ହଇରେ ନାରଣ, ୟାର କ’ଣ କାରଣ …ଭାଇମାନେ କ’ଣ ମୁହଁ ଲୁଚେଇ ଚାଲିଛନ୍ତି…
ମାସେ ବ୍ୟାପୀ ବାଘ ଆତଙ୍କ ଭିତରେ ନୂଆପଡ଼ାରେ କାବୁ ହେଲା କଲରାପତରିଆ। ଅସୁସ୍ଥ ବାଘକୁ ନେଇ ଚିକିତ୍ସା କରୁଛି ବନ ବିଭାଗ, ସନ୍ ଷ୍ଟ୍ରୋକରୁ ମୁର୍ଛା ଯାଇଥିବା ଅନୁମାନ, ସେପଟେ ପୁଣି ଏକ ବାଛୁରୀ ଶିକାର ପରେ ସ୍ଥାନୀୟ ଲୋକଙ୍କ ଆଶଙ୍କା, ଅଛନ୍ତି ଆହୁରି ବାଘ।
ମାଲକାନଗିରି ବଣ୍ଡାଘାଟିରୁ ଦୁବାଇ... ଆଇଟିଆଇରେ ଅଧିକ ଜ୍ଞାନ ଆହରଣ ପାଇଁ ବିଦେଶ ଯିବେ ବଣ୍ଡା ଛାତ୍ରୀ ବୁଦ୍ରି କିର୍ସାନୀ... ରାଜ୍ୟର ୫ ଛାତ୍ରଛାତ୍ରୀଙ୍କ ଭିତରେ ନିଜ ନାଁ ଥିବାରୁ ଖୁସିରେ ବିଭୋର...ସାରା ଜିଲ୍ଲା ପାଇଁ ଆଣିଲେ ଗୌରବ।
କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି, ଏସପି କହିଲେ ଅଘଟଣ ଥିଲା ପ୍ରି-ପ୍ଲାନ୍ଡ। ଏଯାଏଁ ୭୯ ଗିରଫ, ସ୍ଥିତି ସମୀକ୍ଷା କଲେ ରାଜସ୍ବ ବିଭାଗ ACS, ଏପଟେ ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଥିବା କହି ବର୍ଷିଲେ ଗିରିରାଜ।
ପିଏମ୍ ଆବାସ ଯୋଜନାକୁ ନେଇ ପୁଣି ବିବାଦ। ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପିର କଡ଼ା ଚେତାବନୀ। ବର୍ଷା ପୂର୍ବରୁ କାର୍ଯ୍ୟାଦେଶ ନମିଳିଲେ ରାଜରାସ୍ତାରେ ନିଆଁ ଜଳିବା ଧମକ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବି ଝାଡ଼ିଲେ ଅସନ୍ତୋଷ। ଜବାବ ରଖିଲା ବିଜେଡି।
ମାଫିଆ ଡନ୍ ଅତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଡାକ୍ତରୀ ପରୀକ୍ଷା ପାଇଁ ଅତିକ୍ ଅହମ୍ମଦଙ୍କୁ ନିଆଯାଉଥିଲା । ସେହି ସମୟରେ ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।
ଚିନ୍ତାରେ ନୂଆପଡ଼ା ଜିଲ୍ଲାର ପିଆଜ ଚାଷୀ । ଅଧିକ ଅମଳ ଆଶାରେ ଚାଷ କରିଥିଲେ । ମାତ୍ର ଷଣ୍ଢା ବାହାରିଗଲା ଆଉ ବଢୁନି ପିଆଜ ।
ଦାଲ୍ ମେ କାଲା ହେ.. ୪ ଦିନରେ ଚୌକା..୧୪ ଦିନରେ ଜିରୋ ? ନକଲି ସାର୍ଟିଫିକେଟ୍ର କେବେ ଖୋଲିବ ଗୁମର ?
ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଟୋ ଚଳାଉଛନ୍ତି । ୨୦ ବର୍ଷର ଯୁବତୀ। ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପରିବାର..
ଆଲୋ ଏଠି କଣ ହେଉଛି.. ଭାଇ ଆମର ବାଲାନ୍ସ ପରୀକ୍ଷା ଦେଉଛନ୍ତି..
ୟଶଙ୍କୁ ଅପେକ୍ଷା କରିଛି ସାରା ଦେଶ। KGFର ପାର୍ଟ ୩କୁ ନେଇ ଆସିଲା ବଡ଼ ଖବର। ସମୁଦ୍ର ଭିତରୁ ଆରମ୍ଭ ହେବ କାହାଣୀ। ଶ୍ରୀଲଙ୍କାରେ ଚାଲିଛି ସୁଟିଂ..
