୁହେଁ ସଂଧ୍ୟାରେ ହେଲେ ସ୍ଥିତି ଅଧିକ ବିଗୁଡ଼ୁଛି । ଶୀତର ଏହିଭଳି ପ୍ରକୋପରେ ଅସହ୍ୟ ଜାଡରେ ଥରୁଛି ସାରା ରାଜ୍ୟ । ତେଣୁ ଆଜି ବିଶେଷ ଭାବେ ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର ଏବଂ ନୂଆପଡ଼ାରେ ଅଧିକ ଶୀତ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଦିନକୁ ଦିନ ଶୀତର ମାତ୍ରା ବଢିବାରେ ଲାଗିଛି । ଅସହ୍ୟ ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିବା ସହ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି। ଅସହ୍ୟ ଜାଡ଼ ସ୍ଥାନୀୟ ଲୋକଙ୍କୁ ଅଧିକ କଷ୍ଟ ଦେଉଥିବା ବେଳେ ଟୁରିଷ୍ଟ କିନ୍ତୁ ଏହାର ବେଶ୍‌ ମଜା ଉଠାଉଛନ୍ତି ।

Weather Update
Advertisment
Advertisment