Advertisment

ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ: SRC

ବାତ୍ୟାକୁ ନେଇ କଣ କହିଲେ ଏସଆରସି

author-image
Chandan Shishu
ଅଦ୍ୟତନ ହୋଇଛି
undefined

SRC Pressmeet

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। SRC ପ୍ରଦୀପ ଜେନା କହିଛନ୍ତି ଯେ- IMD ଅନୁସାରେ ବାତ୍ୟା ୧୦ରେ ଉପକୂଳ ଠାରୁ ୨୫୦ କିମି ଦୂରରେ ଥିବ। IMD ଆକଳନ ଆସନ୍ତାକାଲି ଆଉ ଟିକେ ସ୍ପଷ୍ଟ ହେବ। କାଲି ସଂଧ୍ୟାରେ ଆମେ NDRF, ଓଡ୍ରାଫ୍ ଟିମ୍ ମୁତୟନ ପ୍ଲାନ କରିବୁ।  ତେବେ ୧୦ ତାରିଖରେ ଗଂଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ହୋଇପାରେ। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।

Advertisment

ସେହିପରି ମତ୍ସ୍ୟଜୀବୀଙ୍କ ପ୍ରତି ନଜର ରଖିବାକୁ  ନୌସେନା, କୋଷ୍ଟଗାର୍ଡକୁ କୁହାଯାଇଛି। ୮ ତାରିଖ ସକାଳ ଠାରୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ କରାଯିବନି। ଚାଷ ସଂପର୍କିତ ପରାମର୍ଶ ପାଇଁ କୃଷି ବିଭାଗକୁ ଗାଇଡଲାଇନ ପାଇଁ କୁହାଯାଇଛି।

ସେହିପରି ଟେଲିକମ୍ କଂପାନୀମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଯଦି କିଛି ଟାୱାର ଭାଙ୍ଗେ, ତ୍ୱରିତ ସେବା ଦେବାକୁ ବ୍ୟବସ୍ଥା କରିବେ। ଜଳ ସଂପଦ, ପୂର୍ତ୍ତ, ଜଙ୍ଗଲ ବିଭାଗ ସହ ବି ଆଲୋଚନା ହୋଇଥିବା ସେ କହିଛନ୍ତି।2

Advertisment
Cyclone Alert Cyclone Impact In Odisha
Advertisment
Advertisment