Advertisment

୮ରେ ବାତ୍ୟା ! ୧୦ରେ ଉପକୂଳ ପାଖାପାଖି, ଓଡ଼ିଶାକୁ ଅଛି କି ବିପଦ ?

୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସାଇକ୍ଲୋନିକ୍‌ ଷ୍ଟର୍ମ(ଘୂର୍ଣ୍ଣି ବାତ୍ୟା)ରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone over Bay of Bengal on May 8

Cyclone over Bay of Bengal on May 8

ଆସୁଛି ବାତ୍ୟା। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସାଇକ୍ଲୋନିକ୍‌ ଷ୍ଟର୍ମ(ଘୂର୍ଣ୍ଣି ବାତ୍ୟା)ରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

Advertisment

ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖିବା ସହ ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ। ବାତ୍ୟା କେଉଁ ଉପକୂଳ ଛୁଇଁବ ? କେବେ ଛୁଇଁବ ? ଉପକୂଳ ଛୁଇଁବା ସମୟରେ ଏହାର ତୀବ୍ରତା କେତେ ରହିବ ? ଏହାର ପୂର୍ବାନୁମାନ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ ବୋଲି IMD ଡିଜି ସୂଚନା ଦେଇଛନ୍ତି। ଏହାସହ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। 

ଓଡ଼ିଶାକୁ ଅଛି କି ବାତ୍ୟା ବିପଦ ? 

ବର୍ତ୍ତମାନ ପାଇଁ ଓଡ଼ିଶା ଉପରେ କୌଣସି ବିପଦ ନାହିଁ। ଏହା କ୍ରମଶଃ ଉପକୂଳ ଆଡ଼କୁ ଆସିଲେ ସେତେବେଳେ ବାତ୍ୟା କେଉଁ ଉପକୂଳ ଦେଇ ଗତି କରିବ ତାହା ଜଣାପଡ଼ିବ ବୋଲି IMD ଡିଜି ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳକୁ ଲାଗିଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ଯେଉଁ ମତ୍ସଜୀବୀମାନେ ସମୁଦ୍ର ମଧ୍ୟରେ ଅଛନ୍ତି ଉପକୂଳକୁ ଫେରି ଆସିବା ଲାଗି ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ପୂର୍ବାନୁମାନ ଅନୁସାରେ, ବାତ୍ୟାର କେନ୍ଦ୍ର ସ୍ଥଳରେ ୧୦ ତାରିଖ ସୁଦ୍ଧା ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି. ରହିବାର ସମ୍ଭାବନା ରହିଛି। ତେବେ ଡିପ୍ରେସନରେ ପରିଣତ ହେବା ପରେ ପବନର ବେଗ ବଢ଼ିପାରେ ବୋଲି IMD ଡିଜି ସୂଚନା ଦେଇଛନ୍ତି।

Advertisment

Cyclone Cyclone Alert
Advertisment
Advertisment