Advertisment

ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।

author-image
Chandan Shishu
Deep Depression

Deep Depression

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତ ଏବେ ପୁରୀଠୁ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଗଭୀର ଅବପାତ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ଗଭୀର ଅବପାତ କାଲି ସକାଳେ ବାତ୍ୟାରେ ପରିଣତ ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଘନୋଉଥିବା ବାତ୍ୟା ଆଶଙ୍କା ନେଇ ଆଇଏମ୍‌ଡିର ସଦ୍ୟ ଆକଳନରେ ଆଶ୍ୱସ୍ତ ଓଡ଼ିଶା। ଚିନ୍ତାମୁକ୍ତ ଉପକୂଳବାସୀ।

Advertisment

ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିବା ସୁଦୃଶ୍ୟ ଲଘୁଚାପ ଆଜି ଦ୍ୱିପ୍ରହରରେ ଅବପାତର ରୂପ ନେଇଛି। କାଲି ଏହା ବାତ୍ୟାର ରୂପ ନେବ। ୧୦ ତାରିଖରେ ଏହା ଆନ୍ଧ୍ର ଓ ଓଡ଼ିଶାକୁ ଲାଗିଥିବା ସମୁଦ୍ରରେ ଆସି କେନ୍ଦ୍ରୀଭୂତ ହେବ ସତ, କିନ୍ତୁ ଏହାପରେ ଓଡ଼ିଶା କି ଆନ୍ଧ୍ର କେଉଁଠି ବି ଲ୍ୟାଣ୍ଡଫଲ୍ ନକରି ଦିଗ ଭାଙ୍ଗି ସମୁଦ୍ର ଉପରେ ଚାଲିଯିବ। ତେଣୁ ଓଡ଼ିଶାକୁ ବାତ୍ୟା ବିପଦ ନାହିଁ।

ହେଲେ ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ଏହିସବୁ ଜିଲ୍ଲାର ଉପକୂଳରେ ୪୦ରୁ ଅତି ବେଶିରେ ୬୦ କିଲୋମିଟର ବେଗରେ ପବନ ବି ହୋଇପାରେ। ତେଣୁ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯିବା ସହ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୮ ତାରିଖ ସୁଦ୍ଧା ଚାଲିଆସିବାକୁ ପରାମର୍ଶ ଦିଆଯାଇଛି।

Advertisment
Cyclone Alert Cyclone Impact In Odisha
Advertisment
Advertisment