• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୀତ ନାହିଁ, ଶୀତ ନାହିଁ କହୁଥିଲେ । ଏବେ ଏମିତି ଶୀତ ଯେ, ଅସହ୍ୟ ହେଲାଣି । ଦେଶର ଅନେକ ସ୍ଥାନରେ ତାପମାତ୍ରା ତୀବ୍ର ଭାବେ ହ୍ରାସ ପାଇବା ସହିତ ଶୀତ ବଢ଼ିଲାଣି । ଥଣ୍ଡା ଯେ ଥଣ୍ଡା, ନକହିବା ଭଲ । ଅନେକ ସ୍ଥାନରେ ଏବେ ତାପମାତ୍ରା ଶୂନ ଡିଗ୍ରୀ ତଳେ ମଧ୍ୟ ପହଞ୍ଚି ସାରିଲାଣି । ଆଗାମୀ କିଛି ଦିନ ମଧ୍ୟରେ ଶୀତ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରି ସୂଚନା ଦେଇଛନ୍ତି ।

ହିମାଚଳ ପ୍ରଦେଶରେ ଶୀତ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି । ଶୀତ ଲହରୀ ରହିବା ଯୋଗୁଁ, ପାଣି ଝରଗୁଡ଼ିକ ବରଫରେ ପରିଣତ ହେଲାଣି । ଲାହୋଲ-ସ୍ପିତି ଜିଲ୍ଲାରେ ଶୀତ ଲହରୀ କାରଣରୁ ବିଭିନ୍ନ ସ୍ଥାନରେ ବରଫ ଖଣ୍ଡ ଜମା ହେଲାଣି ।

ICEICE

ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ । ଉତ୍ତର-ପଶ୍ଚିମ ଭାରତରେ ଶୀତ ଲହରୀ ଅପେକ୍ଷାକୃତ ବୃଦ୍ଧି ପାଇବ । ପରେ ଧିରେ ଧିରେ ହ୍ରାସ ପାଇବା ନେଇ ଅନୁମାନ କରାଯାଉଛି । ସେ ଆହୁରି କହିଛନ୍ତି ଯେ, ଆସନ୍ତା ତିନି ଦିନ ପାଇଁ ମଧ୍ୟ ଏବଂ ପୂର୍ବ ଭାରତରେ ଶୀତ ଲହରୀ ଜାରି ରହିବ । ଏହା ପରେ ସାଧାରଣ ଭାବେ ସ୍ୱଳ୍ପ ହ୍ରାସ ପାଇବ ।

ICEICE

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ବିହାର ଏବଂ ଝାଡ଼ଖଣ୍ଡର କିଛି ଅଂଶରେ ବୁଧବାର ଦ୍ୱିପ୍ରହର ଯାଏଁ ଭୀଷଣ ଶୀତ ହେବ । ସେହିଭଳି ଜମ୍ମୁ-କାଶ୍ମୀର, ଲଦାଖ, ଗିଲ୍‌ଗିଟ, ବାଲତିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ, ଗଙ୍ଗୀୟ ପଶ୍ଚିମବଙ୍ଗ ଅଞ୍ଚଳରେ ମଙ୍ଗଳବାର ଦ୍ୱିପହର ଯାଏଁ ଶୀତ ଲହର ଜାରି ରହିବ ।

ICEICE