ଭୟଙ୍କର କରମଣ୍ଡଳ ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର? ରେଲୱେ ବୋର୍ଡର ସୁପାରିଶ ପରେ ଉତ୍ତର ଖୋଜିବାକୁ ଆକ୍ସନ ମୋଡରେ ସିବିଆଇ, ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍
ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବଡ଼ ଚ୍ୟାଲେଞ୍ଜ ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର । ୨୭୫ ଭିତରୁ ୧୭୦ ଶବ ନେଇସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର
କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ? ଲୋମଟାଙ୍କୁରା ବୟାନ ଦେଲେ ମୃତ୍ୟୁମୁଖରୁ ବର୍ତ୍ତିଥିବା ଲୋକୋ ପାଇଲଟ, କହିଲେ ଆମକୁ ମିଳିଥିଲା ଗ୍ରୀନ ସିଗ୍ନାଲ । ନିର୍ଦ୍ଧାରିତ ସ୍ପିଡରେ ଯାଉଥିଲା ଟ୍ରେନ, ଭୁବନେଶ୍ବର ଘରୋଇ ହସ୍ପିଟାଲରେ ୨ ପାଇଲଟଙ୍କ ଚାଲିଛି ଚିକିତ୍ସା
ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ମମତାଙ୍କ ନାପସନ୍ଦ: ସିବିଆଇ କ୍ରିମିନାଲ କେସ୍ ତଦନ୍ତ କରେ, ଏହା ଆକ୍ସିଡେଣ୍ଟ; ୨୦୧୨ରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ତଦନ୍ତ ନିର୍ଦ୍ଦେଶ ଦେଇଥିଲି; ୧୨ ବର୍ଷ ବିତିଲାଣି, ଏଯାବତ ସିବିଆଇ ରିପୋର୍ଟ ଦେଇନି, ତେଣୁ ସିବିଆଇ କଣ ତଦନ୍ତ କରିବ ବୋଲି ପଚାରିଲେ ମମତା...ସେପଟେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛି ଦିଦି
ରାଉରକେଲାରେ୧୫ ମାସରେ ହକି ଷ୍ଟାଡିୟମ ତିଆରି କରି ବାଃ ବାଃ ନେଲେ ରାଜ୍ୟ ସରକାର, ମାତ୍ର ସରୁନି ସାଇନ୍ସ ପାର୍କର ଓ ପ୍ଳାନେଟୋରାୟମ ନିର୍ମାଣ କାମ..
ଘର ଭାଙ୍ଗି ଦେଉଛି ହାତୀ, ଭୟରେ ବଞ୍ଚୁଛି ମଣିଷ । ସମ୍ୱଲପୁରର ପାହାଡ଼ିଆ ଅଞ୍ଚଳରେ ବର୍ଷ ତମାମ ହାତୀ-ମଣିଷ ଲଢେଇ
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ହସ୍ପିଟାଲରେ ବେଡ୍ ନାହିଁ, ବାରଣ୍ଡାରେ ଚାଲିଛି ରୋଗୀସେବା ।
ଆଉ ୬ ଦିନ ଯାଇଥିଲେ ହୋଇଥାନ୍ତା ପ୍ରଥମ ବିବାହ ବାର୍ଷିକୀ । ଝିଅ ଦେହ ଖବର ପାଇଁ ଘରକୁ ଆସୁଥିଲେ । ବାପ ଛେଉଣ୍ଡ ହୋଇଗଲା ଦେଢ ମାସର ଶିଶୁ କନ୍ୟା ।
ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ।
ସ୍ନାନବେଦିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଭାବ ବିନୋଦିଆ। ଏଥିପାଇଁ ଆଜିଠୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି।
ତୁଳସୀ ଗଛ ମୂଳରେ ଘିଅ ଦୀପ ଜାଳୁଛି...ବରଗଛରେ ଚନ୍ଦନ ସହ ସିନ୍ଦୂର ଲଗାଇ ପୂଜା କରୁଛି । ଭୋଗ ଦେଇ ମାଆ ବୃନ୍ଦାବତୀ ପାଖରେ ନେହୁରା ହେଉଛି । କାନ୍ଦି କାନ୍ଦି କହୁଛି ମାଆଲୋ ମୋ ପୁଅକୁ ଫେରାଇ ଆଣ । ତତେ ମୁଁ ଆଉ କିଛି ମାଗୁନି । ୧୧ ବର୍ଷର ପୁଅ ନିଖୋଜ ହେବା ପରେ ପୁଅକୁ ପାଇବା ଲାଗି ପୂଜାର୍ଚ୍ଚନା କରୁଛନ୍ତି ଜଣେ ମାଆ
ସାରା ଦେଶ କାହିଁକି, ଗତକାଲିଠାରୁ ପୁରା ବିଶ୍ବର ନଜର ରହିଛି ବାହାନଗାର ଏହି ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ।
