ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅନୁପସ୍ଥିତ ପରୀକ୍ଷାର୍ଥୀ । ଫର୍ମ ଫିଲପ୍ କରିଛନ୍ତି, ଆଡମିଟ କାର୍ଡ ମିଳିଛି କିନ୍ତୁ ପରୀକ୍ଷା ଦେବାକୁ ଆସୁନାହାଁନ୍ତି । ଜଣେ କି ଦୁଇ ଜଣ ନୁହେଁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ବସିନଥିବାରୁ ଉଠିଛି ପ୍ରଶ୍ନ ।
ଗଛ ମୂଳେ କାଲିର ଭବିଷ୍ୟତ । ସ୍କୁଲ ଘର ସବୁ ଭଙ୍ଗିରୁଜି ନଷ୍ଟ । କୋମଳମତି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର , ସାର୍ ବି ନାଚାର ସେ ବି କରିବେ କଣ?
ଘର ଦୁଆରୁ ବାହାଘରର ଲେଖା ଲିଭିନି । କାନ୍ଥରେ ଦାଉଦାଉ ହୋଇ ଜଳୁଛି ପ୍ରଭାତ ୱେଡ୍ସ ସରିତାର ଲେଖା। କାନ୍ଥରୁ ଲେଖା ସିନା ଲିଭିନି ହେଲେ ଲିଭିଯାଇଛି ସରିତାଙ୍କ ଜୀବନ ଦୀପ...
ଦିନେ ଅଭାବ ଅନଟନ ପାଇଁ ବିବାହ କରିପାରୁ ନଥିଲେ । ହେଲେ ଆଜି ସାମୁହିକ ଭାବେ ବିବାହ କରୁଛନ୍ତି ଏଇ ଯୁବକ ଯୁବତୀ ମାନେ…
କୋରାପୁଟର ସ୍ୱାଦିଷ୍ଟ ପଣସକୁ ମିଳୁନି ବଜାର । ଓଡିଶାରେ ହତାଦର ପଡିଶାରେ ଆଦର । ଜଙ୍ଗଲୀ ପଣସ କିଣିବା ପାଇଁ ଦଲାଲ ସକ୍ରିୟ । ପ୍ରଚୁର ଉତ୍ପାଦନ ସତ୍ୱେ ମିଳୁନି ଉପଯୁକ୍ତ ମୂଲ୍ୟ…
ପରିଣତ ବୟସରେ ଥକି ନାହାନ୍ତି । ୮୦ ବର୍ଷରେ ବି ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି...ଯେତିକି ରୋଜଗାର ହେଉଛି ସେତିକିରେ ସ୍ୱାମୀଙ୍କ ଋଣ ଟଙ୍କା ସୁଝିବା ସହିତ ପରିବାର ପୋଷୁଛନ୍ତି ଇନ୍ଦୁମତି
ଏମିତି ସରପଂଚଙ୍କୁ ଶହେ ସଲାମ୍ । ପାଣି ସମସ୍ୟା ହେବାର ଖବର ପାଇବା ମାତ୍ରେ ଗାଁ ଲୋକଙ୍କ ପାଇଁ ଖୋଳି ଦେଲେ ୯ ଚୁଆ । ଖୁସି ହେଲେ ଗାଁ ଲୋକେ । କହିଲେ, ମଣିଷ ବଂଚିଗଲା
ରସବତୀ ବିଲାସ...ରସବତୀ ବିଲାସ...ଧନ କ’ଣ ପିଇଛୁ କିରେ? ମଲା...ଏଇଠି ତ ରାସ୍ତା ଉପରେ ମାଗଣାରେ ସର୍କସ ଦେଖୁଛନ୍ତି ଲୋକେ
ମୁହଁରେ ଓ ଦେହରେ ପ୍ରବଳ ଲୋମ ଥିବାରୁ ଦିନେ ଚର୍ଚ୍ଚାରେ ଥିଲେ । କଟକ ବଡ ମେଡିକାଲରେ ଚିକିତ୍ସା ବି କରାଗଲା । ବାପା-ମାଆ ଚାଲିଯିବା ପରେ ଏବେ ଗାଈ ଚରେଇ ପେଟକୁ ଦାନା ଯୋଗାଡ କରୁଛନ୍ତି ରେବତୀ
ଅଟୋ ପଛରେ ଡ୍ରାଇଭର ଲେଖିଲେ...ମୋ ସ୍ତ୍ରୀ ବହୁତ ରାଗି । ମତେ କ୍ଷମା କରନ୍ତୁ ଆପଣ । ଉତ୍ତରରେ ଯୁବତୀ କହିଲେ....
