କର୍ଣ୍ଣାଟକରେ ପୁଣି କଂଗ୍ରେସ୍ର ରାଜ୍ । ଯେଉଁଠି ବଡବଡ ନେତା ଆଣ୍ଠେଇଛନ୍ତି, ସେଇଠି ସିବ୍ଦ୍ କ୍ଷମତାରେ ରହିଛନ୍ତି...ବିଜୟ ଯେମିତି ୟାଙ୍କ ସାଥୀ
ଅନ୍ଧାରୀ ଚିକିତ୍ସା ! କିଟିମିଟି ଅନ୍ଧାର, ଜଳୁନି ଲାଇଟ୍...ଦିଦି ଆସିଲେ, ଇଞ୍ଜେକସନ୍ ଫୋଡିଲେ
କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ
କର୍ଣ୍ଣାଟକରେ ଆଜିଠୁ ଚାଲିଲା ସିଦ୍ଦ ରାଜ୍ । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା, ଡି.କେ.ଶିବକୁମାର ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ । ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀଙ୍କୁ ନେଇ କଂଗ୍ରେସର ଶକ୍ତି ପ୍ରଦର୍ଶନ
ସୋନପୁରକୁ ଛୁଇଁଲା ରେଳ ଲାଇନ୍ । ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ବିଛୁପାଲି ଯାଏଁ ଗଡୁଥିଲା, ହେଲେ ଏବେ ସୋନପୁରର ଝାରତରଭା ଯିବ ଟ୍ରେନ୍
ରାଜଧାନୀ ଭୁବନେଶ୍ୱରକୁ ଜଗିବ ପୋଲିସ୍ ଡ୍ରୋନ୍। ଏଥର ଆକାଶ ମାର୍ଗରୁ ପାଟ୍ରୋଲିଂ କରିବ କମିଶନରେଟ ପୋଲିସ୍। ଡ୍ରୋନ୍ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍।ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ୍ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ
କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
ଆଗାମୀ ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ଆରପାର୍ ଲଢେଇ ଲାଗି ବିଜେପିରେ ହୋଇଛି ବିସ୍ତୃତ ଆଲୋଚନା। ତେବେ ଫୋକସରେ ରହିଛି ମୋଦି ସରକାରଙ୍କ ୯ ବର୍ଷର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିପାଇଁ ଆସନ୍ତା ୩୦ରୁ ଜୁନ ୩୦ଯାଏଁ ମହା ଜନସଂପର୍କ ଅଭିଯାନ କରିବ ଦଳ। ତାସହିତ ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ଆଜିର କାର୍ଯ୍ୟକାରୀଣୀରେ ସଂଙ୍କଳ୍ପ ନିଆଯାଇଛି। ଏହି ମାସେ ଭିତରେ ଓଡ଼ିଶାରେ ବିଜେପି ସରକାର ପାଇଁ ଭିତ୍ତି ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା। ବ୍ୟବହାର କମିଯାଇଥିବାରୁ ସାଧାରଣ ଲୋକଙ୍କ ପାଖରେ ତ ଏଇ ନୋଟ୍ ସେତେଟା ନାହିଁ, ତେବେ ଯେଉଁମାନଙ୍କ ପାଖରେ ଅଛି ସେମାନେ କେମିତି ଫେରାଇବେ ? ସରକାର ଦେଇଥିବା ସମୟ ପର୍ଯ୍ୟାପ୍ତ ହେବ ତ ?
ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି।
ବଢ଼ିବ କି ଯୁକ୍ତ ଦୁଇ ସିଟ୍ ! ମାଟ୍ରିକ ପାସ୍ ହାରଠୁ ଯୁକ୍ତ ଦୁଇ ସିଟ୍ ସଂଖ୍ୟା କମ୍। ବଢ଼ିଲା ଯୁକ୍ତ ଦୁଇ ଆଡମିଶନ ଟେନସନ୍। ପଛୁଆ ଅଞ୍ଚଳର କୃତୀ ପିଲାଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଭୟ। ଖାଲି ସେତିକି ନୁହେଁ ମାଟ୍ରିକରେ ରେକର୍ଡ ୯୬.୪୦ ପ୍ରତିଶତ ପାସ୍ ହାର ରହିବା ପରେ କଲେଜଗୁଡିକରେ କଟ୍ ଅଫ୍ ମାର୍କ ଚଳିତ ବର୍ଷ ଯଥେଷ୍ଟ ବଢିପାରେ। ଯେଉଁଥିଲାଗି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଗ୍ରଣୀ କଲେଜଗୁଡିକରେ ପଢିବାର ସୁଯୋଗ ନପାଇପାରନ୍ତି।
