• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଳବୈଶାଖୀର ତାଣ୍ଡବ । ସେପପଟେ ଚିଲିକାରେ ଡଙ୍ଗା ବୁଡ଼ିଲା ଏପଟେ ନୟାଗଡ଼ରେ ଟୱାର ଭୁଶୁଡ଼ିଲା । ନୟାଗଡରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ସନ୍ଧ୍ୟା ହେଉ ହେଉ, ୩ଟି ବ୍ଲକରେ ସ୍ଥିତି ଅଣାୟତ୍ତ କଲା ପବନ । ନୟାଗଡ, ନୂଆଗାଁ ଏବଂ ଓଡ଼ଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଲା ।

ଏହାର ପ୍ରଭାବରେ ଗଛ, ଛପର ଆଜବେଷ୍ଟସ ପଡି ୩ଟି ବ୍ଲକରେ ମୋଟ୍ ୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଶରଣକୂଳ ବଜାର ଅଂଚଳରେ ଥିବା BSNL ମୋବାଇଲ ଟାୱାର ଭାଙ୍ଗିଯାଇଛି । ପବନର ବେଗ ଏପରି ଥିଲା ଯେ ତାଳ ଓ ନଡିଆ ଗଛ ନଇଁ ଯାଇଛି । ଅନେକ ଦୋକାନ ଘର ମଧ୍ୟ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ସେପଟେ ଚିଲିକାରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ଘଟଣାରେ ଜଣେ ନିଖୋଜ ଥିବା ବେଳେ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ବର୍ଷା ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଅନୁମାନ କରାଯାଉଛି । କାଳିଜାଇରୁ ଫେରିବା ବେଳେ କାଳବୈଶାଖୀ ଝଡ଼ ଯୋଗୁଁ ଏହି ଅଘଟଣ ଘଟିଛି । ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ସେଥିରୁ ଜଣେ ନିଖୋଜ ଅଛନ୍ତି ।

ସୌଭାଗ୍ୟ ବସତଃ ଏକ ପୋଲିସ ଟିମ୍‌ ଚିଲିକା ବୁଲିବାକୁ ଯାଇଥିଲେ । ସେମାନେ ଡଙ୍ଗା ବୁଡ଼ିବା ସ୍ଥାନ ପାଖାପାଖି ବୁଲୁଥିଲେ । ତେଣୁ ଡଙ୍ଗା ବୁଡ଼ିବା ଦେଖି ସେମାନେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ଏହାସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକ ଓ ଅନ୍ୟ ଡଙ୍ଗା ଚାଳକଙ୍କ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି, ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି କୁହାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now