ବର୍ଷେ କି ଦୁଇ ବର୍ଷ ନୁହେଁ...୧୨ ବର୍ଷ ହେଲାଣି ଶୋଇଛି କୁନି ଝିଅ । ଡାକ୍ତରଙ୍କ ପାଖରେ ଚିକିତ୍ସା କରି କରି ଥକିପଡ଼ିଲେଣି । ଝିଅ ଭଲ ହେଉନି କି ଚାଲିପାରୁନି
ରାଟ ବିରାଟ ଥାଳି ରଖାଯାଇଛି...ସେଥିରେ ଥୁଆ ହୋଇଛି ବିଭିନ୍ନ ପ୍ରକାର ମିଠା, ପରିବା, ଫଳ, ରୁଟି, ଘାସ ସହ ଅନେକ ପ୍ରକାର ବ୍ୟଞ୍ଜନ ।
ଆରେ ଭାଇ କି ଅଛ? ଟିକେ ଦଉଡ଼ି ଆସ...ଦେଖୁନ କେମିତି କଇଁଛଟା ଜାଲରେ ପଡ଼ିଯାଇଛି । ଟିକିଏ ହଲି ବି ପାରୁନି.
ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି ।
ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ।
ବିବାହର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କୁ ହରାଇଥିଲେ । ସେପଟେ ମୁଣ୍ଡ ଉପରେ ଥିଲା ଦୁଇ ପିଲାଙ୍କ ଦାୟିତ୍ୱ । ହେଲେ ସେ ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସ୍ୱାମୀଙ୍କ ଏଇ ବ୍ୟବସାୟକୁ ଆଗକୁ ନେଇଥିଲେ ଇନ୍ଦୁମତି ।
ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି ।
ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।
ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ ।
ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।
ଝିଅ ଲାଗି ଜ୍ୱାଇଁ ଦେଖିବାକୁ ଯାଇଥିଲେ । ବାଟରେ ଛକିଥିଲା ଯମ...ଭୟାନକ ଦୁର୍ଘଟଣାରେ ଚାଲିଗଲା ପ୍ରାଣ । କିଛିଦିନ ପରେ ଯେଉଁ ବାହାଘର ହୋଇଥାଆନ୍ତା ଏବେ ସେଇଠୁ କୋକେଇ ଉଠିଲା
ବାହାଘରର ୧୨ ଦିନ ପରେ...ବୋହୂକୁ ମାରିଦେଲେ ଶାଶୂଘର ଲୋକ? ଅଧ ରାତିରେ ଫୋନ୍ ପାଇବା ପରେ ଭୋଭୋ କାନ୍ଦୁଛି ମାଆ...ଧୈର୍ଯ୍ୟହରା ବାପା
ବେକାରୀଙ୍କ ପାଇଁ ବଡ଼ ଖବର । ଏଣିକି ଛତିଶଗଡ଼ ରାଜ୍ୟର ସବୁ ବେକାରୀଙ୍କୁ ମାସକୁ ମିଳିବ ୨୫ ଶହ ଟଙ୍କା...ଏମିତି କରନ୍ତୁ ଆପ୍ଲାଏ
ବୋର୍ଡ ଅଫିସ୍ରେ ନାଲିପାଣି କାହାର ଦରକାର କିରେ? ଏଇଠି କ’ଣ ବଡ, ଛୋଟ ସବୁ ଭର୍ତ୍ତି ହୋଇ ରହିଛି ମଦ ବୋତଲ । ନାରଣ କଣ ହୋଇଛି କିରେ?