କ୍ଷୀର ଓ ଛେନା ପରେ ବଢ଼ିବ ପାହାଳ ରସୋଗଲା ଦର। ପାହାଳ ମିଠାର ଦର ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରିବାକୁ ଆଜିକୁ ୩ ଦିନ ଧରି ବ୍ୟବସାୟ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ। ଆଉ ଏପଟେ ମିଠା ନପାଇ ନିରାଶ ହୋଇ ଫେରୁଛନ୍ତି ଗ୍ରାହକ। ତେବେ ନୂଆ ଦର ସହ ଆସନ୍ତାକାଲିଠୁ ପୁଣି ମିଠା ବ୍ୟବସାୟ ଆରମ୍ଭ ହେବ ବୋଲି ବ୍ୟବସାୟୀ ସଂଘ ଘୋଷଣା କରିଛି। ଏପଟେ ଦର ବଢ଼ିଲେ, ଗ୍ରାହକଙ୍କ ପକେଟକୁ ପୁଣି ବାଧିବ ବୋଲି ମତ ରଖିଛନ୍ତି ଖାଉଟି।
Published By: Tanmay Kumar Mahalik
Last updated: 22 May 2023, 10:19 PM IST
କମୁନି ସୁନା ଦର। ସପ୍ତାହେ ଭିତରେ ସୁନା ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୬ ଦିନ ତଳେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୭୧ ହଜାର ଟଙ୍କା ଥିଲା । ଏବେ ୭୪,୩୫୦ରେ ପହଞ୍ଚିଗଲାଣି।