/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636898019.jpg)
Heavy Rainfall
ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୃତ ହୋଇପାରେ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ଡିପ୍ରେସନ୍ରେ ପରିଣତ ହେବ। ଆସନ୍ତା ୨୪ ଘଣ୍ଟା ସୁଦ୍ଧା ଅର୍ଥାତ ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାରେ ଏହା ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ତେବେ ବାତ୍ୟା ବେଲେ ପବନର ବେଗ ଓ ବର୍ଷାର ପରିମାଣ କେତେ ରହିବ ସେନେଇ ସବିଶେଷ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।
ମତ୍ସ୍ୟଜୀବୀଙ୍କୁ ଚେତାବନୀ:
ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୧୦ ଓ ୧୧ ତାରିଖରେ ୪ ଜିଲ୍ଲା ଗଂଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାତ୍ୟା ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ଆସୁଥିବାରୁ ୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପବନ ନେଇ ଦିଆଯାଇଥିବା ଚେତାବନୀ:
୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଞ୍ଚଳରେ(ସମୁଦ୍ରରେ) ପବନର ବେଗ ଘଣ୍ଟାପ୍ରତି ୬୫ ରୁ ୭୫ କିମି ସହ ଝଟକା ବା ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୮୫ କିମି ଯାଏଁ ରହିବାର ସମ୍ଭାବନା ରହିଛି। ଏହି ପବନ କ୍ରମଶଃ ବୃଦ୍ଧି ପାଇ ୧୦ ମେ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅଞ୍ଚଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ସହ ସର୍ବାଧିକ ୯୦ କିମି ଯାଏ ରହିବାର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)