ବସ୍ତି ବାସିନ୍ଦାଙ୍କୁ ଯାଗା ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା କିନ୍ତୁ ଯୋଜନା ଯୋଜନ ଦୂରରେ । ନିଜ ନାଁ ଜାଗା ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କେନ୍ଦ୍ରାପଡ଼ା ପୌରପରିଷଦରେ ଥିବା ବସ୍ତିବାସିନ୍ଦା ।
ଟ୍ରକ୍ ଟ୍ରକ୍ ବାଲି ଓଡିଶାରୁ ଆନ୍ଧ୍ରକୁ ଛତିଶଗ଼ଡକୁ ଚାଲାଣ କରାଯାଉଛି । କାହା ପାଖରେ ବି ହିସାବ ନାହିଁ । ପ୍ରଶାସନ ଜାଣି ମଧ୍ୟ ଚୁପ୍ I
କୋମାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଥଣ୍ଡା ବ୍ୟବସ୍ଥା..କାମକରୁନି ଏସି, ଏମର୍ଜେନ୍ସି ଆୱାର୍ଡରେ ଗରମରେ ଆଉଟପାଉଟୁ ରୋଗୀ । ଲିଫ୍ଟ ମଧ୍ୟ ଅଚଳ, ପାହାଚ ଚଢି ଯାଉଛନ୍ତି ରୋଗୀ ।
ଦିବ୍ୟାଙ୍ଗ ସତ୍ତ୍ୱେ କାହା ଉପରେ ବୋଝ ନହୋଇ ନିଜେ ମୂଲ ଲାଗୁଛନ୍ତି ଆଉ ଝାଳ ବୁଝା ଟଙ୍କାରେ ପରିବାର ପୋଷୁଛନ୍ତି...ଭଦ୍ରକର ଦୁଇ ସ୍ୱାଭିମାନୀ ଦିବ୍ୟାଙ୍ଗ ଯୋଦ୍ଧା ଏବା ଚର୍ଚ୍ଚାରେ..
ଏମାନଙ୍କର ବାପା ମାଆ ନାହାନ୍ତି ତଥାପି ଏମାନେ ମାଟ୍ରିକ୍ ପରୀକ୍ଷାରେ ବାଜିମାତ୍ କରିଛନ୍ତି । ପ୍ରମାଣ କରିଦେଇଛନ୍ତି ଆମକୁ ବଞ୍ଚିବାକୁ ହେଲେ କେବଳ ପାଠ ହିଁ ଆମର ସାହା ।
ରେଜଲ୍ଟ ବାହାରିବା ଆଗରୁ ଆଖିବୁଜି ଦେଲେ ମେଧାବି ଛାତ୍ରୀ । ମାମୁଁ ଘରକୁ ଯିବା ହେଲା କାଳ । ରେଜଲ୍ଟ ବାହାରିଲା A1ରେ ନାଁ ଅଛି । ହେଲେ ଖୁସି ମନାଇବା ପାଇଁ ସ୍ୱାତୀ ନାହିଁ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାନ୍ଥରେ ଆଙ୍କୁଛନ୍ତି ପଦ୍ମଫୁଲ । କିନ୍ତୁ ପାଖରେ ଛିଡା ହୋଇଥିବା ଅନ୍ୟମାନେ ଏତେ ସିରିୟସ୍ ରେ ଦେଖୁଛନ୍ତି କଣ ?
ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । ପୁରୀ ସମୁଦ୍ରକୂଳରେ ବିକ୍ଷିପ୍ତ ହୋଇ ମରି ପଡ଼ିଛନ୍ତି ଶହ ଶହ ହ୍ବାଇଟ୍ ଜେଲିଫିସ୍ ।
କେଉଁ ଉପାୟରେ ଓଟିପି ନେଇ ଆଇଏସଆଇ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଅପରେଟ୍ କରୁଥିଲେ ଓଡ଼ିଶା ଫୋନ୍ ନମ୍ବର ? ରାକେଟର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ଆସନ୍ତାକାଲି ରିମାଣ୍ଡରେ ଆଣି ଗୋଟି ଗୋଟି କରି ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍।
OPSC ପକ୍ଷରୁ ପ୍ରକାଶିତ ASO ମେରିଟ୍ ଲିଷ୍ଟ ଖାରଜ। ASO ନିଯୁକ୍ତି ଅନିୟମିତତା ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ କୁହାଯାଇଛି।
ମୋଦିଙ୍କୁ ପ୍ରଶଂସା କରି ରାଜ୍ୟ ବିଜେପି ଆକ୍ରମଣକୁ ଗୌଣ କରିବାକୁ ଚାଲ୍ ଖେଳୁଛି କି ବିଜେଡି। କାହିଁକିନା ରାଜ୍ୟ ବିଜେପି ଉପରେ ବିଜେଡିର ଘନଘନ ଆକ୍ରମଣ । ହେଲେ କେନ୍ଦ୍ର ବିଜେପି ନେତୃତ୍ବ ପ୍ରତି ନରମ ଆଭିମୁଖ୍ୟ ।
ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ।
ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି କରୁଛନ୍ତି। ରେଢାଖୋଲ ବ୍ଲକ ଚାରମାଳ ଗାଁର କସ୍ତୁରୀ ନାଏକଙ୍କୁ ନେଇ ଏବେ ଭାରି ଚର୍ଚ୍ଚା।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା।