ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି ।
୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ କାଲି ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେଲେ ବି ସେଇ ରୂପରେ ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। ଏମିତିକି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ କେଉଁଠି ବି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି।
୧୦ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ
ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।
ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।
ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଏହା ଅବପାତରେ ପରିଣତ ହୋଇପାରେ।
ଆଣ୍ଡାମାନ ସାଗରରେ ୮ରେ ସୃଷ୍ଟି ହେବ , ୧୦ରେ ଉପକୂଳ ନିକଟତର ହେବ ବାତ୍ୟା: IMD। ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । କେଉଁଠି କରିବ ଲ୍ୟାଣ୍ଡଫଲ୍ ଏବେ ବି ଅସ୍ପଷ୍ଟ।
୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପରାମର୍ଶ।
ବାତ୍ୟାକୁ ନେଇ କଣ କହିଲେ ଏସଆରସି
ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖି ବର୍ଷା ଓ ପବନ। ଜନ ଜୀବନ ପ୍ରଭାବିତ। ଝଡ଼ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି।
ବାତ୍ୟାର ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି। ଗୋଟିଏ ମନିଟରିଂ ଟିମ୍ ଗଠନ କରାଯାଇଛି। ଜରୁରୀକାଳୀନ ଟିମ ପ୍ରସ୍ତୁତ ଅଛି।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ
୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସାଇକ୍ଲୋନିକ୍ ଷ୍ଟର୍ମ(ଘୂର୍ଣ୍ଣି ବାତ୍ୟା)ରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
୧୦ରେ ଉପକୂଳ ଛୁଇଁପାରେ ବାତ୍ୟା ! ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା । ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ସମ୍ଭାବନା । ୮ରେ ବାତ୍ୟାରେ ରୂପାନ୍ତରିତ ହୋଇ ୧୦ ସୁଦ୍ଧା ଉପକୂଳ ଛୁଇଁପାରେ । ବାତ୍ୟା ସଂପକକର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଟୁଇଟ୍ କରି ସୂଚନା ଦେଇଛି ।
ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି ।
ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।
ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏଠାରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଆସନ୍ତାକାଲି ନେଇପାରେ ଲଘୁଚାପର ରୂପ । ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ସନ୍ଧ୍ୟା ହେଉ ହେଉ, ୩ଟି ବ୍ଲକରେ ସ୍ଥିତି ଅଣାୟତ୍ତ କଲା ପବନ । ନୟାଗଡ, ନୂଆଗାଁ ଏବଂ ଓଡ଼ଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଲା ।