• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ରହିଛି ୧୭ଟି ସ୍ଥାନର ରାତି ତାପମାତ୍ରା । ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି ।ଏହାସହ ବାଲେଶ୍ୱରରେ ୧୧.୧ ଡିଗ୍ରୀ, ଚାନ୍ଦବାଲିରେ ୯.୭ , କଟକରେ ୧୦.୬, ପାରଦ୍ୱୀପରେ ୧୨.୪, ଭୁବନେଶ୍ୱରରେ ୧୦.୧, ଗୋପାଳପୁରରେ, ୧୧.୮, ପୁରୀରେ ୧୪.୪, ଅନୁଗୁଳରେ ୮.୦, ବାରିପଦାରେ ୧୦.୪, ଝାରସୁଗୁଡ଼ାରେ ୬.୦, କେନ୍ଦୁଝରରେ ୬.୪, ସମ୍ବଲପୁରରେ ୮.୮, ସୁନ୍ଦରଗଡ଼ରେ ୬.୦, ହିରାକୁଦରେ ୮.୪, ତାଲଚେରରେ ୯.୦, ଭବାନୀପାଟଣାରେ ୬.୮, ବଲାଙ୍ଗୀରରେ ୮.୫, କୋରାପୁଟରେ ୭.୦, ଟିଟିଲାଗଡ଼ରେ ୬.୫, ମାଲକାନଗିରିରେ ୮.୦, ସୋନପୁର ୬.୪, ନୟାଗଡ଼ରେ ୮.୦, ବୌଦ୍ଧ ୮.୦, ଛତ୍ରପୁର ୧୧.୦, ପାରଳାଖେମୁଣ୍ଡିରେ ୧୩.୦ ଡିଗ୍ରି ରେକର୍ଡ ହୋଇଛି ତାପମାତ୍ରା ।  

ସେପଟେ ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାରେ ତୀବ୍ର ଶୀତ ଲହରୀର ସମ୍ଭାବନା ଥିବାରୁ ଏହି ୭ଟି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ଓୱାର୍ଣ୍ଣିଂ । ତେବେ ଶୀତର ପ୍ରଭାବ ଆଗାମୀ ୨ରୁ ୩ ଦିନ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୁତ ହେବ ବୋଲି କହିଛି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି ।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ମଧ୍ୟ ଶୀତ ପ୍ରକୋପ ବଢିବାର ଲାଗିଛି । ଦୁଇ ଦିନ ହେଲା ଏପରି ଶୀତ ହେଉଛି ଯେ, ବାହାରିବା ମୁସ୍କିଲ ହୋଇ ପଡୁଛି । ରାତିରେ ତାପମାତ୍ରା ବଢୁ ଥିବାରୁ ରାତି ୮ଟା ନହେଉଣୁ ବ୍ୟବସାୟ ସବୁ ଠପ ହୋଉ ଯାଉଛି । ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଶୀତରୁ ରକ୍ଷା ପାଇଁ ମର୍ଣ୍ଣିଂ ଓ୍ୱର୍କ କରୁଛନ୍ତି ଲୋକେ । ସେପଟେ ରାସ୍ତାକଡ଼ ଚା ଦୋକାନରେ ସକାଳୁ ସକାଳୁ ଭିଡ଼ ବି ଜମୁଛି ।

ସେହିପରି ରାଜ୍ୟରେ ଏବେ ଶୀତ ଏତେ ଯେ କାକର ବରଫରେ ପାଲଟି ଯାଉଛି। ଥଣ୍ଡାର ପ୍ରକୋପ ବଢ଼ିବା ପରେ ଏବେ କେନ୍ଦୁଝରରୁ କନ୍ଧମାଳ ସବୁଠି ଲୋକଙ୍କ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆସିଛି । ଦ୍ୱିପ୍ରହର ଯାଏଁ ସୂର୍ଯ୍ୟଦେବଙ୍କ ଦର୍ଶନ ମିଳୁନି। ସକାଳୁ ଘରୁ ବାହାରିବାକୁ ଲୋକେ ଦୁଇ ଥର ଭାବୁଛନ୍ତି । ସଂଧ୍ୟା ହେଲେ ସ୍ଥିତି ଅଧିକ ବିଗୁଡ଼ୁଛି । କେନ୍ଦୁଝର ତେଲକୋଇ ବ୍ଲକ କାଞ୍ଜିପାଣିରେ ଶୀତ ଲହରିର ପ୍ରଭାବ ଏବେ ଅଧିକ ଅନୂଭତ ହେଉଛି । ସେହିପରି ପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ପାରଦ ଖସିବାରେ ଲାଗିଛି ।