୨୮୮ ଲୋକଙ୍କ ପ୍ରାଣହାନୀ ଓ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଗତକାଲିର ଭୟଙ୍କର କରମଣ୍ଡଳ ଟ୍ରାଜେଡିର କଣ ହୋଇଥାଇପାରେ କାରଣ ? ସେ ପ୍ରଶ୍ନ ସାରା ଦେଶବାସୀଙ୍କ ମନକୁ ଆନ୍ଦୋଳିତ କରିଛି।
କାନ୍ଦି କାନ୍ଦି କାହା ଆଖି ନାଲି ପଡ଼ିଗଲାଣି ତ ଆଉ କିଏ ଅଣାୟତ ହୋଇ ସାରିଲାଣି... ସମସ୍ତଙ୍କ ଆଖିରେ ଲୁହ... କିଏ କାହା ସ୍ୱାମୀକୁ ହରାଇଛି ତ ଆଉ କିଏ ତା ପୁଅକୁ... ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ ଏ ହେଉଛି ଦୁଃଖ ଯନ୍ତ୍ରଣାର କରୁଣ ଚିତ୍ର
ଅବାକ୍ ଦୁନିଆ... ହତବାକ୍ ଦେଶ... ସ୍ତବ୍ଧ ଓଡ଼ିଶା। ଭାରତ ଇତିହାସର ସବୁଠୁ ବଡ଼ ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ରାତାରାତି ଲାଗିପଡ଼ିଥିଲା ସବୁଠୁ ବଡ଼ ରେସ୍କ୍ୟୁ ଟିମ୍। କାଳ ରାତିର ଅନ୍ଧାର ହଟି ସିନ୍ଦୁରା ଫାଟିଲା ବେଳକୁ ଫୁଟି ବାହାରିଥିଲା ପାଖାପାଖି
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ। କହିଲେ ଯିଏ ଦୋଷୀ ତାଙ୍କୁ ଆଦୌ ଛଡ଼ାଯିବନି। ଗ୍ରାଉଣ୍ଡ ଜିରୋକୁ ଯାଇ ଦୁର୍ଘଟଣା ସ୍ଥଳରେ ସମୀକ୍ଷା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଦିଆସିଲି ଖୋଳ ଭଳି ଗୋଟିଏ ବଗି ଉପରେ ଚଢି ଯାଇଛି ଆଉ ଗୋଟିଏ ବଗି । ଦେଖନ୍ତୁ ଦୁର୍ଘଟଣା ସ୍ଥଳର ଭିଡିଓ
ଏବେ ବି ଟ୍ରେନ୍ ଭିତରେ କାକୁଡି ପଡିଛି...ଟିଫିନ୍ ପଡିଛି...କିନ୍ତୁ କିଏ ଜାଣିଥିଲା ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିବ ବୋଲି ।
ମୃତ୍ୟୁ ଏମିତି ବି ଆସେ । ହୃଦୟ ବିଦାରକ ଦୃଶ୍ୟ । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟ ପରିଜନଙ୍କ ମୃତଦେହ ଖୋଜୁଛନ୍ତି । ଏ ଦୃଶ୍ୟକୁ ଯିଏ ବି ଦେଖିବ, ତାର ଆଖି ଲୁହରେ ଜକେଇ ଆସିବ।
ଓଃ ! ଏ ଦୃଶ୍ୟ ଦେଖିବା ମୁସ୍କିଲ୍...ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି...
ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା। ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲେ ମୁଖ୍ୟ ସଚିବ
ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସକାଳେ ଦୁର୍ଘଟଣା ସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ। କାଲି ଯିବା ନେଇ ନବୀନ ସୂଚନା ଦେଇଛନ୍ତି।
ଦୁଇ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଅଧିକ ଗୁରୁତର ହୋଇଛନ୍ତି। ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ।
ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସ - ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁଇ ଟ୍ରେନ୍ ଧକ୍କା ନେଇ ଖଡ଼ଗପୁର DRM ସୂଚନା ଦେଇଛନ୍ତି ।
ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଓଲଟିପଡ଼ିଲା କରମଣ୍ଡଳର ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍ ଟ୍ରେନ୍ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍ ଟ୍ରେନ୍ଟି ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଜଣାପଡ଼ିଛି । କରମଣ୍ଡଳର ୩ରୁ ଅଧିକ ବଗି ଓଲଟି ପଡ଼ିଛି ।