ଖରା ବଢୁଛି,ତାଳ ଦେଇ ତାତି ବି ବଢୁଛି । ଅସହ୍ୟ ହେଲାଣି ଗରମ, ତାତିରେ ଅତିଷ୍ଠ ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।
ପାଣି ମିଳୁନି, ସ୍ଥିତି ଗମ୍ଭୀର । ବାପାର ଶୁଦ୍ଧିକ୍ରିୟା ଲାଗି ଚୁଆରୁ ପାଣି ବୋହିଲେ । ଗାଁ ଲୋକଙ୍କ ଲାଗି ରୋଷେଇ ହେଲା..
ବଣମଲ୍ଲୀ ବଣରେ ମଉଳି ଯାଇନି.. ପିଲାଟି ଦିନରୁ ବାପା ମାଆ ଛେଉଣ୍ଡ ବୁଦ୍ରି, ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି..
ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ଲଗାଯାଇଛି କର୍ଫ୍ୟୁ । ରାତି ପାହିଲା କ୍ଷଣି ଡାକବାଜିରେ ସତର୍କ କରିଦିଆଯାଇଛି ସାରା ସହରବାସୀଙ୍କୁ । ଅଶାନ୍ତ ସମ୍ବଲପୁରକୁ ଶାନ୍ତ କରିବା ପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ଯୁଦ୍ଧକାଳୀନ ପଦକ୍ଷେପ ।
ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ । ବାହାରେ ତାତି କଲବଲ କରୁଛି ତ ଘର ଭିତରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ବାଧ୍ୟ ହୋଇ ଦାଣ୍ଡ ପିଣ୍ଢା ନହେଲେ ଗଛମୂଳ ପାଲଟିଛି ବସାଉଠା ସ୍ଥାନ ।
କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପ୍ରାର୍ଥୀଙ୍କ ଟିକେଟ ସଂଗ୍ରହ ଆଉ ବିଜେପିର ନିର୍ବାଚନମଣ୍ଡଳୀରେ ପ୍ରେସମିଟ୍ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜିଠୁ ସରଗରମ୍ ହୋଇଛି ନିର୍ବାଚନୀ ମାହୋଲ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ୩ ପ୍ରମୁଖ ଦଳ ଭିତରୁ ଆଜି ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।
ଆଉ ଖାଲି ହିନ୍ଦୀ କି ଇଂରାଜୀରେ ନୁହେଁ ଓଡ଼ିଆରେ ବି ଦେଇହେବ CAPF କନଷ୍ଟେବଲ ଭର୍ତ୍ତି । ପରୀକ୍ଷାକେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ଭାରି ଖୁସି ଅଗଣିତ ଆଶାୟୀ । କୋରାପୁଟ ଜୟପୁରର ପିଣ୍ଟୁ ପାଣି ଓ ସଚିନ କତଲେଲଙ୍କ କେନ୍ଦ୍ରୀୟ ଫୋର୍ସରେ ଯୋଗଦେବାକୁ ପ୍ରବଳ ଇଚ୍ଛା ।
ସମ୍ବଲପୁର ହିଂସାକୁ ଏଡ଼ାଯାଇ ପାରିଥା’ନ୍ତି କି ? ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ? ଏଭଳି ପ୍ରଶ୍ନ ସବୁକୁ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।
ଖୋଲାକଥାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ବଡ଼ ବୟାନ। ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ କହିଲେ ଏମିତି...
ସତରେ ଛେନାପଡ଼ାର ଦମ୍ ଅଛି... ଅରୁଣ ଭାଇଙ୍କୁ ଆଣ୍ଠେଇଦେଲା
କୋଟିଆରେ ମାତିଛନ୍ତି ବାଉଁଶ ମାଫିଆ । କାଟି ପଦା କରିଦେଲେଣି ବାଉଁଶ ଜଙ୍ଗଲ । ମୂଲ୍ୟବାନ ଗଛ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ।
ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି...
ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରଚଳନ ହୋଇଛି ନୂତନ ପାଂଜି। ଏହି ଅବସରରେ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ଓ ଭଲ-ମନ୍ଦର ପୂର୍ବାନୁମାନ କରିଛି ନୂଆ ପଂଜିକା। ନୂଆ ପଂଜିକାର ଗଣନା ଅନୁସାରେ ଏ ବର୍ଷ ଆରମ୍ଭରୁ ଶନି ମୂଳତ୍ରିକୋଣରେ ଥିବାରୁ ବିଶ୍ବପାଇଁ ଆଣିପାରେ ମିଶ୍ରିତ ଫଳାଫଳ
ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ।